-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
13-Jul-2023
(ସଂଜୀବ ପାଣିଗ୍ରାହୀ )
ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାନେଶ୍ୱର ବ୍ଲକର ରାସନପୁର ଗ୍ରାମର ସ୍ବର୍ଗତ ବିଲାସିନି ମହାନନ୍ଦଙ୍କର କିଛି ଦିନ ପୂର୍ବେ ସ୍ଵର୍ଗବାସ ହୋଇଥିଲା । ସେ ପୂର୍ବରୁ ବିଧବା ହୋଇଥିବାରୁ ତାଙ୍କ ଭାଇ ଚରଣ ଛୂରିଆଙ୍କ ପାଖରେ ରହୁଥିଲେ, ତାଙ୍କର କେହି ସନ୍ତାନ ସନ୍ତତି ମଧ୍ୟ ନ ଥିଲେ । ରାସନପୁର ଗ୍ରାମର ଜିତେନ୍ଦ୍ର ଛୂରିଆ ସେବା ସଭାପତି ଡଃ ଅମର ତାଣ୍ଡିଆଙ୍କୁ ଚରଣ ଛୂରିଆଙ୍କ ଅସହାୟତା ବିଷୟରେ ଜଣାଇଥିଲେ । ଏହା ପରେ ତୁରନ୍ତ ସେବା ଅନୁଷ୍ଠାନ ପକ୍ଷରୁ ରାସନପୁରକୁ ଯାଇ ତାଙ୍କର ଭାଇଙ୍କୁ ଗଙ୍ଗାଭୋଜ ସକାଶେ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମ ସମୟରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଗୌରୀ ଶଙ୍କର ମିଶ୍ର, ଦୀପକ ସା, ନରେଶ ସୂନାର, ଅରବିନ୍ଦ ବେହେରା, ଅର୍ପଣ ଦାସନାୟକ, ଶୁଭମ ଦେହୂରୀ ପ୍ରମୁଖ ଉପସ୍ଥିତ ଥିଲେ । ସେବା ଅନୁଷ୍ଠାନ ତଥା ସଭାପତି ଅମର ତାଣ୍ଡିଆଙ୍କର ଏହି ମହନୀୟ କାର୍ଯ୍ୟକୁ ସାଧାରଣରେ ବହୁ ପ୍ରଶଂସା କରାଯାଇଛି ।