-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
17-Jul-2023
ବରଗଡ଼:- ଅନେକ ସମୟରେ ବର୍ଷା ଦିନରେ ବନ୍ଯାଜଳ ନଦୀର କୂଳ ଲଙ୍ଘନ କରିଥାଏ। ଫଳରେ ଫସଲ ଉଜୁଡିଯିବା ସହ ଗାଁକୁ ବନ୍ଯାଜଳ ମାଡିଯିବା ଫଳରେ ଗାଁ ଗୁଡିକ ବ୍ଯାପକ କ୍ଷତିର ସମ୍ମୁଖୀନ ହୋଇଥାଏ।ଏହି ଉପଲକ୍ଷେ ପଦ୍ମପୁର ବ୍ଳକ ଅନ୍ତର୍ଗତ ଡଙ୍ଗାଘାଟ ପଞ୍ଚାୟତର କୁମୁନିବାହାଲି ଗ୍ରାମରେ ସରପଞ୍ଚ ଶଙ୍କର୍ଷଣ ନାଗଙ୍କ ସଭାପତିତ୍ବରେ ଏକ ସଭାରେ ପ୍ରକୃତିବନ୍ଧୁ ମୀନକେତନ ସାହୁ ଅଂଶ ଗ୍ରହଣ କରି ଜଳବାୟୁ ପରିବର୍ତ୍ତନ, ବିଶ୍ବ ଉତ୍ତାପନ ଓ ଜୀବ ଜଗତ ଉପରେ ଏହାର ପ୍ରଭାବ ଓ ଅଙ୍ଗ ନଦୀର ସୁରକ୍ଷା ସଂପର୍କରେ ବକ୍ତବ୍ଯ ପ୍ରଦାନ
କରିଥିଲେ।ଗ୍ରାମବାସୀ ବନ୍ଯାଜଳ କୂଳ ଲଙ୍ଘନ କରି ଚାଷ ଜମି ବାଲିଚର ହେବାସହ ନଦୀରେ ମିଶି ଯାଉଥିବାର କହିଥିଲେ।ନଦୀ ତଟରେ ଗ୍ରାମବାସୀଙ୍କ ତରଫରୁ ପର୍ଯ୍ଯାପ୍ତ ପରିମାଣର ବୃକ୍ଷ ରୋପଣ କରି ବନ୍ଯାଜଳରୁ ନଦୀକୂଳ ସୁରକ୍ଷିତ ରଖିବା ସହିତ ଧନ ଜୀବନର ସୁରକ୍ଷିତ ରଖିବାକୁ ପ୍ରକୃତିବନ୍ଧୁ ଶ୍ରୀ ସାହୁ ତାଙ୍କର ବକ୍ତବ୍ଯରେ ସୁଚାଇ ଦେଇଥିଲେ ।ଗ୍ରାମବାସୀ ବୃକ୍ଷ ରୋପଣ ନିମନ୍ତେ ଚାରା ଯୋଗାଇ ଦେବାକୁ ସରପଞ୍ଚଙ୍କୁ ଅନୁରୋଧ କରିଥିଲେ।