-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
21-Jun-2023
ବଲାଙ୍ଗୀର (ପ୍ରେରଣା ଖବର )
କିଛି ଦିନ ଆଗରୁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ଶାଖା ର କର୍ମକର୍ତା ରାସ୍ତା ରେ ପଡିରହିଥିବା ଏକ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ
ବଲାଙ୍ଗୀର ହସ୍ପିଟାଲ ରେ ଭର୍ତି କରି ଦେଖାଶୁଣା କରୁଥୁଲେ... ପରେ ତାଙ୍କର ଦେହାନ୍ତ ପରେ ମଧ୍ୟ ପରିଜନ ଙ୍କ ବିଷୟରେ ଜଣାପଡିନଥିଲା... ସେହିପରି ଗତ ୧୬ ତାରିକ ମଧ୍ୟ ଆଉ ଜଣେ ଅସହାୟ ବ୍ୟକ୍ତିଙ୍କୁ ହସ୍ପିଟାଲ ରେ ଭର୍ତି କରାଯାଇଥିଲା ତାଙ୍କର ମଧ୍ୟ ଦେହାନ୍ତ ହୋଇଥିଲା.. ୩ ଦିନ ପର୍ଯ୍ୟନ୍ତ ଉଭୟ ଙ୍କ ଶବକୁ ନେବା ପାଇଁ କେହି ପରିଜନ ନ ଆସିବାରୁ ଆଜି ସ୍ବେଛାସେବୀ ଅନୁଷ୍ଠାନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ର କରକର୍ତ୍ତା ମାନେ ସତ୍କାର କରିଛନ୍ତି.... ସ୍ଥାନୀୟ ବିଭୁତିପଡା ସ୍ମଶାନ କୁ ନେଇ ଶବଦ୍ବୟ କୁ ମର୍ଯ୍ୟାଦା ସହ ସତ୍କାର କରାଯାଇଛି... ଏହି କାର୍ଯ୍ୟ ରେ ଅନୁଷ୍ଠାନ ର ବିଶ୍ୱଜିତ ପଟେଲ, କନ୍ଦର୍ପ ରଣା, ରଂଜିତ ପଧାନ,ପିତାମ୍ବର ମଲ୍ଲିକ, ବବି ସୁନା,ବିକାଶ ବେହେରା, ମୁକେଶ ପଧାନ, ବୁଲୁ ମହାକୁର, ବିକୁ ଦଳାଇ, ଶୁଭ୍ରାନ୍ତ ନନ୍ଦ ଆଦି ରହି ସହଯୋଗ କରିଥିଲେ