-+91-9937148622 |
prerana_bgr@rediffmail.com |
Monday 9th March 2026 |
R.N.I. Regd No. ODIODI/2010/46693
Breaking News
29-Jun-2023
ସମ୍ବଲପୁର (ସଂଜୀବ ପାଣିଗ୍ରାହୀ )
ସମ୍ବଲପୁର ସହରର ଧନୁପାଲି ସ୍ଥିତ ଶ୍ରୀ ଗୋପାଳଜୀ ମନ୍ଦିର ର ତିନି ଠାକୁର ଙ୍କର ରଥଯାତ୍ରା ନଅ ଦିନ ଗୋବିନ୍ଦତୋଳା ସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିର ରେ ତିନିଠାକୁର ମାଉସୀ ମାଁ ମନ୍ଦିରରେ ପୂଜା ପାଇଲା ପରେ ଆଜି ବାହୁଡା଼ ଯାତ୍ରା ପାଳିତ ହୋଇଯାଇଛି l ଗୋବିନ୍ଦତୋଳା ଶ୍ରୀ ଗୁଣ୍ଡିଚା ମନ୍ଦିରରୁ ରଥ ହଜାର ହଜାର ସଂଖ୍ୟାରେ ଭକ୍ତ ଙ୍କ ଦ୍ୱାରା ଟଣା ହୋଇ ଧନୁପାଲି ଶ୍ରୀ ଗୋପାଳଜୀ ମନ୍ଦିରକୁ ରାତି ରେ ପହଂଚି ଥିଲା l
ପଣ୍ଡିତ ମନମୋହନ ପାଣିଗ୍ରାହୀ ଙ୍କର ତତ୍ୱାବଧାନ ରେ ପୂଜା ଅର୍ଚନା ପୂର୍ବକ ରଥ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ଏହି ବାହୁଡା଼ ଯାତ୍ରା ରେ ମଧ୍ୟ ଶତାଧିକ ଶିଶୁଙ୍କୁ ପ୍ରଭୁ ଙ୍କର ଛୁଇଁବାର ପରମ୍ପରା ସମ୍ପନ୍ନ ହୋଇଥିଲା l ଏହି ନଅ ଦିନ ବ୍ୟାପି ରଥଯାତ୍ରା ମହୋତ୍ସବ କୁ ଧନୁପାଲି ଶ୍ରୀ ଗୋପାଳଜୀ ମନ୍ଦିର ପରିଚାଳନା କମିଟି ଓ ଗୋବିନ୍ଦତୋଳା ଶ୍ରୀ ଗୁଣ୍ଡିଚା ମନ୍ଦିର କମିଟି ଦ୍ୱାରା ପରିଚାଳିତ ହୋଇଥିଲା l ଧନୁପାଲି - ଗୋବିନ୍ଦତୋଳା ମୁଖ୍ୟ ରାସ୍ତା ର ଅଧିଗ୍ରହଣ ତଥା ନିର୍ମାଣ କାର୍ଯ୍ୟ ଚାଲିଥିଲା ସତ୍ୱେ ବିନା ଅଘଟଣ ରେ ସୁରୁଖୁରୁ ରେ ରଥଯାତ୍ରା ମହୋତ୍ସବ ସଂମ୍ପନ୍ନ ହୋଇଥିଲା l