-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
21-May-2023
କଟକ(ଲିଙ୍ଗରାଜ ପୃଷ୍ଟି ): କଟକ ଜିଲ୍ଲା ବଲ ବ୍ୟାଡମିଣ୍ଟନ ସଙ୍ଘ ଆନୁକୂଲ୍ୟରେ ବିଡାନାସୀ ପଡିଆ ଏବଂ ଜଗତପୁର ଗ୍ରାମ ଖେଳପଡିଆରେ ଚଳିତ ମାସ ୭ ତାରିଖରୁ ଆରମ୍ଭ ହୋଇଥିବା ଗ୍ରୀଷ୍ମକାଳୀନ ଦେୟମୁକ୍ତ ବଲ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ଶିବିର ଆଜି ଜଗତପୁର ଗ୍ରାମ ଖେଳପଡିଆରେ ଉଦଯାପିତ ହୋଇଯାଇଛି। କଟକ ଜିଲ୍ଲା ବଲ ବ୍ୟାଡମିଣ୍ଟନ ସଭାପତି ପାର୍ଥ ସାରଥୀ ସାମନ୍ତରାୟଙ୍କ ସଭାପତିତ୍ୱରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ଅତିଥି ୱାର୍ଡ ୪୮ କର୍ପୋରେଟର ନଳିନୀ ବେହେରା,କଟକ ଜିଲ୍ଲା କ୍ରୀଡ଼ା ଭାରତୀ ଏବଂ ସେବାଶ୍ରୀ ସମ୍ପାଦକ ତୁଷାର କାନ୍ତ ସିଂ,ଜଗତପୁର ବଲ ବ୍ୟାଡ ମିଣ୍ଟନ କ୍ଲବ ସଭାପତି ନିର୍ମଳ ଚନ୍ଦ୍ର ପଣ୍ଡା,ସହ ସମ୍ପାଦକ ରବୀନ୍ଦ୍ର ନାଥ ପଣ୍ଡା,ସଭ୍ୟ ମଧୁସୂଦନ ମହାରଣା, ମହେନ୍ଦ୍ର ଚନ୍ଦ୍ର ଚୌଧୁରୀ, ଦେବେନ୍ଦ୍ର ନାଥ ସାହୁ, ସମାଜସେବୀ କୃତିବାସ ସାମଲ,କଟକ ଜିଲ୍ଲା ବଲ ବ୍ୟାଡମିଣ୍ଟନ ଉପସଭାପତି ଧର୍ମେନ୍ଦ୍ର ନାଥ ମହାନ୍ତି,ସମ୍ପାଦକ ଅଜୟ କୁମାର ସାହୁ ପ୍ରମ୍ମୁଖ ଯୋଗ ଦେଇ କ୍ରୀଡ଼ାବିତମାନଙ୍କୁ ମାନପତ୍ର ପ୍ରଦାନ ସହ ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣକରିଥିବା ପ୍ରତିଯୋଗୀଙ୍କୁ ସଂମ୍ମାନୀତ କରିଥିଲେ ଏବଂ ଶିବିରର ପ୍ରଶିକ୍ଷକ ମଧୁସ୍ମିତା ସାହୁ,ଏସ ଡି ରେହେମାନ,ନିର୍ଭୟ ନାୟକ,ସୌମ୍ୟ ରଞ୍ଜନ ମହାନ୍ତିଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସଂମ୍ମାନୀତ କରିଥିଲେ।ସଭା ଶେଷରେ ସମ୍ପାଦକ ରଞ୍ଜନ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।