-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ    (28-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   (28-Sep-2026)       ||      *ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   (28-Sep-2026)       ||      ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   (28-Sep-2026)       ||      ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   (28-Sep-2026)       ||      ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   (28-Sep-2026)       ||      ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||     

HOME   ଜିଲ୍ଲା

କୋଭିଡ୍ କାଳର ମଧ୍ୟାହ୍ନଭୋଜନ ଅର୍ଥହଡପ  ! ଶିକ୍ଷାବିଭାଗ ସମେତ ଆଦିବାସୀ କଲ୍ୟାଣ ଓ ସର୍ବଶିକ୍ଷାରେ କୋଟି କୋଟି  !

18-Jul-2023



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ): ଗତ କୋଭିଡ୍ କାଳରେ ଶିକ୍ଷାବିଭାଗ ସମେତ ଆଦିବାସୀକଲ୍ୟାଣ ଓ ସର୍ବଶିକ୍ଷା ଅଭିଯାନର ହଷ୍ଟେଲରେ ରହୁଥିବା ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଛୁଟି ସତ୍ତ୍ବେ ମଧ୍ୟାହ୍ନଭୋଜନ ବାବଦକୁ ସେମାନଙ୍କ ଆକାଉଣ୍ଟ୍ ରେ ପାସ୍ ବୁକ୍ ରେ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହି ଟଙ୍କାକୁ ସେମାନଙ୍କ ଆକାଉଣ୍ଟ୍ ରେ ଦିଆ ନଯାଇ ନଗଦ ପ୍ରଦାନ ଆଳରେ ଅଧାଅଧି ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ବାଟମାରଣା କରାଯାଇଥିବା ଅଭିଯୋଗ ପ୍ରକାଶ ପାଇଛି । 

ଏ ସମ୍ପର୍କରେ  ସୂଚନା ଆଇନବଳରେ ତଥ୍ୟ ମଗାଗଲେ , ସବୁ ସତ ଜଣାପଡିବ ବୋଲି କୁହାଯାଉଛି । ଏଥିରେ ତଳୁ ଉପରସ୍ତର ପର୍ଯ୍ୟନ୍ତ ସମସ୍ତେ ସମ୍ପୃକ୍ତ ରହିଥିବା ସନ୍ଦେହ କରାଯାଏ ।

ଉଲ୍ଲେଖନୀୟ ଯେ , ଗତ ୨୦୨୦ ମାର୍ଚ୍ଚ ୨୦ ତାରିଖରୁ କୋଭିଡ୍ ପାଇଁ ଉକ୍ତ ସ୍କୁଲ୍ ହଷ୍ଟେଲ ଗୁଡିକୁ ଛୁଟି କରିଦିଆଯାଇଥିଲା ।  କିନ୍ତୁ ସେହି ମାର୍ଚ୍ଚ ୨୫ ତାରିଖରୁ ସରକାର ଛୁଟି ଘୋଷଣା କଲେ । ସେ ଯା' ହେଉ , ସ୍କୁଲ୍ ଖୋଲିଲା ୨୦୨୨ ଅପ୍ରେଲ୍ ରେ । ଉକ୍ତ ସମୟରେ ହଷ୍ଟେଲର ୬ଷ୍ଠ , ୭ମ ଓ ୮ମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର ମଧ୍ୟାହ୍ନଭୋଜନ ବାବଦକୁ ସରକାର ଅର୍ଥ ପ୍ରଦାନ କରିଥିଲେ । ଯାହା ସେମାନଙ୍କ ଆକାଉଣ୍ଟ୍ ରେ ପକାଯାଇ ପାସ୍ ବୁକ୍ ଜରିଆରେ ପେମେଣ୍ଟ୍ କରାଯିବାକୁ ସରକାରୀ ଗାଇଡ୍ ଲାଇନ୍ ଥିବା କୁହାଯାଇଛି ।

କିନ୍ତୁ କେତେକ ବିଭାଗର ସ୍କୁଲ୍ ରେ ଏହାର ଅଧାଟଙ୍କା ବିଭିନ୍ନ ଆଳ ଦେଖାଇ ନଗଦ ଦିଆଯାଇଥିବା କହି ହଡପ କରାଯାଇଥିବା ଅଭିଯୋଗ ଏବେ ପ୍ରକାଶ ପାଇଛି । ଏଣୁ ଏହାର ସତ୍ୟାସତ୍ୟ ଜାଣିବା ନିମନ୍ତେ ପିଲାଙ୍କ ଆକୁଟାନ୍ ସରେ ନିଆଯାଇଥିବା ଦସ୍ତଖତର ଯାଞ୍ଚ କରାଯିବାକୁ ସରକାରଙ୍କର ଦୃଷ୍ଟିଆକର୍ଷଣ କରାଯାଉଛି ।

ଉଦାହରଣ ସ୍ୱରୂପ , ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ବିଭାଗ ଅଧୀନସ୍ଥ ଚୂଡାପାଲି ହାଇସ୍କୁଲର ମୋଟ ୬୦୦ ରୁ ପ୍ରାୟ ୫୦୦ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆସିଥିବା ୫ ଲକ୍ଷ ୫୧ ହଜାର ଏମଡିଏମ ଟଙ୍କାରୁ ବାଁ ଡାହାଣ କରି ଦସ୍ତଖତ ଜାଲିଆତି କରାଯାଇ ପ୍ରାୟ ଅଢେଇ ଲକ୍ଷ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ଚର୍ଚ୍ଚା ହେଉଛି । ଯଦିଓ ପ୍ରଧାନସେବକ କୁଶଳେଶ୍ବର ମିଶ୍ର ଓ ଡି ଡବ୍ଲୁ ଓ ଅଲେଖ ବିଶ୍ବାଳ ଏଭଳି ଅଭିଯୋଗକୁ ଅସ୍ବୀକାର କରନ୍ତି ।  ଆହୁରି ମଧ୍ୟ , ଏହି ବିଭାଗର ଜିଲ୍ଲାରେ ଥିବା ମୋଟ ୭ଟି ହାଇସ୍କୁଲ ଓ ୨୭ଟି ସେବାଶ୍ରମ / ଆଶ୍ରମ ଏବଂ ଜିଲ୍ଲାର ଉପରୋକ୍ତ ବିଭାଗର ଅନ୍ୟାନ୍ୟ ଆବାସିକ ଅନ୍ତେବାସୀଙ୍କର ଏଭଳି କୋଭିଡ୍ ମଧ୍ୟାହ୍ନଭୋଜନ ବାବଦ ଅର୍ଥର ଯାଞ୍ଚ୍ ଆବଶ୍ୟକ ବୋଲି ଜନମତ ପ୍ରକାଶ ପାଇଛି । ତଥାପି ଲୋକମାନେ ଏହାର ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି ।

ଏହାପୂର୍ବରୁ ତୁରେକେଲା ବ୍ଲକ୍ ର କୁଇବାହାଲ ସର୍ବଶିକ୍ଷା ଅଭିଯାନ ଅଧୀନସ୍ଥ କେଜିବିଭି ଓ ଉଚ୍ଚ ପ୍ରାଥମିକ ସ୍କୁଲ୍ ରେ କେତେକ କମିଟି କର୍ମକର୍ତ୍ତାଙ୍କ ସହ ମିଶି ପ୍ରଧାନଶିକ୍ଷକ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଘର ଘର ବୁଲି ଏହି ମଧ୍ୟାହ୍ନଭୋଜନ ବାବଦ ଅର୍ଥ ବଣ୍ଟନ କଲାବେଳେ ବ୍ୟାପକ ହେରଫେର କରାଯାଇଥିବା ଅଭିଯୋଗ ପ୍ରକାଶ ପାଇଥିଲା । ତାହାକୁ ମଧ୍ୟ ସ୍କୁଲ୍ କର୍ତ୍ତୃପକ୍ଷ ଅସ୍ବୀକାର କରିବା ସହିତ ବିଭାଗୀୟ ଅଧିକାରୀମାନେ ଦଫାରଫା କରିଦେଇଥିବା କୁହାଯାଉଛି ।

କେବଳ ବଲାଙ୍ଗୀର ଜିଲ୍ଲାରେ ଏହା କୋଟି କୋଟି ହେଇଥାଇପାରେ । ଏଣୁ ପଡୋଶୀ ସୁବର୍ଣ୍ଣପୁର , ନୂଆପଡା , କଳାହାଣ୍ଡି , ବରଗଡ , ବୌଦ୍ଧ ଓ ଅନ୍ୟାନ୍ୟ ଜିଲ୍ଲାର ଏହି ବାବଦ ଅର୍ଥର ଉପଯୋଗର ଯାଞ୍ଚ ମଧ୍ୟ ଆବଶ୍ୟକ ।


News Comment




Photo in News

Advertisment
Lastest News
  ଅପରାଧ  
ତୁଳସୀନଗରରେ ଯୁବକଙ୍କୁ ଆକ୍ରମଣ ମାମଲା: ୪ ଅଭିଯୁକ୍ତ ଗିରଫ   28-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ   28-Sep-2026
  ଜିଲ୍ଲା  
*ପୁଷ୍ପଲତା ଗ୍ୟାସ ଏଜେନ୍ସୀରେ HP Navya ଗ୍ୟାସ ସିଲିଣ୍ଡର ଶୁଭାରମ୍ଭ କଲେ ଇଂ ରଘୁନାଥ ଜଗଦଲା*   28-Sep-2026
  ଜିଲ୍ଲା  
ଜିଲ୍ଲା ପ୍ରସାଶନ ପକ୍ଷରୁ ୧୫୫୬ ସେଣ୍ଟର ରେ ଆଙ୍ଗନ୍ କା ଉତ୍ସଵ ୨୦୨୬ ଶୁଭାରମ୍ଭ*-   28-Sep-2026
  ଜିଲ୍ଲା  
ଜିଲ୍ଲାପାଳ ଙ୍କୁ ଭେଟି ନ ପାରିବାରୁ ତାତିଲେ ମଦବିରୋଧୀ ମହିଳା ଗୋଷ୍ଠୀ, କଲେ ରାସ୍ତାରୋକ ,   28-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ଫୁଟବଲ ଚୟନ ଶିବିର ଉଦଯାପିତ   28-Sep-2026
  ଜିଲ୍ଲା  
ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Sep-2026
  ଜିଲ୍ଲା  
ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର   28-Sep-2026
  ଜିଲ୍ଲା  
ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   28-Sep-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ   28-Sep-2026
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026

You Might Also Like