-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
27-Jun-2023
ବରଗଡ଼:-ବରଗଡ଼ ର ଅଗ୍ରଣୀ ତଥା ଯୋଗୋପଯୋଗୀ ଶିଶୁ କିଶୋର ସାହିତ୍ୟ ପତ୍ରିକା ର ରଜ ସଂଖ୍ୟା ସ୍ଥାନୀୟ ଗୋବିନ୍ଦପାଲି ସ୍କୁଲ ରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଲୋକାର୍ପିତ ହୋଇ ଯାଇଥିବା ବେଳେ ସୁବର୍ଣ୍ଣଦୀପ ପାଠକ ସମ୍ମାନ ବିଶିଷ୍ଟ ଶିକ୍ଷା ବିଦ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଆନନ୍ଦ ଚନ୍ଦ୍ର ମିଶ୍ର ଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ଲେଖିକା ପରିଷଦ ର ସମ୍ପାଦିକା ତାପସ୍ୱିନୀ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ପତ୍ରିକା ର ସମ୍ପାଦକ ପ୍ରଦୀପ୍ତ ଭାନୁ ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ବିବରଣୀ
ଉପସ୍ଥାପନ କରିଥିଲେ ।ସମ୍ବର୍ଦ୍ଧିତ ପ୍ରତିଭା ଶ୍ରୀ ମିଶ୍ର ଶିଶୁ ସାହିତ୍ୟ ପତ୍ରିକା ସୁବର୍ଣ୍ଣ ଦୀପ ଶିଶୁ ମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି ମତ ପ୍ରକାଶ କରିଥିଲେ ।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାର୍ତ୍ତିକ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଆନନ୍ଦ ଚନ୍ଦ୍ର ମିଶ୍ର ଙ୍କୁ ପାଠକ ସମ୍ମାନ ରେ ସମ୍ବର୍ଦ୍ଧିତ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ସାଗରିକା ପାଣିଗ୍ରାହୀ,ମିନତୀ ଦାଶ୍ ନମିତା ଦାଶ ପ୍ରମୁଖ ଉପସ୍ଥିତ ରହି ଶିଶୁ ସାହିତ୍ୟ ମାଧ୍ୟମ ରେ ହିଁ ଶିଶୁ ମାନଙ୍କ ସୃଜନ ଶକ୍ତି ବୃଦ୍ଧି ପାଏ ବୋଲି ମତବ୍ୟକ୍ତ କରିଥିଲେ ।