-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
25-Jun-2023
ମୁରିବାହାଲ(ସୁଦାମ ଚରଣ ବଘାର ): ମୁରିବାହାଲ ଥାନା ଲଖନା ପଂଚାୟତ ଅନ୍ତର୍ଗତ ନୂଆପଡା ଗ୍ରାମ ର ଜଣେ ମହିଳା ନିଖୋଜ ହୋଇ ଯାଇଛନ୍ତି। ସୂଚନାରୁ ପ୍ରକାଶ ଯେ ଶୁସାନ୍ତ ହଂସ (୨୨) ଙ୍କ ସ୍ତ୍ରୀ ରେଣୁକା ହଂସ (୨୧) କାଠ ସଂଗ୍ରହ କରିବାକୁ ଯାଇ ଘରକୁ ଫେରି ନ ଥିଲେ ସୁଶାନ୍ତ ଆଖପାଖ ଅଞ୍ଚଳ ସମେତ ଶଶୁର ଘର ପୁଡାପାଲି ଗ୍ରାମ କୁ ଯୋଗାଯୋଗ କରିଥିଲେ ମଧ୍ଯ କୌଣସି ସୂଚନା ପାଇ ନ ଥିଲେ। ତାଙ୍କର ଗୋଟିଏ ପୁଅ ଥିବା ଜଣାପଡିଛି। ଖୋଜାଖୋଜି କରି ନ ପାଇବାରୁ ମୁରିବାହାଲ ଥାନା ରେ ରେଣୁକା ନିଖୋଜ ହୋଇ ଯାଇଥିବା ନେଇ ଶୁସାନ୍ତ ଲିଖିତ ଅଭିେଯାଗ କରି ଛନ୍ତି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାଯାଏ।