-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
09-Dec-2020
ଗଣିଆ, ନୟାଗଡ (ପ୍ରଦୀପ କୁମାର ପଣ୍ଡା) - ଗଣିଆ ଆଡକଟା ରାସ୍ତାରେ ଘଟିଛି ଏକ ଅଦ୍ଭୁତ ଦୁର୍ଘଟଣା | ନୂଆପଡା ଗ୍ରାମର ନାରାୟଣ ସାହୁ ସ୍କୁଟି ଚଳାଇ ଯାଉଥିବା ବେଳେ ହଠାତ ଏକ ଶବ୍ଦ ସହିତ ପୋଡା ଦୁର୍ଗନ୍ଧ ହେବାରୁ ସେ ସ୍କୁଟି ଟିକୁ ରାସ୍ତା ର ଏକ ପାର୍ଶ୍ୱ କୁ ନେଇ ରଖିଥିଲେ | ତାପରେ ସେ ଯାହା ଦେଖିଲେ ଆଗ ହତବାକ ହୋଇଯାଇଥିଲେ | ସ୍କୁଟି ଟି ରେ ନିଆଁ ଜଳୁ ଥିବା ଦେଖି ସେ କିପରି ବଂଚିଗଲେ ସେ ନେଇ ଆଶ୍ଚର୍ଯ୍ୟତ୍ମକ ହୋଇ ଉପସ୍ଥିତ ଆଡ଼କଟା ସମିତି ସଭ୍ୟ ଙ୍କୁ କହିଥିଲେ ଜେ ମାତ୍ର ଏକ ବର୍ଷ ର ଗାଡି ରେ ଏଭଳି ଦୁର୍ଘଟଣାରେ ସେ କେମିତି ବଂଚିଯାଇଥିଲେ | ଆଡ଼କଟା ସମିତି ସଭ୍ୟ ତଥା ଅଞ୍ଚଳ ର ଜଣାଶୁଣା ଭାଲୁ ଭାଇ ସଙ୍ଗେ ସଙ୍ଗେ ଫାୟାର ଷ୍ଟେସନ କୁ ଫୋନ କରିବା ପରେ ଷ୍ଟାଫ୍ ଖୁବ କମସମୟ ରେ ଘଟଣା ସ୍ଥଳରେ ପହଂଚି ଅଗ୍ନି କୁ ଲିଭାଇଥିଲେ | କିନ୍ତୁ ଗାଡିଟି ସମ୍ପୂର୍ଣ ଜଳିଯାଇଥିଲା | ପ୍ରକାଶ ଥାଉକି ସ୍କୁଟି ଚାଳକ ନୂଆପଡା ଗ୍ରାମର ନାରାୟଣ ସାହୁ ସଟ ସର୍କିଟ ରେ ହୋଇ ଥିବା ଏହି ଦୁର୍ଘଟଣାରେ ଅଳ୍ପକେ ବଂଚିଯାଇଛନ୍ତି |