-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ଏନଏଚ-୨୬ର ଛୁଇବନ୍ଧଛକରେ ଟ୍ରକକୁ ପଛରେ ପିଟିଲାକାର,୫ମୃତ,୨ଗୁରୁତର

14-Jun-2023



ବଲାଙ୍ଗିର(ପ୍ରେରଣା ଖବର)-ବଲାଙ୍ଗୀର-ସମ୍ବଲପୁର ଜାତୀୟରାଜପଥ-୨୬ରେ ଛୁଇବନ୍ଧ ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଏଥିରେ ୨ଶିଶୁ ସମେତ ୫ଜଣ ମୃତ୍ୟୁବରଣ କରିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି ରାତି ୧୦ଟା.୩୦ବେଳେ ବଲାଙ୍ଗୀରକୁ ଫେରୁଥିବା ଏକ କାର ରାସ୍ତାକଡରେ ଛିଡା ହୋଇଥିବା ଟ୍ରକପଛରେ ଧକ୍କା ହେବାରୁ କାରରେ ବସିଥିବା ଆରୋହୀଙ୍କ ମଧ୍ୟରୁ ୫ଜଣ ମୃତ୍ୟୁବରଣ କରିଥିଲେ । ମୃତକମାନେ ବଲାଙ୍ଗୀର ସହରର ଜଗନ୍ନାଥପଡାର ଆତ୍ମଜ ନାଏକ(୨୬) ,ଆତ୍ମଜଙ୍କ ଭଉଣୀ କନ୍ଧପାଲିପଡାର ଇପ୍ସିତା ସାଏ(୨୪),ଇପ୍ସିତାଙ୍କ ଝୀଅ ରୀଆ(୪)ଓ ସଦାଇପାଲି ଗାଁର ଦିପ୍ତିରଂଜନ ସାଏ(୩୪)ଓ ଝିଅ ଶ୍ରନିକା ସାମନ୍ତିନୀ ସାଏ(୫) ବୋଲି ଜଣାପଡିଛି । ଆତ୍ମଜଙ୍କ ମାଆ ଆରତୀ ନାଏକ(୬୫)ଓ ଦିପ୍ତିରଂଜନଙ୍କ ପତ୍ନୀ ରଶ୍ମିତା ସାଏ(୨୫)ଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଭୀମଭୋଇ ମେଡିକାଲ କଲେଜ ଓ

ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଏମାନେ ସମସ୍ତେ ଏକ ସ୍ୱିଫ୍ଟ ଡିଜାୟାର କାରରେ ବଲାଙ୍ଗୀରରୁ ଆଗଲପୁର ବ୍ଲକର ଡୁଡୁକା ଗାଁରୁ ଏକ ବାହାଘର କାର୍ଯ୍ୟକ୍ରମ ସାରି ଫେରୁଥିଲେ । ବାଟରେ ବଲାଙ୍ଗୀରକୁ ଆଉ ମାତ୍ର ୫କିଲୋମିଟର ଦୂରଥିବା ବେଳେ ଛୁଇବନ୍ଧ ଛକଠାରେ ରାସ୍ତାକଡାରେ ଛିଡାହୋଇଥିବା ଏକ ଟ୍ରକରେ ପଛପଟୁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁଁ ୫ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣାର ଖବରପାଇ ସଦର ଆଇଆଇସି ଶ୍ରୀକାନ୍ତ ସାହୁ ଆହତଙ୍କୁ ଉଦ୍ଧାର କରି ହସପିଟାଲକୁ ଆଣିଥିଲେ । ଅବସ୍ଥା ଗୁରୁତର ଥିବାରୁ ଆହତମାନଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାପରେ ବଲାଙ୍ଗୀରରେ ଶୋକର ଛାୟା ଖେଳିଯାଇଛି । ଶବ ରଖାଯାଇଥିବା ଭୀମଭୋଇ ମେଡିକାଲ କଲେଜର ଶବବ୍ୟବଚ୍ଛେଦ ଗୃହପାଖରେ ଶହଶହ ସଂଖ୍ୟାରେ ଲୋକ ରୁଣ୍ଡ ହୋଇଥିଲେ । ଅଘରିଆ ସମାଜର କର୍ମକର୍ତ୍ତା ସଭାପତି ଶୁଭ୍ରାଂଶୁ ପଟେଲ,ଦିଗାମ୍ବର ନାଏକ ପ୍ରମୁଖ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ଆଶ୍ୱାସନା ଦେବା ସହିତ ଶବଗୁଡିକର ପୋଷ୍ଟମର୍ଟମ କରାଇଥିଲେ । ମୃତକମାନଙ୍କର ନିଜ ନିଜ ଅଞ୍ଚଳର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । 
           ପ୍ରକାଶ୍ୟ ଯେ,ବଲାଙ୍ଗୀର ସହର ମଧ୍ୟଦେଇ ଦୁଇଟି ଜାତୀୟରାଜପଥ-୨୬ ଓ ୫୭ ଯାଇଛି । ଏହି ରାସ୍ତାଦେଇ ହଜାର ହଜାର ସଂଖ୍ୟାରେ ଭାରିଯାନ ଯାତାୟାତ କରୁଛି । ସହର ମଧ୍ୟରେ ଅନେକ ଦୁର୍ଘଟଣା ହେବାରୁ ରାତି ୧୨ଟା ପରେ ଭାରିଯାନଗୁଡିକୁ ଛଡାଯାଉଛି । ଫଳରେ ସମ୍ବଲପୁର ରୋଡର ମାଧିଆପାଲିରୁ ଛୁଁଇବନ୍ଧ ଛକ ପର୍ଯ୍ୟନ୍ତ ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଗାଡିଗୁଡିକ ଅଟକି ରହୁଛି । ବଲାଙ୍ଗୀର ସହରରେ ଦୁଇଟି ବାଇପାସ ନିର୍ମାଣ କରିବାକୁ ପ୍ରାୟ ୧୫ବର୍ଷ ହେଲା ଅପେକ୍ଷା କରିବାକୁ ପଡିଛି । ଏବେ ପୂ୍‌ର୍ତ୍ତବିଭାଗ ଓ ଏନଏଚ ବିଭାଗ ଦୁଇଟିଯାକ ବାଇପାସ କାମ ଆରମ୍ଭ କରିଛନ୍ତି । ବାଇପାସ ଅଭାବରୁ ପ୍ରତିମାସରେ ବଡବଡ ଦୁର୍ଘଟଣା ଘଟୁଛି ଓ ଲୋକଙ୍କ ଧନଜୀବନ ନଷ୍ଟ ହେଉଛି । 


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like