-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
28-Jun-2023
ବଲାଙ୍ଗିର- ବଲାଙ୍ଗିର ସହରର ସନାତନ ମନ୍ଦିର ପରିସରରେ ଅଙ୍କୁର ସାହିତ୍ୟ ସଂସଦ ତରଫରୁ ରଥଯାତ୍ରା ଉପରେ ଶିଶୁ ଓ ବଡମାନଙ୍କୁ ନେଇ ଏକ କବିତା ପାଠ ଅନୁଷ୍ଠିତ ହୋଇଯାଇଛି । ଏହି କବିତା ପାଠ ଅଙ୍କୁର ର ସଭାପତି କସ୍ତୁରି ରଥ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ଡା. ଅଶୋକ କୁମାର ସେଠୀ ବିବରଣୀ ପାଠ କରିଥିôଲେ । ତାପରେ କବିତା ପାଠ ହୋଇଥିଲା, କବିତା ପାଠ କରିଥିଲେ ମଦନ ରଥ, ରତ୍ନମୟ ତ୍ରିପାଠି, ବଳିଷ୍ଠ ପ୍ରଧାନ, କପିଳ ପତି, ଜ୍ୟୋସ୍ନାମୟୀ ତ୍ରିପାଠୀ, ଗୋବିନ୍ଦ ସରାଫ, ନଳୀନୀ ଶତପଥି, ରାଜ କିଶୋର ପଣ୍ଡା, ଜ୍ୟୋତିମୟୀ ତ୍ରିପାଠୀ, ରଶ୍ମି ପାତ୍ର, ତପସ୍ୱୀନି ପଶାୟତ, ଚୁଡେନ୍ଦ୍ର୍ର ବେହରା, କରୁଣାକର ପାଣିଗ୍ରାହୀ, ପ୍ରଦୀପ ପାଶାୟତ ଓ ରଘୁନନ୍ଦନ ସିଂ, ରତ୍ନା ରଣା, ପୂଜା ସେଠ ଓ ଶେଷରେ ରତ୍ନମୟ ତ୍ରିପାଠି ଧନ୍ୟବାଦ ଜଣାଇଥିଲେ ।