-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
13-Jul-2023
ନୂଆପଡା( ଡୋଲେଶ୍ୱର ବାଗ ): ନୂଆପଡା ଜ଼ିଲ୍ଲା ବୋଡ଼େନ ବ୍ଲକର ଲର୍କା ପଞ୍ଚାୟତରେ ଥିବା ଅନକାପୁର ଗ୍ରାମରେ କେତେବର୍ଷ ପୂର୍ବେ ଗାଁର ସୁବିଧା ତଥା ଠିକାଦାରକୁ ଶାନ୍ତ କରିବା ନୀତିରେ ଗାଁ ଭିତରେ ସମ୍ପୂର୍ଣ୍ଣ ନ ହେଲେ ବି ରାସ୍ତାର ଗୋଟିଏ ପାର୍ଶ୍ୱରେ ଅର୍ଦ୍ଧେକ ଜାଗାରେ ଡ୍ରେନ ତିଆରି କରାଯାଇଥିଲା । ତାର ମରାମତି ବା ଯତ୍ନ ନକରିବା ହେତୁ ଟିକିଏ ବର୍ଷାରେ ଗାଁ ଦାଣ୍ଡ ମଇଳା ପୂର୍ଣ୍ଣ ହେବାସହ ରାସ୍ତା ଉପରେ ପାଣି ଭର୍ତ୍ତି ହୋଇ ଜନସାଧାରଣଙ୍କ ଯିବା ଆସିବାରେ ବ୍ୟାଘାତ ସୃଷ୍ଟି କରୁଛି । କଂକ୍ରିଟ ରାସ୍ତା କିନ୍ତୁ ଡ୍ରେନ ପାଣିରେ ପୁରା ରାସ୍ତାଟି କାଦୁଅ ପଚପଚ ହୋଇ ଗନ୍ଧ ହେଉଛି ତଥାପି ପଞ୍ଚାୟତ ଅଧିକାରୀଙ୍କ ଦୃଷ୍ଟି ହଜି ଯାଇଛି । ଏଠି ପ୍ରଶ୍ନ ଆସେ କି ଯୋଜନା ଉପରେ ଯୋଜନା ସରକାର କରୁଛନ୍ତି, ଯା'କୁ ଯେତେ ଯୋଜନା ତିଆରି ହେଉଛି ,ସରକାର ଙ୍କ ଘୋଷଣାର ବି ଅଭାବ ହେଉନି ହେଲେ ସବୁ ସରକାରୀ ଯୋଜନା ଗୁଡ଼ିକୁ ଏହି ଡ୍ରେନ ଥଟ୍ଟା କରିବା ଭଳି ଲାଗୁଛି ।ଦେଖାଯାଉ ପଞ୍ଚାୟତ ବା ବ୍ଲକ ପ୍ରଶାସନ କେତେଦୂର ହୃଦୟଙ୍ଗମ କରି ଏହି ସମସ୍ୟାର ସମାଧାନ କେତେ ଶୀଘ୍ର କରୁଛନ୍ତି ତା'ରି ଅପେକ୍ଷାରେ ଅନକାପୁର ଗ୍ରାମବାସୀ ।