-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||     

HOME   ଜିଲ୍ଲା

ନାଗରିକ ବିକାଶ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

23-Jun-2023



କଳାହାଣ୍ଡି,ଭବାନୀ ପାଟଣା (ତ୍ରିନାଥ ବେଶ୍ରା )

,ଜିଲ୍ଲା ସ୍ତରୀୟ ଲୋକ ସଂଗଠନ ନାଗରିକ ବିକାଶ ସଂଗଠନ , କଳାହାଣ୍ଡି, ଓଡିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ଓଡିଶା ପକ୍ଷରୁ ନିକଟରେ  କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ  ସହିତ ବର୍ଦ୍ଧିତ ଗ୍ରୀଷ୍ମପ୍ରବାହ ହେତୁ, ଆଦିବାସୀ, ଦଳିତ ଏବଂ ଅନ୍ୟାନ୍ୟ  ପଛୁଆବର୍ଗର ଲୋକ ମାନେ  ସ୍ଵଛ ପାନୀୟ ଜଳ ଏବଂ ପୁଷ୍ଟି ଯୁକ୍ତ ଖାଦ୍ୟ  ପାଇବାରୁ ବଞ୍ଚିତ ହେଉଛନ୍ତି |। ଯାହାକି ସେମାନଙ୍କର ଆତ୍ମସମ୍ମାନ ସହ ବଞ୍ଚିବାର ଅଧିକାରକୁ ସୀମିତ କରୁଛି | ତେଣୁ, ସ୍ଥାନୀୟ ସଂଗଠନ ପଛୁଆବର୍ଗମାନଙ୍କ ପାଇଁ ଅଧିକାର ସହିତ ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ନିମନ୍ତେ  ସଚେତନ ମୂଳକ କାର୍ଯ୍ୟକ୍ରମମାନ କରିଆସୁଅଛି | ଏଥିସହିତ, ସ୍ଥାନୀୟ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପଠାଇବା ସହିତ ଜିଲ୍ଲାର ସମସ୍ତ ବଞ୍ଚିତ ବର୍ଗର  ଜନସାଧାରଣମାନଙ୍କ ପାଇଁ ନିମ୍ନଲିଖିତ ଦାବୀ ଗୁଡିକ ଶୀଘ୍ର ପୂରଣ କରାଯାଉ ବୋଲି  ସଂଗଠନ ପକ୍ଷରୁ ନିବେଦନ କରାଯାଇଛି | 

ସଂଗଠନ ଦାବୀ ସମୂହ: 

1. ସମସ୍ତ ପରିବାରକୁ ଶୁଦ୍ଧ  ପିଇବାପାଣି ଯୋଗାଇ ଦେବା ଓ ସମସ୍ତ ପିଇବା ପାଣିର ଉତ୍ସଗୁଡିକୁ ମରାମତି କରାଯାଉ ଓ ସୋକପିଟ ନିର୍ମାଣ  କରାଯାଉ। 

2. ସମସ୍ତ ଯୋଗ୍ୟ  ଗରିବ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କା ଘର ଯୋଗାଇ ଦିଆଯାଉ । 

3. ବାଦ ପଡିଥିବା ସମସ୍ତ ପରିବାରକୁ ତୁରନ୍ତ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଉ । 

4. ସମସ୍ତ ଗରିବ  ବୃଦ୍ଧ/ ବୃଦ୍ଧା / ବିଧବା ଏବଂ ଦିବ୍ୟାଙ୍ଗ  ମାନଙ୍କୁ ତୁରନ୍ତ ଭତ୍ତା ଯୋଗାଇଦେବା  ଓ ଭତ୍ତା ର ପରିମାଣ 2000 ଟଙ୍କାକୁ ବୃର୍ଦ୍ଧି କରାଯାଉ ଓ ହାତରେ  ନଗଦ ଟଙ୍କା ଆକାରରେ ଘରେ ପ୍ରଦାନ କରାଯାଉ। 

5. ସମସ୍ତ ଯୋଗ୍ୟ ପରିବାରକୁ ବ୍ୟକ୍ତିଗତ  ଜଙ୍ଗଲ  ଜମି ପଟ୍ଟା ପ୍ରଦାନ  ଓ ଗ୍ରାମ ଗୁଡିକୁ ସାମୁହିକ ଜଙ୍ଗଲ  ଜମି ପଟ୍ଟା ପ୍ରଦାନ  କରିବାର ବ୍ୟବସ୍ଥା କରାଯାଉ । 

6. ସମସ୍ତ ଯୋଗ୍ୟ  ପରିବାରକୁ ଘରଡିହ ପଟ୍ଟା ପ୍ରଦାନ  କରାଯାଉ | 

7. ସମସ୍ତ ଚାଷଜମିକୁ ଜଳସେଚନ ଯୋଗାଇଦେବା  ଓ ସମସ୍ତ ଚେକଡ୍ୟାମ, କେନାଲ  , ଉଠାଜଳସେଚନ  ପଏଣ୍ଟ ଗୁଡିକୁ ତୁରନ୍ତ ମରାମତି କରାଯାଉ | 

8. ସମସ୍ତ ଚାଷୀ ପରିବାରକୁ ରବି ଋତୁରେ  ଚାଷ ନିମନ୍ତେ  ସେପ୍ଟେମ୍ବର ସୁଦ୍ଧା ଡାଲି  ଜାତୀୟ ବିହନ ଯଥା- ମୁଗ, ବିରି, ଚଣା, ଓ କୋଳଥ  ଆଦି ମାଗଣାରେ  ଯୋଗାଇ ଦିଆଯାଉ | 

9. ପାକଶାଳା ବଗିଚା ପାଇଁ ସମସ୍ତ ପରିବାରକୁ ପନିପରିବା ବିହନ କିଟ ତୁରନ୍ତ ପ୍ରଦାନ  କରାଯାଉ । 

10. ପରିବାର ର ବାଦ ପଡିଥିବା ସଦସ୍ୟ/ସଦସ୍ୟା  ମାନଙ୍କୁ ତୁରନ୍ତ ରାସନ କାର୍ଡରେ  ନାମ ପଞ୍ଜୀକୃତ କରାଯାଉ | 11. ସମସ୍ତ ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ଯଥା- ଶ୍ରେଣୀ ଗୃହ, ରୋଷେଇ  ଘର, ଶୁଦ୍ଧ  ପିଇବା ପାଣି, ଖେଳପଡିଆ,ଶୌଚାଳୟ, ଓ ପାଚେରୀ ଆଦି ମରାମତି ଓ ନିର୍ମାଣ  କରାଯାଉ ଏବଂ ଆବଶ୍ୟକ  ସଂଖ୍ୟକ  ଶିକ୍ଷକ ନିଯୁକ୍ତ କରାଯାଉ। 

12. ୧୫୦ ରୁ ଉର୍ଦ୍ଧ୍ଵ  ଜନସଂଖ୍ୟା  ଥିବା ପଡା ଗ୍ରାମଗୁଡିକରେ  ତୁରନ୍ତ ମିନି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ , ସମସ୍ତ ଅଙ୍ଗନବାଡି କେନ୍ଦ୍ରର ଭିତ୍ତିଭୂମି ଯଥା- ପକ୍କାଗୃହ ନିର୍ମାଣ , ପିଇବା ପାଣି, ଶୌଚାଳୟ, ରୋଷେଇ  ଗୃହ ଓ ପାଚେରୀ ନିର୍ମାଣ  କରାଯାଉ । 

ଉପରୋକ୍ତ ଦାବୀଗୁଡିକ ଉପରେ ବିଚାର କରି ଆବଶୟକୀୟ ପଦକ୍ଷେପ  ପାଇଁ ରାଜ୍ୟ  ସରକାର ଓ ଜିଲ୍ଲା ପ୍ରଶାସନ କାର୍ଯ୍ୟ  କରିବା ଉଦ୍ଧେଶ୍ୟରେ କଳାହାଣ୍ଡି  ଜିଲ୍ଲାର ଉମେନ୍ ଫେଡରେସନ ଜିଲ୍ଲା ମ୍ୟାନେଜର କଲ୍ୟାଣୀ ଦାସ, ଜିଲ୍ଲା କାର୍ଯ୍ୟ କାରିଣୀ କମିଟିର ସଦସ୍ୟ ଉପେନ୍ଦ୍ର ସୁନାନୀ, ସଂଯୋଜକ ଜଗନ୍ନାଥ ଶଗଡ଼ିଆ, ବାବୁଲାଲ ତାଣ୍ଡି, ଜନସାଥୀ ତ୍ରିନାଥ ବେଶ୍ରା,ମୁକ୍ତା ଠାକୁର, ଗୋକୁଳ ଛତ୍ରିଆ, ନବୀନ ସୁନାନୀ, ପର୍ଶୁରାମ ଠାକୁର, ସୁଦର୍ଶନ ନାଏକ, ଟଙ୍କେଶ୍ୱର କୁମାର, ଉମେଶ ବାଗ, ପବିତ୍ର ନାଏକ, ଧନଞ୍ଜୟ ହରପାଲ, ଅହଲ୍ୟା ସାହୁ, ଅନିଲ ନାଗ, ସୀମନ୍ତିନୀ ବାରିକ, ଜ୍ୟୋତି ସେନାପତି, ପଣ୍ଡିତ ସୁନାନୀ, ସୀମାଦ୍ରୀ ବାରିକ, ଯୋଗେଶ୍ୱର ନାଏକ, ପବିତ୍ର ବେଶ୍ରା, ଝାସକେତନ ହରିଜନ ସମେତ ଉର୍ମି ଲିଡର ପ୍ରେମଶିଳା ପାଣିଗ୍ରାହୀ, ତରୁଲତା ନାଗ, ଜନତା ମାଝୀ, ମଥୁରା ମାଝୀ, କୁନି ନାଏକ, ପୁରନ୍ଦର ନାଏକ, କୌସଲ୍ୟା ମାଝୀ, କମଳୀ ମାଝୀ, କୂଳଦେଇ ମାଝୀ ,ତାରା ମାଝୀ, ସାଇବନି ମାଝି ,ପ୍ରତିମା ମାଝୀ, ରଞ୍ଜିତା ମାଝୀ, ତରୁଣୀ ମାଝୀ, ଲିଲି ମାଝୀ, ନମିତା ଗୌଡ, ସୌଭାଗିନୀ ମାଝୀ, ଲିଲିମା ଛତ୍ରିଆ, ପୁଷ୍ପଲତା ଠାକୁର, ହେମରାଜ ଭଇସାଲ, ଦେବସ୍ମୀତା ମାଝୀ ତଥା ଜିଲ୍ଲାର 12 ଗୋଟି ବ୍ଲକରୁ ଶତାଧିକ ପୁରୁଷ ଓ ମହିଳା ଶୋଭାଯାତ୍ରାରେ  ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟରେ  ଜିଲ୍ଲାପାଳଙ୍କ ଜରିଆରେ  ମାନ୍ୟବର  ମୁଖ୍ୟମନ୍ତ୍ରୀଙ୍କୁ  ଦାବୀପତ୍ର ପ୍ରଦାନ  କରାଯାଇଛି ବୋଲି  ସଂଗଠନ ପକ୍ଷରୁ ଏକ ପ୍ରେସ ବାର୍ତ୍ତାରେ  ସୂଚନା ଦିଆଯାଇଛି |


News Comment




Photo in News

Advertisment
Lastest News
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026

You Might Also Like