-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
20-Jun-2023
ବଲାଙ୍ଗିର(ପ୍ରେରଣା ଖବର): ଜୁନ ୨୧ ତାରିଖ ଆନ୍ତର୍ଜାତିକ ଯୋଗଦିବସ ଉପଲକ୍ଷେ ଆଜି ସକାଳ ୬ ଘଣ୍ଟାରୁ ସକାଳ ୮.୩୦ ପର୍ଯ୍ୟନ୍ତ ବିଶ୍ଵ ଯୋଗ ଦିବସ ଉପଲକ୍ଷେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ବଲାଙ୍ଗିର ଟାଉନ ସରକାରୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଟ ସାମ୍ବାଦିକ ରାଜ୍ୟ ସାମ୍ବାଦିକ ସଂଘର ବଲାଙ୍ଗିର ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀ ଯୋଗ ଦେଇ ଜୀବନ ରେ ଯୋଗର ଉପକାରିତା ଉପରେ କହି ନିରୋଗ ଜୀବନ ଯାପନ ପାଇଁ ଯୋଗ ଅଭ୍ୟାସ ଉପରେ ଗୁରୁତ୍ବ ଆରୋପ
କରିଥିଲେ। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବଲାଙ୍ଗିର ପ୍ରଚାରକ ସନ୍ତୋଷ ବେହେରାଙ୍କ ଆହୂତ କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ ର ଦୁଇ ଜଣ ଛାତ୍ରଛାତ୍ରୀ ହିସାବରେ ୫୦ ରୁ ଅଧିକ ଯୋଗଦେଇ ଯୋଗ ଅଭ୍ୟାସ କରିଥିଲେ। ପ୍ରଶିକ୍ଷକ ରୂପେ କଦମ ପଡ଼ା ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସୁବ୍ରତ ବେହେରା , ସଂଘ ପ୍ରଚାରକ ସନ୍ତୋଷ ବେହେରା, ଆଚାର୍ଯ୍ୟ ସଞ୍ଜୟ ପୁରୋହିତ, ଗିର୍ଲ୍ସ ହାଇସ୍କୁଲ ହାଇସ୍କୁଲ କ୍ରୀଡା ଶିକ୍ଷୟତ୍ରୀ କସ୍ତୁରୀ ରଥ ଯୋଗଦେଇ ଅଭ୍ୟାସ ବର୍ଗରେ ସହଯୋଗ କରିଥିଲେ। ସରସ୍ଵତୀ ଶିଶୁ ମନ୍ଦିର ଓ ବାଳିକା ହାଇସ୍କୁଲ କର୍ମଚାରୀ ମାନେ ବର୍ଗରେ ସହଯୋଗ କରିଥିଲେ। ପ୍ରାରମ୍ଭରେ ମୁଖ୍ୟ ଅତିଥି ଓ ଅନ୍ୟମାନେ ଭାରତ ମାତା ପ୍ରତିକୃତି ରେ ସୁମନ ଅର୍ପଣ ପରେ ଓଁକାର ନାଦ ପରେ ଯୋଗ ଅଭ୍ୟାସ କରିବା ସହିତ ଅଭ୍ୟାସ ଗୁଡିକର ଶରୀର ପାଇଁ ତାର ଉପାଦେୟତା ସମ୍ପର୍କରେ ସୂଚିତ କରା ଯାଇଥିଲା।