-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
24-Jun-2023
ବିନିକା(ହିମାଂଶୁ ଶେଖର ପୁଟେଲ) ପ୍ରାୟ ଦୁଇମାସ ଖରା ଛୁଟି ପରେ କେତେକ ସ୍କୁଲ ବୁଧବାର ତ ଆଉ କେତେକ ଶୁକ୍ରବାର ଦିନ ଖୋଲିଛି । ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ଖରା ଛୁଟିକୁ ରାଜ୍ୟ ସରକାର ୨ଦିନ ବଢାଇ ଦେଇଥିବା ବେଳେ ଆଉ କେତେକ ଜିଲ୍ଲାରେ ୪ଦିନ ଛୁଟି ଅଧିକ ଦିଆଯାଇଥିଲା ଫଳରେ ଶୁକ୍ରବାର ଠାରୁ ସମସ୍ତ ସ୍କୁଲ ଖୋଲିଛି ।ଦୀର୍ଘ ଦିନର ବ୍ୟବଧାନ ପରେ ବିନିକା ଅଞ୍ଚଳର ସମସ୍ତ ସ୍କୁଲ ଖୋଲିଥିବାରୁ ଛାତ୍ରଛାତ୍ରୀ ତଥା ଅଭିଭାବକ ମଧ୍ୟରେ ଏକ ପ୍ରକାର ଉନ୍ନାଦନ ସୃଷ୍ଟି ହୋଇଛି ।ଛାତ୍ରଛାତ୍ରୀଙ୍କର ପୁଣି ଆରମ୍ଭ ହୋଇଯାଇଛି ନିତିଦିନିଆ ରୁଟିନ ଜୀବନ।ବିନିକା ସହରରେ ଥିବା ସରକାରୀ/ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କୁ ଅଭିଭାବକ ମାନେ ତାଙ୍କର ପୁଅଝିଅଙ୍କୁ ନବା ଆଣିବା କଲେଣି ।ଯେଉଁ ସ୍କୁଲ ଗୁଡ଼ିକ ଦୁଇମାସ ହେଲା ନୀରବ ନିସ୍ତବ୍ଧ ହୋଇ ଯାଇଥିଲା ସେଗୁଡିକ ପୁଣି ଛାତ୍ରଛାତ୍ରୀଙ୍କ ଯୋଗୁଁ ଚଳଚଞ୍ଚଳ ଓ କୋଲାହଲମୟ ହୋଇଉଠିଛି ।ଶିକ୍ଷକ,ଶିକ୍ଷୟତ୍ରୀ ମହଲରେ ମଧ୍ୟ ବେଶ ତପ୍ତରତା ପରିଲକ୍ଷିତ ହୋଇଛି।ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଥିବା ସ୍କୁଲ ବସ,ଅଟୋ ରିକ୍ସା,ମାରୁତି ଭ୍ୟାନ ପ୍ରଭୃତି ରାସ୍ତାରେ ଗଡିବା ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି ।ତେବେ ଗ୍ରୀଷ୍ମ ପ୍ରକୋପରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ଜୀବନ ଗତକାଲି ରାତିରେ ତୁହାକୁ ତୁହା ବର୍ଷା ଯୋଗୁଁ ଲୋକଙ୍କୁ ଟିକିଏ ଆଶ୍ବସ୍ତି ମିଳିଥିବା ବେଳେ ଉତପ୍ତ ଭୂଇଁ କିଛି ମାତ୍ରାରେ ବର୍ଷା ପାଣିରେ ଶୀତଲି ଯାଇଛି । ବର୍ଷା ପରେ ପାଗରେ ପରିବର୍ତ୍ତନ ଆସିବାରୁ ବର୍ତମାନ ଥଣ୍ଡାମୟ ପରିବେଶ ଶିଶୁଙ୍କ ପାଠ ପଢା ପ୍ରତି ଆଗ୍ରହ ସୃଷ୍ଟି କରିବ ବୋଲି ଅଭିଭାବକ/ଅଭିଭାବିକା ମହଲରେ ଆଶା ପ୍ରକଟ କରାଯାଉଛି ।ତେବେ ଏହି ପରିପେକ୍ଷିରେ ଛାତ୍ରଛାତ୍ରୀ ମାନେ ସ୍କୁଲକୁ ପାଦ ଦେବାପରେ ଶିକ୍ଷାଦାନ ପ୍ରଦାନ କରୁଥିବା ଶିକ୍ଷକ/ଶିକ୍ଷୟତ୍ରୀ,ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ଵାଗତ କରିଥିବା ଦେଖିବାକୁ ମିଳିଥିଲା ।