-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
15-Jun-2023
ପାଟଣାଗଡ଼(ଦିଲୀପ କୁମାର ପଣ୍ଡା ): ବଲାଙ୍ଗିର ଜିଲ୍ଲା ହରିଶଙ୍କର ରୋଡ ରେଳ ଷ୍ଟେସନରୁ ଗତକାଲି ଅପରାହ୍ନ ସମୟରେ ଟ୍ରେନରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଲାଠୋର ପୁଲିସ ୨ ଜଣ ମହିଳାଙ୍କୁ ଗିରଫ କରିଥିଲା । ଗିରଫ ମହିଳାଦ୍ୱୟ ହେଲେ ଜଣେ ମଧ୍ୟପ୍ରଦେଶର ଓ ଅନ୍ୟ ଜଣେ ନାଗପୁର ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରେ ଜଣେ ଯୁବତୀ ଓ ଅନ୍ୟଜଣେ ବୃଦ୍ଧା ରହିଛନ୍ତି । ଉଭୟ ଙ୍କୁ ଆଜି ମଧ୍ୟାହ୍ନ ସମୟରେ କୋର୍ଟ ଚାଲାଣ କରାଜିବାନେଇ ଏସଡିପିଓ ଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି । ତେବେ ୪୩ ଡିଗ୍ରୀ ତାପମାତ୍ରା ସହ ମଧ୍ୟାହ୍ନ ସମୟରେ ସାମ୍ବାଦିକ ସମ୍ମିଳନୀ କରାଯାଇଥିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସୁଚନା ଅନୁସାରେ ବୁଧବାର ମଧ୍ୟାହ୍ନରେ ବିଶାଖାପାଟନମ-ଦିଲ୍ଲୀ ସମତା ସୁପର ଫାଷ୍ଟ ଏକ୍ସପ୍ରେସରେ ମଧ୍ୟପ୍ରଦେଶ ରାଜ୍ୟର ଜଣେ ବୃଦ୍ଧା ଓ ମହିଲା ମିସି ହରିଶଙ୍କର ରେଳଷ୍ଟେସନରୁ ଏକ ବ୍ୟାଗ ଯୋଗେ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ଲାଠୋର ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା । ଷ୍ଟେସନରେ ପହଞ୍ଚି ସମ୍ପୃକ୍ତ ମହିଳାଙ୍କୁ ପଚରାଉଚରା କରିଥିଲା । ଏଥିରେ ଜୁବତି ଜଣକ ଉତଖୀତହୋଇ ପୁଲିସ କୁ ଅପବ୍ୟବହାର କରିବା ସହ ରେଳ ଧାରଣାରୁ ପଥର ଉଠାଇ ମାରିବା ଉଦ୍ୟମ କରୁଥିଲା । ଲାଠୋର ପୁଲିସ ପାଖରେ ମହିଳା ପୁଲିସ କର୍ମଚାରୀ ଅଭାବ ହେତୁ ପୁଲିସ କୁ ନାକେଦମ ହେବାକୁ ପଡ଼ିଥିଲା । ପରେ ସ୍ଥାନୀୟ ଜନସାଧାରଣ ଙ୍କ ସହଯୋଗରେ ସ୍ଥାନୀୟ ଦୁଇଜଣ ମହିଳା ବାହାରି ପୁଲିସ କୁ ସହଯୋଗ କରିବାରୁ ସମ୍ପୃକ୍ତ ଦୁଇ ମହିଳାଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ ପରେ ସେମାନଙ୍କୁ ରାତିତମାମ ପଚରାଉଚରା ପରେ ପୁଲିସ ପାଟଣଗଡ ଥାନା ନେହେନା ବନ୍ଦ ଗାଁର ଜୈନିକ ଗଞ୍ଜେଇ ମାଫିଆ ଠାରୁ ୮ କେଜି ୬ ଶହ ଗ୍ରାମ ଗଞ୍ଜେଇ ନେଇଥିବା ପୁଲିସ ଜାଣିବାକୁ ପାଇଥିଲା । ତେବେ ଦୁଇ ମହିଳା ଙ୍କୁ ପୁଲିସ ଗିରଫ ପରେ ୪୩ ଡିଗ୍ରୀ ତାପମାତ୍ରାରେ ପାଟଣାଗଡ ଏସଡିପିଓ ଙ୍କ କାଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦୁଇ ମହିଳାଙ୍କୁ କୋର୍ଟ ଚାଲାଣ କରିଥିଲା । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଉଭୟ ଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶ୍ରୀ ଭୁକ୍ତା ସୂଚନା ଦେଇଛନ୍ତି । ଗଞ୍ଜେଇ ମାଫିଆ ବିସୟରେ ପୁଲିସ ପାଖରେ ସମ୍ପୁର୍ଣ୍ଣ ତଥ୍ୟ ଥାଇମଧ୍ୟ ପୁଲିସ କାହିଁକି ସେଦିଗରେ ତପ୍ତରତା ଦେଖାଇ ନଥିବାରୁ ସାଧାରଣରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିପ୍ରତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦୃଷ୍ଟିଦେବାକୁ ଦାବି ହେଉଛି ।