-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
21-May-2023
ବଲାଙ୍ଗିର(ଦେବାଶିଷ ବହିଦାର ): ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଭୀମ ପାହାଡ ମହୋତ୍ସବରେ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉପଦେଷ୍ଟା ଶ୍ରୀମନ୍ତ
ଗଡତ୍ୟା, ମହଲେଇ ସରପଞ୍ଚ ଚିତ୍ତ ରଂଜନ ସାହୁ, ସାଲେପାଲି ସରପଞ୍ଚ ହେମନ୍ତ ସାହୁ ଓ ୟୁବିଆରଓ ର ବାସୁଦେବ ସାହୁ ଯୋଗଦାନ କରିଥିଲେ । ଏ ଅନ୍ନପ୍ରସାଦ କାର୍ଯ୍ୟକ୍ରମଟି ସନ୍ଧ୍ୟା ଘ.୬.୩୦ମି. ରୁ ରାତ୍ର ଘ.୧୨ ଟା ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ପ୍ରାୟ ୬ହଜାର ଶ୍ରଦ୍ଧାଳୁଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । କୁଲୁତା ସମାଜର ପାରମ୍ପାରିକ ଖାଦ୍ୟ “କୁଲୁତା ଲେଥା” ସମସ୍ତଙ୍କୁ ବେଶ ଆନନ୍ଦ ଦେଇଥିଲା । ଏହି କାର୍ଯ୍ୟକ୍ରମକୁ ସଂପାଦକ ଭୁବନେଶ୍ୱର ଭୋଇ, ସହ-ସଂପାଦକ ରୋହିତ ବିଶ୍ୱାଲ, ଉପ-ସଭାପତି ରୋଶନ ପ୍ରଧାନ ଓ ଜିତେନ୍ଦ୍ର ବିଶ୍ୱାଲ,
କୋଷାଧ୍ୟକ୍ଷ ଅମିତ ବାରିକ, ସଭ୍ୟ ଦିନେଶ ପ୍ରଧାନ, ଉପେନ୍ଦ୍ର ପ୍ରଧାନ, ଅସ୍ମିତ ପ୍ରଧାନ, ମୁକେଶ ପ୍ରଧାନ, ସୁଧିର ସା ତଥା ସୁଦାମ ପ୍ରଧାନ, ରମେଶ ଭୋଇ, ଗଜିନ୍ଦ୍ର ପ୍ରଧାନ, ପ୍ରଶାନ୍ତ ପ୍ରଧାନ, ଚନ୍ଦ୍ରଚୁଡ ସାହୁ, ସୁନିଲ ସାହୁ, ପ୍ରକାଶ ବିଶ୍ୱାଲ, ବିକାଶ ସାହୁ, ସଞ୍ଜିବ ପ୍ରଧାନ, ରାଜା ପ୍ରଧାନ, ସୁବୋଧ ବିଶ୍ୱାଲ ଓ ଆଲୋକ ସାହୁ ସମେତ ବିଭିନ୍ନ ବ୍ଲକର ଯୁବ ବନ୍ଧୁଗଣ ସହଯୋଗ କରିଥିଲେ ।