-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ଆଉଟସୋର୍ସିଂ କର୍ମଚାରୀଙ୍କୁ ନିୟମିତ କରିବା ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

23-Jun-2023



ବଲାଙ୍ଗିର//  ରାଜ୍ୟରେ ଠିକାନିଯୁକ୍ତି ଉଚ୍ଛେଦ କରାଯାଇ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କୁ ନୀୟମିତ କରିବା ଦାବିରେ ଆଜି ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ୧୧ଦଫା ସମ୍ମଳିତ ଦାବିପତ୍ର ପ୍ରଦାନ କରାଯାଇଛି ।  ସ୍ଥାନୀୟ ଯାଦବ ଭବନଠାରୁ ଶହଶହ ସଂଖ୍ୟାରେ ଆଉଟସୋର୍ସି କର୍ମଚାରୀ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବଲାଙ୍ଗୀର ଜିଲ୍ଲାସଂଘର ସଭାପତି ରାଜେଶ ଝାଙ୍କରଙ୍କ ନେତୃତ୍ୱରେ ହୋଇଥିବା ଏହି ବିକ୍ଷୋଭରେ ଜିଲ୍ଲା ମହାସଂଘର ଉପଦେଷ୍ଟା ହେମନ୍ତ ପଣ୍ଡା ଯୋଗଦେଇ ନବୀନ ପଟ୍ଟନାୟକ ଗତବର୍ଷ ଦେଇଥିବା ପ୍ରତିଶୃତି ପୂରଣ କରିବାରେ ବିଫଳ ହୋଇଛନ୍ତି ଓ ଠିକାକର୍ମଚାରୀଙ୍କୁ ପ୍ରତାରିତ କରିଛନ୍ତି ବୋଲି ଅଭିଯୋଗ ଉଠାଇଛନ୍ତି । ସେ କହିଛନ୍ତି ଯେ,ଓଡିଶା ସରକାର ରାଜ୍ୟକୁ ଅର୍ଥନୈତିକସ୍ତରରେ ସ୍ୱାବଲମ୍ବି କରାଇ ନବୀନ ପଟ୍ଟନାୟକ ଦେଶର ନମ୍ବର ୧ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । କିନ୍ତୁ ରାଜ୍ୟର ବ୍ଲକଠାରୁ ଆରମ୍ଭକରି ସଚିବାଲୟ ପର୍ଯ୍ୟନ୍ତ କାମକରୁଥିବା ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟା ପ୍ରତି ଆଖିବୁଜିଦେଇଛନ୍ତି । ରାଜ୍ୟର ପ୍ରଗତିରେ ଆଉଟସୋର୍ସି କର୍ମଚାରୀଙ୍କ ଯଥେଷ୍ଟ ଭୂମିକା ରହିଛି । ଅଲ୍ପଦରମାରେ କର୍ମଚାରୀମାନେ କାମ କରି ମଧ୍ୟ ରାଜ୍ୟର ସ୍ୱାର୍ଥପାଇଁ ଦିନରାତି ଖଟୁଛନ୍ତି । ରାଜ୍ୟର ଉଚ୍ଚଶିକ୍ଷିତ ଯୁବକ/ଯୁବତୀ ବହୁବର୍ଷ ହେଲା କାମ କରୁଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ରାଜ୍ୟସରକାର ଏମାନଙ୍କୁ ନୀୟମିତ କରୁନାହାଁନ୍ତି । ସବୁଠୁ ବିଡମ୍ବନାର ବିଷୟ ହେଲା ମୁଖ୍ୟମନ୍ତ୍ରୀ ନିଜେ ଠିକାନିଯୁକ୍ତିକୁ ଉଚ୍ଛେଦ କରିଥିବା ବିଷୟରେ ଘୋଷଣା କରିଥିଲେ ହେଁ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନାହିଁ । ଫଳରେ ରାଜ୍ୟର ଉଚ୍ଚଶିକ୍ଷିତ କର୍ମଚାରୀ ସରକାରଙ୍କ ଦ୍ୱାରା ପ୍ରତାରିତ ହୋଇଥିବା ଅଭିଯୋଗ ହୋଇଛି । ତେଣୁ ସରକାର ଆଉ ପ୍ରତାରିତ ନକରି ଠିକାକର୍ମଚାରୀଙ୍କୁ ତୁରନ୍ତ ନୀୟମିତ କରାଇବା,ସଂପୂର୍ଣ୍ଣ ନୀୟମିତ ହେବା ପର୍ଯ୍ୟନ୍ତ ଠିକାକର୍ମଚାରୀଙ୍କ ଦରମାକୁ ୩୦ହଜାର ଟଙ୍କାକୁ ବୃଦ୍ଧି କରିବା,ପ୍ରତିବର୍ଷ ଦରମାରେ ୧୦% ବୃଦ୍ଧି କରିବା,କର୍ମଚାରୀମାନଙ୍କର ବୀମା,ଇଏସଆଇ ପ୍ରିମିୟମକୁ ସିଧାସଳଖ ଡିଡିଓମାନେ ଡିପୋଜିତ କରିବା,୬ବର୍ଷରୁ ଅଧିକ ସମୟ କାମକରିଥିବା କର୍ମଚାରୀ କୌଣସି କାରଣରୁ ଅକ୍ଷମ ହେଲେ ତାଙ୍କୁ ୬ଲକ୍ଷ ଟଙ୍କା ଓ ମୃତ୍ୟୁହେଲେ ୧୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବା,ମୃତକର୍ମଚାରୀଙ୍କ ପରିବାରବର୍ଗ ମଧ୍ୟରୁ ଜଣକୁ ଚାକିରିପ୍ରଦାନ ଓ ମହିଳାକର୍ମଚାରୀମାନଙ୍କୁ ଚାକିରିକାଳରେ ଦୁଇଥର ମେଟରନାଲ ଲିଭ ଦେବାକୁ ଦାବି କରାଯାଇଛି । ଯଦି ସରକାର ଆସନ୍ତା ଜୁନ ୩୦ତାରିଖ ମଧ୍ୟରେ ଏହି ଦାବିଗୁଡିକ ଉପରେ ବିଚାର କରି ପଦକ୍ଷେପ ନନେଲେ ଆସନ୍ତା ଜୁଲାଇ ୧ ତାରିଖରୁ ନବୀନ ନିବାସ ଘେରାଉ କରାଯିବ ବୋଲି ମହାସଂଘ କହିଛି । ଏହି ବିକ୍ଷୋଭରେ ଉପସଭାପତି ଦିଲିପ ସାହୁ,ସଂପାଦକ ଚଞ୍ଚଳ ମିଶ୍ର,କୋଷାଧ୍ୟକ୍ଷ ସତ୍ୟାନନ୍ଦ ସେଠ,ସଂଗଠନ ସଂପାଦକ ଆଶୁତୋଷ ବେହେରା,କାର୍ଯ୍ୟକାରୀ କମିଟିର ନୀରୋଜ ମିଶ୍ର ପ୍ରମୁଖଙ୍କ ସହିତ ବ୍ଲକଅଞ୍ଚଳରୁ ଆସିଥିବା ଶତାଧିକ ଠିକା କର୍ମଚାରୀ ସାମିଲଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like