-+91-9937148622 |

prerana_bgr@rediffmail.com |

  Saturday 31st October 2026 |

| | | |

R.N.I. Regd No. ODIODI/2010/46693

Breaking News

ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   (31-Oct-2026)       ||      ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   (30-Oct-2026)       ||      ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ    (30-Oct-2026)       ||      ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   (30-Oct-2026)       ||      ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   (30-Oct-2026)       ||      ୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   (30-Oct-2026)       ||      ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ    (30-Oct-2026)       ||      ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   (30-Oct-2026)       ||      ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||     

HOME   ରାଜ୍ୟ

ନକଲି ବିଲରେ ଅସଲି କାରବାରର ତଦନ୍ତ ଦାବୀ କଲା ଏସ୍‌ସି କଲ୍ୟାଣ ସଂଘ  ତଦନ୍ତ ନ ହେଲେ ଧାରଣା ଦେବାକୁ ଧମକ

16-Jun-2023



ଡୁଙ୍ଗୁରିପାଲ(ଅରବିନ୍ଦ ମିଶ୍ର)ଏହି ବ୍ଲକରେ  ତଥା ବ୍ଲକର ବିଭିନ୍ନ ପଞ୍ଚାୟତ ଗୁଡିକରେ ଚାଲିଥିବା ଉନ୍ନୟନ ମୁଳକ କାମର ବିଭିନ୍ନ ସାମଗ୍ରୀ କିଣାରେ ଦୂର୍ନିତି ହୋଇଥିବା ଅଭିଯୋଗ ହୋଇଛି । ବିଲ ଗୁଡିକରେ ଜିଏସଟି ଏବଂ ଟିନ ନମ୍ବର ରହିଥିଲେ ମଧ୍ୟ ତାହା ସଠିକ ନଥିବା ଓ ଏହାର ତଦନ୍ତ କରାଯିବାକୁ ଆଜି ବ୍ଲକ ଅନୁସୂଚିତ ଜାତି କଲ୍ୟାଣ ସଂଘ ପକ୍ଷରୁ ଡୁଙ୍ଗୁରିପାଲି ବିଡିଓ ତ୍ରିପୁର ମହାନନ୍ଦଙ୍କଠାରେ ଦାବି  କରିଛନ୍ତି । ତଦନ୍ତ ନହଲେ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ସଂଘ ଧମକ ଦେଇଛି । ଆଜିର ଦାବୀ ପତ୍ର ପ୍ରଦାନ ବେଳେ ସଂଘର ସଭାପତି ସୁରୁବାବୁ ନନ୍ଦଙ୍କ ନେତୃତ୍ୱରେ ସଂପାଦକ ରତ୍ନାକର ସେଠ, ବ୍ଲକ ଲକ୍ଷେଘର ଗଣ୍ଡା ସମାଜର ସଭାପତି ନିତେଇ ପାଳ, ସଂପାଦକ ଅନିରୁଦ୍ଧ ଦୀପ, ଖଗେଶ୍ୱର କୁମ୍ଭାର, ସାନନ୍ଦ ତାଣ୍ଡି,  ଭାଗିରଥି ବାରିକ,  ଛାୟାକାନ୍ତ ମେହେର, ରାମପୁର ଜୋନ ସଭାପତି ରଥ କୁମ୍ଭାର, ରାଜୁ ତାଣ୍ଡି, କୃଷ୍ଣଚନ୍ଦ୍ର ବାଗଙ୍କ ବହୁ ସଂଖ୍ୟାରେ ସଦସ୍ୟମାନେ ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବ୍ଲକ ତଥା ପଞ୍ଚାୟତ ଗୁଡିକରେ ବିଭିନ୍ନ ଉନ୍ନୟନ କାମ ଚାଲିଛି । ଏଥିପାଇଁ ସିମେଣ୍ଟ, ଲୁହାରଡ, ଇଟା, ବାଲି, ଚିପ୍‌ସ, ଜେସିପି, ଟ୍ରାକ୍ଟର ଗୁଡିକର ବ୍ୟବହାର ହୋଇଥାଏ । କାର୍ଯ୍ୟ କରୁଥିବା କାର୍ଯ୍ୟନିର୍ବାହୀ ସଂସ୍ଥାଗୁଡିକ ଏଥି ପାଇଁ ଜିଏସଟି ଥିବା ବିଲ ପ୍ରଦାନ କରିଥାନ୍ତି । ବିଲ ଦାଖଲ ପରେ ଯୋଗାଣକାରୀ ସଂସ୍ଥା ବା ଭେଣ୍ଡରମାନଙ୍କୁ ଅନ୍ ଲାଇନ ମାଧ୍ୟମରେ ବିଲଗୁଡିକର ପେମେଣ୍ଟ ହେବାର ନିୟମ ରହିଛି । ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ କାର୍ଯ୍ୟର ସାମଗ୍ରୀ ଯୋଗାଣ  ପ୍ରାୟ ଆଠଟି ଭେଣ୍ଡର ସାମଗ୍ରୀ ଯୋଗାଉଥିବା ବିଭାଗୀୟ ଅଧିକାରୀଙ୍କଠାରୁ ସୂଚନା ମିଳିଛି । ସେମାନେ ବିଭିନ୍ନ ସମୟରେ ପଞ୍ଚାୟତଠାରୁ  ଆରମ୍ଭ କରି  ବ୍ଲକ କାର୍ଯ୍ୟାଳୟର  କାର୍ଯ୍ୟଗୁଡିକୁ ସାମଗ୍ରୀ ଯୋଗାଇ ଥାନ୍ତି । କିନ୍ତୁ କାଗଜ କଲମରେ ଏଗୁଡିକ ଚାଲିଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି ।  ଜଣେ ଭେଣ୍ଡର ବର୍ଷକୁ କେତେ ଟଙ୍କାର ସାମଗ୍ରୀ ଯୋଗାଇ ପାରିବ ସେଥିପାଇଁ ସେ ସେତେ ଟଙ୍କାର ଲାଇସେନ୍ସ ବା ଅନୁମତି ପାଇଥାଏ । କିନ୍ତୁ କେତେକ  ଯୋଗାଣକାରୀ ସଂସ୍ଥା ପାଖରେ ବିନା ସାମଗ୍ରୀରେ  ଜିଏସଟି ବିଲ ପ୍ରଦାନ କରୁଛନ୍ତି । କାମ କରୁଥିବା ସଂସ୍ଥା ବା ଠିକାଦାର ନିଜକୁ ସୁହାଇଲା ଭଳି ବିଭିନ୍ନ ଦୋକାନରୁ ନିମ୍ନମାନର ସାମଗ୍ରୀ ଆଣିଥାଏ । କିନ୍ତୁ ବିଲ ଭେଣ୍ଡର ମାନଙ୍କଠାରୁ ଆଣି ଦାଖଳ କରିଥାଏ । ଏଥିପାଇଁ ୨ରୁ ୪ ଶତକଡା ହାରରେ ସେମାନେ ନେଇଥାନ୍ତି । ପ୍ରକୃତରେ ସେମାନେ ବିକ୍ରୀ ଅନୁସାରେ ଜିଏସଟି ଦାଖଲ କରୁଛନ୍ତି କି ନାହିଁ ତାହା ଜନସାଧାରଣରେ ସନ୍ଦେହ ଦେଖା ଦେଇଛି । ସାମଗ୍ରୀ ଯୋଗାଣ କାରୀ ସଂସ୍ଥାର ଇନପୁଟ ଓ ଆଉଟପୁଟ ସାମଗ୍ରୀର ତଦନ୍ତ କଲେ ଏହା ଜଣାପଡି  ଯେ ସେ କେତେ  ସାମଗ୍ରୀ ହୋଲସେଲରଠାରୁ ଆଣିଛି ଓ କେତେ ବିକ୍ରୀ କରିଛି । ଏଥିପାଇଁ ସେ କେବେ ଓ କେତେ ଟଙ୍କ ଜିଏସଟି ପୈଠ କରିଛି । ବିଲ ଗୁଡିକ ଅନ୍ ଲାଇନ ମାଧ୍ୟମରେ ଦେବାର ନିୟମ ରହିଥିଲେ ମଧ୍ୟ କେତେକ ସ୍ଥାନରେ କେସ୍ ପେମେଣ୍ଟ ହେଉଥିବା ଜଣାଯାଏ । ଯାହାକି ନିୟମ ବିରୁଦ୍ଧ ଅଟେ । କେଉଁ ସ୍ୱାର୍ଥରେ ଏଭଳି ଭାବରେ ପେମେଣ୍ଟ କରାଯାଉଛି । ଏଥିପାଇଁ ବିଭାଗୀୟ ଅଧିକାରୀମାନଙ୍କ ସହିତ ସେମାନଙ୍କନ୍ଧୁ ଚନ୍ଦ୍ରିକା ରହିଛି । ବିଭିନ୍ନ ସମୟରେ ଅଡିଟ କରାଯାଉଥିଲେ ମଧ୍ୟ ଅଡିଟରେ ଏହା କାହିଁକି ଧରାପଡୁ ନାହିଁ । ପ୍ରକୃତରେ ଅଡିଟର ଜାଣି ନାହାନ୍ତି କି ଜାଣିଶୁଣି ଏମାନଙ୍କୁ ସହିତ ସଲାସୁତୁରା ରହିଛି । କେତେକ ଭେଣ୍ଡର କଂପ୍ୟୁଟର ଦୋକାନ ବା ଛାପାଖାନାରୁ ବିଲ ବହି ତିଆରି କରି ଆଣିଛନ୍ତି । ସେମାନେ ଝୁଲାମୁଣାରେ, ବାଇକ ଡିକିରେ ଧରି ବୁଲୁଛନ୍ତି । ଯିଏ ଯେଉଁଠି ଯେତେ ଟଙ୍କାର ଯେ କୌଣସି  ସାମଗ୍ରୀର ବିଲ ମାଗିଲା ଶତକଡା ୨ରୁ ୪ ଅନୁସାରେ ବିଲ ପ୍ରଦାନ କରୁଛନ୍ତି ।  ମାତ୍ର କେତେକ ବିଲର ଜିଏସଟି ଦାଖଲ ହେଉଥିବା ବେଳେ ଅଧିକାଂଶ ବିଲର ଜିଏସଟି ଦାଖଲ ହେଉନଥିବା ଆଲୋଚନା ହେଉଛି । ଯଦି ସେମାନେ ଶତକଡା ଯେତିକ ଅଂଶ ଜିଏସଟି ଦେବା କଥା କିନ୍ତୁ ୨ରୁ ୪ ଶତକଡା ହିସାବରେ କିପିର ନେଉଛନ୍ତି ଯାହା ସନ୍ଦେହ ସୃଷ୍ଟି କରୁଛି ।  ଏଥିରେ ଜିଏସ୍‌ଟି ବିଭାଗର କେତେକ କର୍ମଚାରୀମାନଙ୍କ ହାତ ଥାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି । କାହିକି ନା କୌଣସି ସମୟରେ ଜିଏସଟି ବିଲ ଉପରେ ଚଢାଉ , ଧରପଡ ଅଥବା ତଜର୍ମା କରାଯାଉ ନାହିଁ । ଯେଉଁଥି ପାଇଁ ଏହାକୁ ଲାଭଜନକ ବ୍ୟବସାୟରେ ପରିଣତ ହେଲାଣି । ସାମଗ୍ରି ଥାଉକି ନ ଥାଉ,  ଜିଏସଟି ଭେଣ୍ଡର ଲାଇସେନ୍ସ ଗୋଟିଏ ହାତେଇ ଦେଲେ ବିଲ ଦେଇ ଲକ୍ଷ ଲକ୍ଷଟଙ୍କାର କାରବାର ହେଉଛି । ଯାହା ଦ୍ୱାରା ସରକାର କୋଟିକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ।  ଏପରି ବିଲ କେବଳ ଡୁଙ୍ଗୁରିପାଲି ଅଂଚଳରେ ନୁହେଁ ପଡୋଶୀ ବ୍ଲକ, ପଞ୍ଚାୟତ ଗୁଡିକରେ ମଧ୍ୟ ଚାଲିଥିବା  ଆଲୋଚନା ହେଉଛି । ଏ ସଂପର୍କରେ କେତେକ   ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲେ ମଧ୍ୟ ବିଭାଗୀୟ ତଦନ୍ତ ହୋଇଛି କି ନାହିଁ ତାହା ଜଣା ପଡୁ ନାହିଁ । ଦୀର୍ଘ ୧୦ ବର୍ଷରୁ  ହେବା ଏପରି ନକଲି ବିଲରେ ଅସଲି କାରବାର ଚାଲିଅଛି । ବ୍ଲକ ଏବଂ ପଞ୍ଚାୟତ ଗୁଡିକରେ ଦାଖଲ କରିଥିବା ବିଲକୁ ନେଇ ଜିଏସଟି ଅଧିକାରୀଙ୍କ ସହିତ ମିଶି ତଦନ୍ତ କରାଯିବା କଥା । ଜଣେ ଭେଣ୍ଡର କେତେ ଟଙ୍କାର ସାମଗ୍ରୀ ଦେଇ ପାରିବେ ତାହା ମଧ୍ୟ ତଦନ୍ତ ହେବା କଥା । ଯେଇଁ ସାମଗ୍ରୀ ଯୋଗାଉଛି ତାହ ପାଖରେ ସେହି ଜିନିଷ ଅଛି କି ନାହିଁ ତାହା ମଧ୍ୟ ତଦନ୍ତ ସାପେକ୍ଷ । ସବୁଠାରୁ ଭେଣ୍ଡରମାନଙ୍କ ଆଉଟପୁଟ ଏବଂ ଇନ୍‌ପୁଟର ତଦନ୍ତ କରାଗଲେ ସବୁ ରହସ୍ୟର ପର୍ଦ୍ଦାଫାସ ହେବ । ଏଣୁ ଏଭଳି ଚର୍ଚ୍ଚାର ତଦନ୍ତ  ଶିଘ ୍ର କରାନଗଲେ ସରକାର କୋଟି କୋଟି ଟଙ୍କାର ଜିଏସଟି  ହରାଇବେ । ତେଣୁ ସବୁ ଘଟଣାକୁ ନେଇ ଭିଜିଲାନ୍ସ ତଦନ୍ତ ହେବା ଜରୁରୀ ବୋଲି ସଂଘ ଦାବୀ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବେହେରାଗୁଡ଼ା ଛତିଶଗଡ କୁ ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନର ଦୃଷ୍ଟି କେବେ ?   31-Oct-2026
  ଜିଲ୍ଲା  
ମାନ୍ୟବର କେନ୍ଦ୍ରମନ୍ତ୍ରୀ ଡା. ବୀରେନ୍ଦ୍ର କୁମାରଙ୍କ ସିଆରସି ପରିଦର୍ଶନ   30-Oct-2026
  ରାଜ୍ୟ  
ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ସଶକ୍ତିକରଣ, ପୁନର୍ବାସ ଓ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ   30-Oct-2026
  ଜିଲ୍ଲା  
ସୁନ୍ଦରଗଡରେ ପିଏମ୍‌ କିଷାନ ଉତ୍ସବ ପାଳନ ପାଳିତ ଏବଂ ୨୪ତମ କିସ୍ତି ପ୍ରଦାନ   30-Oct-2026
  ଜିଲ୍ଲା  
ଖାଲି ରାସ୍ତାରେ ଗାଡି ଦେଖି କଣ୍ଟାବାଞ୍ଜି ଏସଡିପିଓଙ୍କ ଫୋର୍ସ ପ୍ରଦର୍ଶନ !   30-Oct-2026
  ଜିଲ୍ଲା  
୧୦କୋଟି ଟଙ୍କାର ନିର୍ମାଣହେବ ୨କିମିର ରାସ୍ତା   30-Oct-2026
  ଜିଲ୍ଲା  
ଭୋଟ ବଞ୍ଚାଅ ଦେଶ ବଞ୍ଚାଅ କୁ ନେଇ ର ସାମ୍ବାଦିକ ସମ୍ବିଳନୀ   30-Oct-2026
  ଜିଲ୍ଲା  
ଦୁର୍ଘଟଣା ପିଛା ଛାଡୁ ନାହିଁ,ପୁଣି ସେହି ପାଉଁଶ ବୋଝେଇ ଗାଡି ପାଉଁଶ ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ, ଭାଙ୍ଗିଲା ବ୍ୟାଙ୍କର ଗେଟ୍   30-Oct-2026
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026

You Might Also Like