-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
17-Jun-2023
ବାରିପଦା (ପ୍ରେରଣା ଖବର ): ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡରେ ଶିକାରୀଙ୍କ ଗୁଳିରେ ବନପାଳ ନିହତ । ବନ୍ଧୁକ ଜବତ, ଶିକାରୀ ଗିରଫ l ମୃତ ବନପାଳ ମାଥି ହାଁସଦା(୪୫) । ଗୁରୁତର ଆହାତ ଅବସ୍ଥାରେ ତାଙ୍କୁ କରଞ୍ଜିଆ ଡାକ୍ତରଖାନାକୁ ଆଣି ଥିବାବେଳେ ଡାକ୍ତର ମୃତଘୋଷଣା କରିଛନ୍ତି । ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟା ପରେ ବଡଚାଚରନ ବିଟହାଉସ ଅଞ୍ଚଳରେ ୬ଜଣ ସଶସ୍ତ୍ର ଶିକାରୀଙ୍କ ସହିତ ୬ଜଣିଆ ବନକର୍ମଚାରୀ ଦଳଙ୍କ ମୁହାଁମୁହିଁ ହୋଇଥିଲା । ଶିକାରୀଙ୍କ ଗୁଳି ବନପାଳଙ୍କ ଛାତିରେ ବାଜିବାରୁ ସେ ଗୁରୁତର ଆହତ ହୋଇପଡିଥିଲେ । ଶିକାରୀମାନେ ଘଟଣା ଭିଆଇ ଫେରାର ହୋଇଯାଇଥିବା ବେଳେ ଗୋଟିଏ ବନ୍ଧୁକ ଜବତ କରାଯାଇଛି । ମାସକ ମଧ୍ୟରେ ୨-୨ଜଣ ବନକର୍ମଚାରୀ ଶିକାରୀଙ୍କ ଗୁଳିରେ ମୃତ ଘଟଣା ସମ୍ପ୍ରତି ଚିନ୍ତାର କାରଣ ସାଜିଛି ।