-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
14-Jun-2023
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର ): ବୃତ୍ତିଗତ ଜୀବନରେ କର୍ତ୍ତବ୍ୟନିଷ୍ଠା,ସମାୟାନୁବର୍ତିତା, ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଜଣେ ବ୍ୟକ୍ତି ସମ୍ମାନ ର ଅଧିକାରୀ ହୋଇ ଥାଏ।ସମସ୍ତ ଙ୍କର ଠାରୁ ଅଜସ୍ର ପ୍ରଶଂସା ସାଉଁଟି ଥାଏ। ବ୍ୟକ୍ତି ନିଜର ଅଭିନବ କାର୍ଯ୍ୟ ପାଇଁ ସମସ୍ତ ଙ୍କର ଦୃଷ୍ଟି ଆକର୍ଷଣ କରେ।ଗୁରୁ ସଦା ସର୍ବଦା ଶିଶୁ ମାନ ଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥାନ୍ତି।ଶିଶୁ ମାନ ଙ୍କର ଗୁଣାତ୍ମକ ଶୈକ୍ଷିକ ବିକାଶ ସାଧନ ପାଇଁ ଅଭିନବ ପନ୍ଥା ଗ୍ରହଣ କରିଥାନ୍ତି।ଜଣେ ଶିକ୍ଷୟିତ୍ରୀ ନିଆରା ଢଙ୍ଗରେ ଘରକୁ ଘର ବୁଲି ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଦକ୍ଷତା ଆହରଣ ନିମନ୍ତେଏଫଏଲଏନ ଲିଫ୍ଲେଟ ମାଆ ମାନ ଙ୍କୁ ଦେଇ ବୁଝାଉଛନ୍ତି।ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବାର୍ହା କ୍ଲଷ୍ଟର ଅନ୍ତର୍ଗତ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ମଡେଲ ସ୍କୁଲ ସରକାରୀ ଉଛ ପ୍ରାଥମିକ ବିଦ୍ୟାଳୟ ପଣ୍ଡକିଟାଲ ର ସହକାରୀ ଶିକ୍ଷୟିତ୍ରୀ ସୁଶ୍ରୀ ତପସ୍ୱିନୀ ଦାଶ ।ସେ ଘର କୁ ଘର ଯାଇ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନର ଲିଫଲେଟ ମାଆ ମାନଙ୍କୁ ଦେଉଛନ୍ତି।ସେଥିରେ ଥିବା ମୌଳିକ ଦକ୍ଷତା ଗୁଡିକୁ ମାଆ ମାନଙ୍କୁ ବୁଝାଉଛନ୍ତି।ମାଆ ମାନେ ହେଲେ ଶିଶୁର ଆଦ୍ୟ ଗୁରୁ।ସେମାନେ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ବିଷୟରେ ଅବଗତ ହେଲେ ଶିଶୁ ମାନଙ୍କୁ ଶିଖାଇ ପାରିବେ।ମାଆ ମାନେ ପ୍ରଥମରୁ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ଶିଶୁ ମାନଙ୍କୁ ଘରେ ବିଭିନ୍ନ ବସ୍ରୁ ର ନାମ, ବସ୍ତୁ ମାନ ଙ୍କର ରଙ୍ଗ, ଯୋଗ ,ବିଯୋଗ,ବସ୍ତୁ ର ଆକୃତି, ଓଜନିଆ ହାଲୁକା ଗଳ୍ପ କଥନ ପରିବେଶରେ ଦେଖୁଥିବା ବିଭିନ୍ନ ବସ୍ରୁ ର ନାମ ଇତ୍ୟାଦି ମୌଳିକ ଧାରଣା ଗୁଡିକୁ ଶିଶୁ ମାନଙ୍କୁ ଯେପରି ଶିଖାଇ ପାରିବେ ସେ ବିଷୟରେ ମାଆ ମାନଙ୍କୁ ଶିକ୍ଷୟିତ୍ରୀ ଘର
କୁ ଘର ଯାଇ ବୁଝାଉଛନ୍ତି।ଶିକ୍ଷୟିତ୍ରୀଙ୍କର ନିଆରା ପ୍ରୟାସ ଯୋଗୁ ଶିଶୁ ମାନେ ଦକ୍ଷତା ଆହରଣ କରି ପାରିବେ ଓ ଗୁଣାତ୍ମକ ଶୈକ୍ଷିକ ବିକାଶ ଘଟିବ ।ଶିକ୍ଷୟିତ୍ରୀଙ୍କର ଅଭିନବ ପ୍ରୟାସ କୁ ସରକାରୀ ଉଛ ପ୍ରାଥମିକ ବିଦ୍ୟାଳୟ ପଣ୍ଡକିଟାଲ ର ପ୍ରଧାନ ଶିକ୍ଷକ ହେମସାଗର ବାଘ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମାୟାବାର୍ହା ଜୟ ଶ୍ରୀରାମ ସିକନ୍ଦର, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଡୁଙ୍ଗୁରିପାଲି ଗଞ୍ଜଲୁ ମିର୍ଧା ସାଧୁବାଦ ଜଣାଇଛନ୍ତି।ସବୁ ମହଲ ରେ ଶିକ୍ଷୟିତ୍ରୀଙ୍କର ନିଆରା ପ୍ରୟାସକୁ ଉଛ ପ୍ରଶଂସା କରାଯାଇଛି।