-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
23-Jun-2023
ମୁରିବାହାଲ(ସୁଦାମ ଚରଣ ବାଘାର): ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସିଥିବା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ଯକ୍ଷ ତଥା ମୂଖ୍ଯ ମନ୍ତ୍ରୀ ଙ୍କ ମୂଖ୍ଯ ପରାମର୍ଶଦାତା ଅସିତ ତ୍ରୀପାଠୀ ଗୁରୁବାର ମୁରିବାହାଲ ବ୍ଲକ ଗସ୍ତ ରେ ଆସି ବିଭିନ୍ନ କ୍ରାର୍ଯକ୍ରମରେ ଯୋଗ ଦେଇଛନ୍ତି। ବାଙ୍କେଲ ଗ୍ରାମରେ ଜଳସେଚନ ପ୍ରକଳ୍ପ ସହ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ଶ୍ରୀ ତ୍ରୀପାଠୀ ରହେନଚୁଆଁ ମୁଣ୍ଡା ଠାରେ ଏକ ନୂତନ କଲ୍ଯାଣ ମଣ୍ଡପ ନିର୍ମାଣ ର ଭିତ୍ତି ପ୍ରସ୍ତର ସ୍ଥାପନ କରି ଥିଲେ। ଡବ୍ଲୁଓଡିସି
ସଦସ୍ଯ ହଂସରାଜ ଜୈନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଶ୍ରୀ ତ୍ରୀପାଠୀ ଙ୍କ ସହ ଜିଲ୍ଲାପାଳ ଚଞ୍ଚଳ ରାଣା, ଡବ୍ଲୁଓଡିସି ସିଇଓ ଡ଼ ଅଜିତ ମିଶ୍ର, ଟିଟିଲାଗଡ଼ ଉପ ଜିଲ୍ଲାପାଳ ଦୟାମୟ ପାଢୀ, ମୁରିବାହାଲ ବିଡିଓ ପୂଣ୍ଣାନନ୍ଦ ପଟେଲ, ତହସିଲଦାର ସୋନାଲି ପାତ୍ର, ମାଲିଶିରା ସରପଂଚ ଦେବରାଜ ପାତ୍ର, ସମିତି ସଭ୍ଯା ବିନୋଦିନୀ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ରେ ଅଂଚଳର ବହୁ ସଂଖ୍ଯା ରେ ଲୋକ ଯୋଗ ଦେଇଥିବା ବେଳେ ଶ୍ରୀ ଜୈନ କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ଯବାଦ ଦେଇଥିଲେ।