-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
10-Dec-2020
ବରଗଡ, (ମୁକୁନ୍ଦ ଦାସ)- ଅତାବିରା ବିଧାୟିକା ଶ୍ରୀମତୀ ସେହ୍ହାଗ୍ନୀ ଛୁରୀଆ ରକ୍ତ ଦାନ କରି ପାଲନ କଲେ ଜନ୍ମଦିନ,ଆଜି ଅତାବିରା ନନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାଲୁଡୁଙ୍ଗୁରୀ କଲ୍ୟାଣ ମଣ୍ଡପ ଠାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରେ ଅତାବିରା ବିଧାୟିକା ଶ୍ରୀମତୀ ସେହ୍ହାଗ୍ନୀ ଛୁରିଆ କାଯ୍ୟକ୍ରମ ରେ ଯୋଗଦାନ କରି ଉଦ୍ଘାଟନ କରିଥିଲେ ଏଥିରେ ମେ ପରିବାର ର ବରଗଡ ମୁଖ୍ୟ ଗୌରହରି ମିଶ୍ର, ଅତାବିରା ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ, ସମିତି ସଭ୍ଯ, ସରପଞ୍ଚ ଓ ମହିଳା ଗୋଷ୍ଠୀ ଯୋଗଦାନ କରି ରକ୍ତଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜୁ ଜନତା ଦଳ ଅତାବିରା ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା ମାନେ ଯୋଗଦାନ କରିଥିଲେ। ପ୍ରକାଶ ଥାଉକି ଏହି ପରିପେକ୍ଷୀରେ ଅସହାୟ ଲୋକଙ୍କୁ ଭେଡେନ ବ୍ଲକ ରେ ଶୀତ ବସ୍ତ୍ର ସହ ସହରା ଟିକ୍ରା ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେଇଛି ବୋଲି ସୂଚନା ପ୍ରଦାନ କରିଛନ୍ତି ବିଧାୟିକା। କୋଭିଡ ସମୟରେ ରକ୍ତ ର ଆବଶ୍ୟକତା ପୂରଣ କରିବା ପାଇଁ ଏହି ପ୍ରଚେଷ୍ଟା ଜାରି ରହିଛି ବୋଲି ବିଧାୟିକା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା ର ସୁଅ ଛୁଟିଛି।