-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||     

HOME   ଜିଲ୍ଲା

ମହିମାଧର୍ମର ଭକ୍ତ ମହିମାଶ୍ରୀ ସଦାନନ୍ଦ ଅଗ୍ରୱାଲ

01-Aug-2023



 ମହିମାଧର୍ମ ହେଉଛି ଓଡିଶାର ସର୍ବକନିଷ୍ଠ ଧର୍ମ । ପୁରୀର ଧୂଳିଆବାବା ବା ମହିମା ଗୋସାଇଁ  ଏହାର ପ୍ରତିଷ୍ଠାତା ହୋଇଥିବା ବେଳେ ସନ୍ଥଭୀମ ଭୋଇ ଥିଲେ ମୁଖ୍ୟ ପ୍ରଚାରକ । ଏହି ଧର୍ମ ହେଉଛି ସମାଜର ତଳସ୍ତରର ମଣିଷଙ୍କ ମନକୁ ଛୁଇଁପାରୁଥିବା ଭଳି ଏକ ଆଦର୍ଶବାଦର ଧର୍ମ । ମାନବବାଦ ଏହାର ମୂଳମନ୍ତ୍ର । ତେଣୁ ଏହି ଧର୍ମ ଦିନେ ବିଶ୍ୱଧର୍ମ ହେବ ଓ ବିଶ୍ୱକୁ ଶାନ୍ତିର ବାର୍ତ୍ତାଦେବ । ଏହା ଥିଲା ଓଡିଶାର ସ୍ୱନାମଧନ୍ୟ ଐତିହାସିକ,ଲିପିତତ୍ୱବିଦ,ସାହିତ୍ୟିକ,ସାମ୍ବାଦିକ,ସଂଗୀତନିର୍ଦ୍ଦେଶକ,ନାଟ୍ୟକାର ତଥା ମହିମାଭକ୍ତ ଡ.ସଦାନନ୍ଦ ଅଗ୍ରୱାଲଙ୍କ ଉକ୍ତି । ତେଣୁ ସେ ମହିମାଧର୍ମ ଉପରେ ଗବେଷଣା କରୁକରୁ ସେହି ଧର୍ମପ୍ରତି ଆକର୍ଷିତ ହୋଇ ସେହି ଧର୍ମର ଭକ୍ତ ପାଲଟିଯାଇଥିଲେ । ଓଡିଶା ତଥା ଭାରତର ବିଭିନ୍ନ ଅଞ୍ଚଳର ସାଧାରଣରୁ ସାଧାରଣ ମଣିଷଙ୍କୁ ଛୁଇଁପାରୁଥିବା ଭୀମଭୋଇଙ୍କ ଭଜନକୁ ନେଇ ଗଭୀର ଅଧ୍ୟୟନ ମଧ୍ୟ କରିଥିଲେ । ସନ୍ଥକବି ଭୀମଭୋଇ ସମାଜକୁ ଦେଇଥିବା ମାନବବାଦୀ ବାର୍ତ୍ତାକୁ ସେ ମର୍ମେ ମର୍ମେ ଅନୁଭବ କରି ସନ୍ଥକବୀଙ୍କ ସାଧନା,ସିଦ୍ଧି ଓ ସମାଧିପୀଠର ବିକାଶରେ ନିଜକୁ ସମର୍ପିତ କରିଥିଲେ । ସନ୍ଥପୀଠର ପୁନଃରୁଦ୍ଧାର,ଭୀମଭୋଇଙ୍କ ବାଣୀର ପ୍ରଚାରପ୍ରସାରରେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା । ଭୀମଭୋଇଙ୍କ ଲିଖିତ ଅନେକ ଭଜନକୁ ତିନିଟି ଭଜନକ୍ୟାସେଟ କରାଇଥିଲେ । ସେହିପରି ଭୀମଭୋଇଙ୍କ ଜୀବନୀକୁ ନେଇ ଜାତୀୟ ଫିଲ୍ମଡିଭିଜନ ଜରିଆରେ ଫିଲ୍ମନିର୍ମାଣ କରାଇବାରେ ପ୍ରମୁଖ ଭୂମିକା ନେଇଥିଲେ । ସେଥିପାଇଁ ତାଙ୍କୁ ମହିମାଧର୍ମର ସାଧୁମାନେ “ମହିମାଶ୍ରୀ” ଓ “ମହିମାଗୌରବ”ରେ ସମ୍ମାନୀତ କରିଥିଲେ । ପରବର୍ତ୍ତି ପର୍ଯ୍ୟାୟରେ ତାଙ୍କ ଲେଖାଗୁଡିକୁ ନେଇ ପ୍ରକାଶିତ ହୋଇଥିଲା “ମାନବବାଦୀ ସନ୍ଥ ଭୀମଭୋଇ”  ପୁସ୍ତକ । 
          ସଦାନନ୍ଦ ଅଗ୍ରୱାଲ ଅବିଭକ୍ତ ବଲାଙ୍ଗୀର ଜିଲ୍ଲାର ମେଣ୍ଡା ଗ୍ରାମରେ ଜନ୍ମଲାଭ କରି ସ୍କୁଲଶିକ୍ଷା ପର୍ଯ୍ୟନ୍ତ ପାଠପଢିଲା ପରେ ଆର୍ôଥକ ଅନଟନରେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିଲେ । କିନ୍ତୁ ଜଣେ ଗାଁର ପିଲା ନିଜର ଅଧ୍ୟବସାୟ ବଳରେ ଗବେଷଣା କରି ଜଣେ ସ୍ୱନାମଧନ୍ୟ ଐତିହାସିକର ମାନ୍ୟତା ପାଇଥିଲେ । ସାମ୍ବାଦିକତା କରୁକରୁ ଦିନେ ସେ ଐତିହାସିକ ହୋଇଯାଇଥିଲେ । କଲେଜପାଠ ପଢିନଥିଲେ ହେଁ ତାଙ୍କର ସେହି ଗବେଷଣା ଲବ୍ଧ ଜ୍ଞାନ ଯୋଗୁଁ  ଦିନେ ବିଶ୍ୱଭାରତୀ ଶାନ୍ତିନିକେତନ ବିଶ୍ୱବିଶ୍ୱବିଦ୍ୟାଳୟ ଓ ଓଡିଶା ସଂସ୍କୃତିବିଶ୍ୱବିଦ୍ୟାଳୟରେ ଜଣେ ଭିଜିଟିଂ ପ୍ରଫେସର ଭାବରେ ପାଠପଢାଇବାର ସୌଭାଗ୍ୟ ଲାଭ କରିଥିଲେ । ଜଣେ ଲିପିତତ୍ୱବିଦ ଭାବରେ  ପୁରାତନ ଶିଳାଲେଖ,ପାଣ୍ଡୁଲିପି ଓ ତାମ୍ରପତ୍ରର ନିର୍ଭୁଲ ପାଠୋଦ୍ଧାର କରିବାରେ ଥିଲେ ସିଦ୍ଧହସ୍ତ । ଏକ ବ୍ୟବସାୟୀ ପରିବାରରେ ଜନ୍ମଗ୍ରହଣ କରି ପ୍ରଭୁଜଗନ୍ନାଥଙ୍କ ସେ ଥିଲେ ପରମଭକ୍ତ । ଜଗନ୍ନାଥ ସଂସ୍କୃତିଉପରେ ମଧ୍ୟ ତାଙ୍କର ଗବେଷଣା ଲାଗିରହିଥିଲା ଓ ସେ ମେଣ୍ଡା ଜଗନ୍ନାଥ ମନ୍ଦିରର ପରିଚାଳନା କମିଟିର ସଭାପତି ଭାବରେ ଅନେକବର୍ଷ ଦାୟୀତ୍ୱ ତୁଲାଇଥିଲେ । ଏହା ସହିତ ଐତିହାସିକ ଭାବରେ ସୁବର୍ଣ୍ଣପୁର ଜିଲ୍ଲାର ମେଣ୍ଡାଗ୍ରାମର ଥିବା ଶୈବପୀଠ,ମେଣ୍ଡାଶୁଣୀମନ୍ଦିରର ପୁନଃରୁଦ୍ଧାର କରାଇଥିଲେ । ଏଥିସହିତ ବୈଦ୍ୟନାଥର ଶୈବପୀଠ ପୁନଃରୁଦ୍ଧାର ପାଇଁ ଯଥେଷ୍ଟ ପ୍ରୟାସ କରିଥିଲେ । ଏହି ଅଞ୍ଚଳର ଅନେକ ପୁରାତନ କିର୍ତ୍ତିରାଜୀର ସଂରକ୍ଷଣ ପାଇଁ ସରକାରଙ୍କ ପାଖରେ ଦାବି ରଖୁଥିଲେ । ପ୍ରଥମେ ସେ ସାମ୍ବାଦିକତା କରୁଥିବା ବେଳେ ଡ.ହରେକୃଷ୍ଣ ମହତାବ ଓ ଡ.ନବୀନକୁମାର ସାହୁଙ୍କ ସଂଷ୍ପର୍ଷରେ ଆସି ଐତିହାସିକ ଗବେଷଣା ଆଡକୁ ମୁହାଁଇଥିଲେ । ଐତିହାସିକ କିର୍ତ୍ତିରାଜୀ ଖୋଜୁ ଖୋଜୁ ଶେଷରେ ସୁବର୍ଣ୍ଣପୁରର ଇତିହାସ ରଚନା କଲେ । ସୋନପୁର ଇତିହାସ-୧ ଓ ସୋନପୁର ଇତିହାସ-୨ ୧୯୮୮-୮୯ ମସିହାରେ ପ୍ରକାଶିତ ହୋଇ ଓଡିଶା ଇତିହାସକୁ ଏକ ନୂତନ ଦିଗନ୍ତ ଦେଇଥିଲା । ଆମର ସୌଭାଗ୍ୟ ଏହି ଦୁଇ ପୁସ୍ତକର ଚାହିଦା ଆଜି ମଧ୍ୟ ରହିଥିବାରୁ ତାଙ୍କର ଆବର୍ତ୍ତମାନରେ ମଧ୍ୟ ଡ.ସଦାନନ୍ଦ ସ୍ମୃତିକମିଟି ପକ୍ଷରୁ ୨୦୧୯ରେ ସୋନପୁର ଇତିହାସ ପ୍ରଥମଖଣ୍ଡର ୨ୟ ସଂସ୍କରଣ ଓ ୨୦୨୩ ମସିହାରେ ସୋନପୁର ଇତିହାସ-୨ର ଦ୍ୱିତୀୟ ସଂସ୍କରଣ ପ୍ରକାଶିତ ହୋଇଛି । ଦ୍ୱିତୀୟସଂସ୍କରଣକୁ ବଲାଙ୍ଗୀରର ବୀଣାପାଣି ପ୍ରକାଶନୀ ପ୍ରକାଶିତ କରିଛନ୍ତି । ଲିପିର କ୍ରମବିକାଶ ଉପରେ ଗବେଷଣା କରି ଲେଖିଲେ “ଓରିଶାନ ପେଲେଇଓଗ୍ରାଫି” ପୁସ୍ତକ ଯାହାକି ଅନେକ ଗବେଷକଙ୍କ ଆଦୃତିଲାଭ କରିଛି । ସେ ମହାନସମ୍ରାଟ ଖାରବେଳଙ୍କ ଉପରେ ଶ୍ରୀ ଖାରବେଳ(ଓଡିଆ,ହିନ୍ଦି ଓ ଇଂରାଜୀ),”ଟୁ କପରପଲେଟସ ଗ୍ରାଣ୍ଟସ ଫ୍ରମୱେଷ୍ଟର୍ଣ୍ଣ ଓରିଶା”,ରାୟଗଡା ଗୁଣପୁର ପୁଟାସିଂ ଅଞ୍ଚଳର ସୌରା ଆଦିବାସୀଙ୍କ କଳାସଂସ୍କୃତିକୁ ନେଇ ଲେଖିଥିଲେ “ସୌରାପେଣ୍ଟିଂ ଅଫ ଓଡିଶା” ଇତ୍ୟାଦି ପୁସ୍ତକ । ଓଡିଶା ତଥା ଭାରତବର୍ଷର ଅନେକ ଜର୍ଣ୍ଣାଲରେ ତାଙ୍କର ପ୍ରବନ୍ଧଗୁଡିକ ସ୍ଥାନୀତ ହୋଇପାରିଛି ।  ତେବେ ସେ ଥିଲେ ଜଣେ ମାଟିର ମଣିଷ । ତେଣୁ ନିଜ ଜନ୍ମମାଟିର ମୋହ ତାଙ୍କୁ ଛାଡିପାରିନଥିଲା । ନିଜ ଗାଁରେ ରହି ବିଶ୍ୱର ଗୁଢ ରହସ୍ୟକୁ ଉନ୍ମୋଚନ କରିବାକୁ ସ୍ୱପ୍ନ ଦେଖୁଥିଲେ । ସେଥିପାଇଁ ସେ କହୁଥିଲେ ଭୀମଭୋଇ ଯେଭଳି ମାଟିରେ ଗୋଡଥାପି ସମଗ୍ର ବିଶ୍ୱବ୍ରହ୍ମାଣ୍ଡକୁ ଦୁଇହାତ ପ୍ରସାରୀ କୋଳେଇ ନେଇଥିଲେ ଠିକ ସେହିପରି ସମସ୍ତେ ନିଜ ଜନ୍ମମାଟିକୁ ଭଲ ପାଇବାକୁ ଆହ୍ୱାନ ଦେଉଥିଲେ । ଉଚ୍ଛଶିକ୍ଷାର ବିକାଶ ପାଇଁ ତରଭା ଏଇଏ କଲେଜର ପ୍ରତିଷ୍ଠାତାସଭ୍ୟ,ମହର୍ଷୀବୁଦ୍ଧରାମ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ,ଏମବିଆର ଡିଗ୍ରୀକଲେଜର ପ୍ରତିଷ୍ଠାତା ସଭ୍ୟ ଭାବରେ ଦାୟୀତ୍ୱ ତୁଲାଇଥିଲେ । ସେହିପରି ମହିମାଧର୍ମର ପ୍ରଚାରପ୍ରସାର ପାଇଁ ସନ୍ଥକବି ଭୀମଭୋଇଙ୍କ ସାଧାନା,ସିଦ୍ଧି ଓ ସମାଧିପୀଠ ଟ୍ରଷ୍ଟର ପ୍ରଥମ ମେନେଜିଂଟ୍ରଷ୍ଟି ଭାବରେ ସଫଳତାର ସହିତ ଦାୟୀତ୍ୱ ତୁଲାଇଥିଲେ । ତାଙ୍କର ଆବର୍ତ୍ତମାନରେ ଆଜି ଆମେ ତାଙ୍କୁ ମନେ ପକାଉଛୁ । ତାଙ୍କର ଷଷ୍ଠ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026
  ଜିଲ୍ଲା  
*ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   27-Sep-2026
  ଜିଲ୍ଲା  
ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   27-Sep-2026
  ଜିଲ୍ଲା  
କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   27-Sep-2026
  ରାଜ୍ୟ  
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   27-Sep-2026

You Might Also Like