-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
17-Jul-2023
ବରଗଡ଼:-ଆମେ ବହୁ ଆଡମ୍ବରରେ ଜନ୍ମ ବାର୍ଷିକ ପାଳନ କରୁଥିବା ଦେଖିବାକୁ ପାଇଥାଉଁ। କିଏ ଖର୍ଚ୍ଚ ବହୁଳ କରିଥାଏ ତ କିଏ ପାର୍ଟି ଆୟୋଜନ କରି ନିଜ ସନ୍ତାନର ମଙ୍ଗଳ କାମନା ପାଇଁ ଜୀବହତ୍ୟା କରି ନିଜନିଜ ଯୋଗ୍ୟତା ଅନୁସାରେ ଚେଷ୍ଟା କରି ଅନେକ ପ୍ରକାର କାର୍ଯ୍ୟକ୍ରମ କରିଥାନ୍ତି। କିନ୍ତୁ ଭଟଲି ବ୍ଲକ ଉଦେପାଲି ର ପିତା ସୁରେନ୍ଦ୍ର ଶେଖର ସାହୁ ମାତା ମିତାସ୍ପିନୀ ସାହୁ ତାଙ୍କ ସନ୍ତାନ ଙ୍କ ଜନ୍ମ ବାର୍ଷିକ ଉତ୍ସବ ପ୍ରତେକ ବର୍ଷ ମାତା ପିତା ରକ୍ତ ଦାନ କରି ପାଳନ କରୁଥିଲେ।ଚଳିତ ବର୍ଷ ତାଙ୍କର
ଝିଅ ସ୍ବତୀକର ସାହୁ ନବମ ଜନ୍ମ ବାର୍ଷିକ ଅବସରେ ଉଦେପାଲି ଛକ ଠାରେ ରକ୍ତଦାନ ଶିବିର ଆୟୋଜନ କରି ପାଳନ କରିଛନ୍ତି।ଉକ୍ତ ଶିବିର କୁ ଅଞ୍ଚଳର ଜଣାଶୁଣା ଡାକ୍ତର ସଂଜୀବ ଦାଶ ଉତ୍ଘାଟନ କରି ଝିଅକୁ ଆଶୀର୍ବାଦ ଦେଇଥିଲେ।ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ୧୭ ୟୁନିଟ ରକ୍ତ ଦାତା ସ୍ୱେଚ୍ଛାକୃତ ରକ୍ତଦାନ କରି ଝିଅ କୁ ଆଶୀର୍ବାଦ ଦେଇଥିଲେ।ବରଗଡ଼ ରକ୍ତ ଭଣ୍ଡାର ରକ୍ତ ସଂଗ୍ରହ କରିଛନ୍ତି।ଫଳରେ ରକ୍ତ ଅବଶ୍ୟକଥିବା ରୋଗୀଙ୍କୁ ସାହାଯ୍ୟ ମିଳିବ।ଏହିପରି ଅଭିନବ ଉଦାହରଣ ଅଞ୍ଚଳ ପାଇଁ ନୂତନ ଚେତନା ତିଆରି କରିବା ସହିତ ଅନେକଙ୍କୁ ପ୍ରେରଣା ଯୋଗାଇଛି।ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି।