-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
23-Jun-2023
ଆଗଲପୁର, (ବିନୋଦ କୁମାର ଦୀପ) ଗଭୀର ନଳକୂପ ଖନନ କାର୍ଯ୍ୟ ନ ହେବାରୁ ଗାଡ଼ିକୁ ଅଟକ ରଖିଥିଲେ ଚାଷୀମାନେ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆଗଲପୁର ବ୍ଲକ ଝରଣିପାଲି ପଞ୍ଚାୟତ ଅନ୍ତର୍ଗତ ପଣ୍ଡକିଟାଲ ଗ୍ରାମରେ l ସୁଚନାନୁସାରେ ଗତ 2020 ମସିହାରେ ଚାଷୀମାନେ ଅନଲାଇନ୍ ନାମ ପଞ୍ଜୀକୃତ କରିଥିଲେ।ଚାଷୀମାନେ ବ୍ୟାଙ୍କ୍ ଆକାଉଣ୍ଟ ଖୋଲି 20 ହଜାର ଟଙ୍କା ଲେଖାଏଁ ଜମା କରିଥିଲେ କିନ୍ତୁ କୋଭିଡ -19 ଯୋଗୁଁ ଖନନ କାର୍ଯ୍ୟ ହୋଇପାରିଲା ନାହିଁ l ବର୍ତ୍ତମାନ ତାହା 2023 ମସିହାରେ ଖନନ କାମ ଚାଲୁଅଛି l ନଳକୂପ ଖନନ ଗାଡ଼ି ଗ୍ରାମକୁ ଆସି ଗୋଟିଏ ନଳକୂପ ଖନନ କରା ଯାଇଥିଲା ହେଲେ ସେଥିରେ ପାଣି ନ ବାହାରିବାରୁ ତାକୁ ବନ୍ଦ କରି ଦିଆ ଯାଇଥିଲା l ଫଳରେ ଗତ କାଲି ଚାଷୀମାନେ ଏହାର ପ୍ରତିବାଦ କରିଥିଲେ l କିନ୍ତୁ ବୋରିଂ ଖୋଲୁଥିବା ଏଜେନସି ଆଉ ବୋରୀଙ୍ଗ ଖୋଲାଯିବ ନାହିଁ ବୋଲି ମନା କରିଦେଇଥିଲେ ଫଳରେ ଚାଷୀମାନେ ଗାଡ଼ିକୁ ଅଟକାଇ ପ୍ରତିବାଦ କରିଥିଲେ l ବିଭାଗୀୟ ଯନ୍ତ୍ରୀ ଓ ଉଚ୍ଚ ପଦସ୍ଥ ଅଧିକାରୀ ନ ଆସିବା ପର୍ଯ୍ୟନ୍ତ ଗାଡ଼ି ଛାଡ଼ିବୁ ନାହି ବୋଲି ଚେତାବନୀ ଦେଇଥିଲେ l ଚାଷୀମାନେ ହେଲେ ବୀଣା ଗଡ଼ତିଆ, ଶିବରଂଜନ ପଧାନ୍, ସଚ୍ଚିକାନ୍ତ ପଧାନ,ଅନଙ୍ଗ ପଧାନ, ବସନ୍ତ ପଧାନ,ଦେବେନ୍ଦ୍ର ପଧାନ,ମାନସ ବଗର୍ତ୍ତି, କ୍ଷୀରୋଦ୍ର ପଧାନ , ଶ୍ରିମନ୍ତ ପଧାନ ଓ ମନ ଗଡ଼ତିଆ l ବିଭାଗୀୟ ଯନ୍ତ୍ରୀ ଓ ଏସ ଡି ଓ ଙ୍କ କଥାରେ ତାଳମେଲ ରହୁ ନଥିବା ଅଭିଯୋଗ ହେଉଛି l ଏ ବିଷୟକୁ ନେଇ ଆମ୍ଭେ ଯନ୍ତ୍ରୀ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲୁ l