-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
17-Jul-2023
ବଲାଙ୍ଗିର (ପ୍ରେରଣା ଖବର ): ଶିବତଲା ସେବା ଶାନ୍ତି ସଙ୍ଗଠନ ତରଫରୁ ଶିବତଲା ସରକାରୀ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପରିସରରେ ବନମହୋତ୍ସବ ପାଳନ କରାଯାଇଛି। ଶିବତଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତି ଶୁଭ ଶାନ୍ତି ମାଝୀ, ନାଏବ ସରପଞ୍ଚ ଶ୍ରୀ ନିରଞ୍ଜନ ମେହେର,ମୋ ବିଦ୍ୟାଳୟ ଅଭିଯାନ କମିଟି ସଭାପତି ଶ୍ରୀ ଶାନ୍ତନୁ କୁମାର ରଣା, ଅବସର ପ୍ରାପ୍ତ ଖେଳ ଶିକ୍ଷକ ଶ୍ରୀ ଭୋଜରାଜ ବେହେରା , ହେମସାଗର ମାଝୀ ତଥା ସଙ୍ଗଠନର ସଭାପତି ଶ୍ରୀ ନବୀନ ସାହୁ, ସଂପାଦକ ଶ୍ରୀ ହୋଲିଶ୍ଵର ଧରୁଆ ସଦସ୍ୟ ସୋମନାଥ ପଟେଲ, କୁନା ବେହେରା,ନିତାଇ ସାହୁ, ମଧୁସୂଦନ ପୁଟେଲ, ଅଜିତ ପୁଟେଲ, ରାଘବ ରଣା, ରିଙ୍କୁ ଦାସ,ଗୋଳାପ ଦାସ , ମିହିର ପସାୟତ ,ପିଙ୍କୁ ରଣା,ସୁରୁ ବଗତ୍ତୀ, ସମୀର ପୋଢ, ରାଜେଶ ଦାସ, ସୁଶାନ୍ତ ପୁଟେଲ, ଶିବାଜୀ ବଗତ୍ତୀ, ବସନ୍ତ ଭୋଇ,ନିର୍ମଳ ପାଣ୍ଡେ , ତ୍ରିଲୋଚନ ମଲ୍ଲିକ, ହେମସାଗର ମଲ୍ଲିକ ପିତାମ୍ବର ପାଣ୍ଡେ,ସାଧୁ ପାଣ୍ଡେ, ସୂର୍ଯ୍ୟ ରଣା,ଆକାଶ ବଗାର, ରମେଶ ମେହେର, ନୀଳମାଧବ ସାହୁ, କବିରାଜ ବେହେରା ସମେତ ଅନେକ ଛାତ୍ରଛାତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ। ପ୍ରଥମେ ବନମହୋତ୍ସବ କୁ ଲୋକାଭିମୁଖୀ କରିବା ପାଇଁ ତଥା ଜନଜାଗରଣ ସୃଷ୍ଟି କରିବା ପାଇଁ ଗ୍ରାମ୍ୟ ପରିକ୍ରମା କରିବା ପରେ ଶିବତଲା ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟ, ବୃକ୍ଷରୋପଣ ଓ ଏକ ସଚେତନ ଧର୍ମୀ ସଭା ଅନୁଷ୍ଠିତ କରାଯାଇଥିଲା। ଅତିଥି ମାନେ ବୃକ୍ଷର ମହନୀୟତା ସଂପର୍କରେ ସୁନ୍ଦର ମତାମତ ରଖିଥିବା ବେଳେ ବିଦ୍ୟାଳୟ ସହିତ ସଙ୍ଗଠନ ଯୋଡ଼ି ହେଲେ ନିଶ୍ଚିତ ଭାବରେ ବିଦ୍ୟାଳୟର ସାମଗ୍ରିକ ବିକାଶ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ।