-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
10-Dec-2020
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର)- ସ୍ଥାନୀୟ ଏବିଏସ୍ଏସ୍ ରୋଡ ସ୍ଥିତ ବର୍ଷିୟାନ ମହିଳା ସ୍ନେହଲତା ସାହୁଙ୍କ ଗତ କାଲି ରାତିରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା । ସେ ଜଣେ ଧର୍ମ ପରାୟଣା ଓ ମେଳାପି ମହିଳା ଥିଲେ । ତାଙ୍କ ବିୟୋଗରେ ପଡାବାସୀ ଓ ଜାତି ସମାଜରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ତିନୋଟି ଝିଅ ଓ ଗୋଟିଏ ପୁଅ ସଂଜିବ କୁମାର ସାହୁ ଯେ କି ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ବେଳେ ଝିଅ ଯାଜ୍ଞସିନି ଓ ସବିତା ସହ ଜ୍ୱାଇଁମାନେ ଉପସ୍ଥିତ ଥିଲେ । ଆଜି ସକାଳେ ତାଙ୍କ ଶବଯାତ୍ରାରେ ସ୍ଥାନୀୟ ପଡୋଶୀମାନଙ୍କ ସହ ଜାତି ସମାଜର ସଦସ୍ୟମାନେ ଯୋଗଦେଇଥିଲେ । ଅନ୍ୟାନ୍ୟମାନଙ୍କ ମଧ୍ୟରୁ ସୁରଞ୍ଜିତ ସାହାଣି, ଆଇନଜିବୀ ମାନସ ରଂଜନ ବହିଦାର, ଅଶୋକ ରାଉତ, ଗୁଡିଆ ସମାଜର ଜିଲ୍ଲା ସଭାପତି ମନୋରଂଜନ ସାହୁ, ଜୟକୃଷ୍ଣ ସାହୁ, ରମେଶ ସାହୁ ଓ ଅନ୍ୟାନ୍ୟମାନେ ଶବ ସତ୍କାରରେ ଯୋଗଦେଇଥିଲେ ।