-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||     

HOME   ଜିଲ୍ଲା

ପର୍ଯ୍ୟଟନ ସ୍ଥଳୀ ପାପକ୍ଷୟ ଘାଟ ଓ ପ୍ରସିଦ୍ଧ ଶୈବପୀଠ କପିଳେଶ୍ୱର ମନ୍ଦିରକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବାକୁ ଦାବୀ ।

03-Jul-2023



ବିନିକା(ହିମାଂଶୁ ଶେଖର ପୁଟେଲ)ଇତିହାସ ପ୍ରସିଦ୍ଧ ଚରଦାର କପିଳେଶ୍ୱର ମନ୍ଦିର ଓ ମୁକ୍ତିତୀର୍ଥ ପୁଣ୍ୟପୀଠ ପାପକ୍ଷୟ ଘାଟ ଇତିହାସର ପୃଷ୍ଠା ଟିଏ ହୋଇ ସୁଦ୍ଧା ଏବେ ବି ଆଶାତୀତ ବିକାଶ ହୋଇ ପାରିନାହିଁ ।ଏହି ପୀଠର ପ୍ରତ୍ନତାନ୍ତ୍ରିକ ଐତିହାସିକ ଗୁରୁତ୍ତ୍ଵ ପର୍ଯ୍ୟଟକ ମାନଙ୍କୁ ଆକର୍ଷଣ କରେ ।ମନ୍ଦିର ମାଳିନୀ ସୁବର୍ଣ୍ଣପୁରର ଅବିଚ୍ଛେଦ ଅଙ୍ଗ ଚରଦାର କପିଳେଶ୍ୱର ମନ୍ଦିର ।କିମ୍ବଦନ୍ତୀ କହେ ଗଜପତି ଦ୍ଵିତୀୟ ଅନଙ୍ଗ ଭୀମଦେବ ଦୁଃସାଧ୍ୟ ରୋଗରେ ପୀଡିତ ହୋଇ ମହାନଦୀ କୂଳେ କୂଳେ ଶୈବ ମନ୍ଦିର ପ୍ରତିଷ୍ଠା କରି  ଆସିଲେ ।ବିନିତାଶ୍ଵପୁର(ଅଧୁନା ବିନିକା) ତାରାପୁର ଗଡ ନିକଟ ମହାନଦୀ କୂଳେ ରାତ୍ରି ଯାପନ କରିଥିବା ବେଳେ କପିଳେଶ୍ୱର ପୁରରେ ମନ୍ଦିର ପ୍ରତିଷ୍ଠା କରିବାକୁ ସ୍ବପ୍ନାଦିଷ୍ଟ ହେଲେ।ପ୍ରଭାତରେ ସ୍ନାନ କରିବା ପରେ ସେ ରୋଗରୁ ମୁକ୍ତ ହୋଇଥିଲେ ।ପ୍ରଭୁ କୃପାରୁ ଏଠାରେ ତାଙ୍କର ପାପ କ୍ଷୟ ହେଲା ବୋଲି ଜାଣିବାରୁ ସେହି ସ୍ଥାନକୁ ପାପକ୍ଷୟ ନାମରେ ନାମିତ କଲେ ।ସେହି ରାତ୍ରିରେ ପୁଣି ରାଜାଙ୍କୁ ସ୍ବପ୍ନାଦେଶ ହେଲା । କାଳୀ ଗାଈ ଟିଏ ଅନାୟସରେ ନଦୀ ପାରି ହୋଇ ଘଞ୍ଚ ଅରଣ୍ୟ ସ୍ଥିତ ଲଣ୍ଡା ପାହାଡ଼ ଶୀର୍ଷକୁ ଯାଇ ପହ୍ନାରୁ କ୍ଷୀର ଢାଳିଲା ଏକ ଲିଙ୍ଗ ଉପରେ । ସେହି ଅଲୌକିକ ଦୃଶ୍ୟ ଦେଖି ରାଜା ଚେତାଶୁନ୍ୟ ହୋଇଗଲେ ।କିଛି ସମୟ ପରେ ରାଜାଙ୍କ ଚେତା ଆସିଲା ସେହିଠି ନିର୍ମାଣ କଲେ ତାଙ୍କ ଅଭିଯାନର ଶେଷ ମନ୍ଦିର କପିଳେଶ୍ୱର ମନ୍ଦିର।ପରେ ଧୀବର ସମ୍ପ୍ରଦାୟର ଅଧିଷ୍ଠାତ୍ରୀ ଦେବୀ ଚରଦେଇଙ୍କ ମନ୍ଦିର ପ୍ରତିଷ୍ଠା ପରେ କପିଳେଶ୍ୱରପୁର ଚରଦା ନାମରେ ନାମିତ ହୋଇଥିଲା ।ଯେଉଁ ପୀଠରେ ରାଜା ରୋଗମୁକ୍ତ ହୋଇ ଦିବ୍ୟଜୀବନ ଲାଭ କଲେ ସେହି ସ୍ଥାନ ପାପନାଶୀନି ପୀଠ ଭାବେ ସର୍ବତ୍ର ପରିଚିତ। ଏହି ପୀଠର ମହତ୍ୱକୁ ବଜାୟ ରଖିବା ପାଇଁ ବିନିକା ଅଞ୍ଚଳବାସୀଙ୍କ ତରଫରୁ ପ୍ରତିବର୍ଷ ପାଳିତ ହୋଇଆସୁଛି ପାପକ୍ଷୟ ଲୋକ ମହୋତ୍ସବ।ଅତୀତ ଇତିହାସର ମୁକସାକ୍ଷୀ ଏକ ବିରାଟ ବଟବୃକ୍ଷ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।ଏହି ବଟବୃକ୍ଷର ଓହଲ ଫାଙ୍କରେ ଶ୍ରଦ୍ଧାଳୁ ଭକ୍ତ ନିଜ ନିଜର ପାପକୁ ମୁକ୍ତି କରିବା ଉଦ୍ଦେଶ୍ୟରେ ଗଲିଥାନ୍ତି।ସମ୍ପ୍ରତି ଏହି ପୀଠର ଉନ୍ନତିରେ ବିକାଶ ଘଟିଛି ସତ କିନ୍ତୁ ପର୍ଯ୍ୟଟନ କ୍ଷେତ୍ରରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ଭଳି ସୌନ୍ଦର୍ଯ୍ୟକରଣର ଅଗ୍ରଗତି ଏଯାବତ ହୋଇପାରିନାହିଁ ।ବର୍ଷର ଅନେକ ସମୟରେ ଚନ୍ଦ୍ରଗ୍ରହଣ,ସୂର୍ଯ୍ୟପରାଗ,ପୁଣ୍ୟ ମାସ କାର୍ତ୍ତିକ ଓ ଶ୍ରାବଣରେ ଲକ୍ଷାଧିକ ଭକ୍ତଙ୍କ ସ୍ନାନ,ସାମାଜିକ, ବୈବାହିକ,ଧାର୍ମିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହେଉଥିବା ବେଳେ କପିଳେଶ୍ୱର ପୀଠରେ ଶିବରାତ୍ରି ମେଳା,କଳାସୀ ଯାତ୍ରା,ଶୀତଳଷଷ୍ଠୀ ଭଳି ଅନେକ କାର୍ଯ୍ୟକ୍ରମ ହେଉଥିବାରୁ ଉଭୟ ପୀଠରେ ପ୍ରବଳ ଜନସମାଗମ ହୋଇଥାଏ।ହେଲେ ସେମାନଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକ ଓ ଭକ୍ତ ଅନେକ ଅସୁବିଧାର ସମ୍ମୁଖୀନ ହୁଅନ୍ତି ।ଏହି ଉଭୟ ପୀଠ ସହ ବିନିକାର   ଇଷ୍ଟଦେବୀ ମାଁ ନାରାୟଣୀ,୧୨୩୦ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିର,ଚିରସ୍ରୋତା ମହାନଦୀ ମଧ୍ୟମ ସ୍ଥଳରେ ଶୋଭା ପାଉଥିବା ବାଇକାନୀ ପୀଠ,ସବୁଜ ବନାନୀରେ ଭରପୁର ଘଣ୍ଟାଶୁଣି ପାହାଡ଼ରେ ଅଧ ପନ୍ତରିଆ ନିର୍ମାଣ ବିନକେଇ  ମନ୍ଦିର,ଜାମପାଲି ନିକଟ ଘଣ୍ଟେଶ୍ୱରୀ ମନ୍ଦିର ଆଦି ଅନେକ ଦେବା ଦେବୀଙ୍କ ପୀଠ ରହିଥିଲେ ହେଁ ପର୍ଯ୍ୟାପ୍ତ ଗୁରୁତ୍ତ୍ଵ ପାଇ ପାରିନାହିଁ ।ସମ୍ପ୍ରତି ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ,ଧାର୍ମିକ ଅନୁଷ୍ଠାନ,ମନ୍ଦିର ଗୁଡ଼ିକୁ ରୂପାନ୍ତକରଣ ପର୍ବରେ ଯୋଡା ଯାଉଥିବା ବେଳେ ବିନିକାର ମୁକ୍ତିତୀର୍ଥ ପାପକ୍ଷୟ ଘାଟ ଓ ପ୍ରସିଦ୍ଧ ଶୈବପୀଠ ଚରଦା କପିଳେଶ୍ୱର ମନ୍ଦିରକୁ ରୂପାନ୍ତରଣ ସହ ବିଶ୍ଵ ସ୍ତରୀୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବୀ ହେଉଛି।ଆସନ୍ତା ଜୁଲାଇ ୪ତାରିଖ ମଙ୍ଗଳବାର ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସହାୟକ ତଥା ୫ଟି ସଚିବ ଭି.କେ.ପାଣ୍ଡିଆନ ମୁକ୍ତିତୀର୍ଥ ପାପକ୍ଷୟ ଘାଟ ପରିଦର୍ଶନରେ ଆସୁଥିବାରୁ ଏଥିପ୍ରତି ଯଥାଯଥ ଦୃଷ୍ଟିପାତ କରିବେ ବୋଲି ସଚେତନ ମହଲରେ ଆଶାବ୍ୟକ୍ତ କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026

You Might Also Like