-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
27-Jul-2023
ନୂଆପଡା: ନୂଆପଡ଼ା ଜିଲ୍ଲା ଯୁବ ବିଜୁ ଜନତା ଦଳ ପକ୍ଷରୁ ବିଜୟ କର୍ଗିଲ ଦିବସ ପାଳନ କରିଛନ୍ତି। ଏହି ଦିବସ ଉପଲକ୍ଷେ ୨୧ ତୋପ ସଲାମୀ ଭଳି ୨୧ ୟୁନିଟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଯୁବ ସ୍ବେଚ୍ଛସେବୀ ମାନେ ଆସି ରକ୍ତଦାନ କରିଛନ୍ତି। ମୁଖ୍ୟ ଅତିଥି ରୂପେ ଓଡ଼ିଶା ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଯୋଗ ଦେଇ କର୍ଗିଲା ଯୁଦ୍ଧରେ ସହିଦ ଯବାନ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ଏହି ସଭାରେ ଜିଲ୍ଲା ଯୁବା ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ସରୋଜ କୁମାର ସାହୁ ଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ। (ନୂଆପଡ଼ା ଜିଲ୍ଲାରୁ ବିଶି ଚନ୍ଦନ ମାଝୀ ଙ୍କ ରିପୋର୍ଟ)