-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||     

HOME   ଶି‍କ୍ଷା ଓ ନିଯୁକ୍ତି

ବିକାଶ ଡିଗ୍ରୀ କଲେଜ ରେ ହାର୍ଟ୍‌ଫୁଲ୍‌ନେସ୍ ଟକ୍ ସିରିଜ୍ (ହେଲ୍‌ମ୍‌) ଉଦ୍‌ଯାପିତ

08-Dec-2020



ବରଗଡ଼,(ମୁକୁନ୍ଦ ଦାସ): ବିକାଶ ଗ୍ରୁ୍‌ପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସ୍ ଅନ୍ତର୍ଗତ ବିକାଶ ଡିଗ୍ରୀ କଲେଜ ରେ ହାର୍ଟ୍‌ଫୁଲ୍‌ନେସ୍ ଏନାବଲ୍‌ଡ୍ ଲିଡର୍‌ସିପ୍ ମାଷ୍ଟରୀ (ହେଲ୍‌ମ୍‌) ଶୀର୍ଷକ ଟକ୍ ସିରିଜ୍ ସଫଳତା ର ସହିତ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୬ ସପ୍ତାହ ଧରି ଚାଲିଥିବା ଏହି ବକ୍ତୃତା ଶୃଙ୍ଖଳାରେ ହାର୍ଟ୍‌ଫୁଲ୍‌ନେସ୍ ସହିତ ସଂଶ୍ଳିଷ୍ଟ ଅଭିଜ୍ଞ ବକ୍ତାଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କ ମାନସିକ ଏବଂ ଆଧ୍ୟାତ୍ମିକ ବିକାଶ ପାଇଁ ଉଦ୍ଦିଷ୍ଟ କୌଶଳ ଏବଂ ବ୍ୟବହାରିକ ଜ୍ଞାନ ପ୍ରଦାନ ଉଦ୍ଦେଶ୍ୟରେ ସଂଯୋଜିତ ଏହି କାର୍ଯ୍ୟକ୍ରମ ସଫଳତାର ସହିତ ଅନ୍ତର୍ଜାଲରେ ସମ୍ପନ୍ନ ହୋଇଛି । ବିକାଶ ଗ୍ରୁପ୍ ର ଚେୟାର୍‌ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ଙ୍କ ଦ୍ୱାରା ଉଦ୍‌ଘାଟିତ ଏହି କାର୍ଯ୍ୟକ୍ରମ ରେ ଗୋଆ ରୁ କୁମାରୀ ସ୍ୱାତୀ ଦୀକ୍ଷିତ ପ୍ରଥମ ବକ୍ତା ରୂପେ ଯୋଗ ଦେଇଥିଲେ । ଉକ୍ତ ସଂଗୋଷ୍ଠୀରେ ‘କନେକ୍ଟ୍‌’ ଶୀର୍ଷକ ଉପରେ ଛାତ୍ରଛାତ୍ରୀଙ୍କ ସହିତ ଭାବର ଆଦାନପ୍ରଦାନ ହୋଇଥିଲା ଏବଂ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ପାଇଁ ହାର୍ଟ୍‌ଫୁଲ୍‌ନେସ୍ କିପରି ଯୋଗଦାନ କରିପାରିବ, ତା’ ଉପରେ ବିଶେଷ ଆଲୋଚନା ହୋଇଥିଲା । ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ତାଙ୍କ ବକ୍ତବ୍ୟରେ କୋଭିଡ୍ ସମୟରେ ଛାତ୍ରଛାତ୍ରୀମାନଙ୍କ ସ୍ୱନିୟନ୍ତ୍ରଣ, ନେତୃତ୍ୱବୋଧ ଏବଂ ସମୟର ସଦୂପଯୋଗ ପାଇଁ ଆବଶ୍ୟକ ଉପାଦାନ ଏହି ହେଲ୍‌ମ୍ ଟକ୍ ସିରିଜ୍ ମାଧ୍ୟମରେ ମିଳିପାରିବ ବୋଲି ଆଶାବ୍ୟକ୍ତ କରିିଥିଲେ । ଠିକ୍ ସେହିପରି ବିକାଶ ଡିଗ୍ରୀ କଲେଜ ଓ ହାର୍ଟ୍‌ଫୁଲ୍‌ନେସ୍ ର ସମ୍ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭିନ୍ନ ଭିନ୍ନ ବକ୍ତା ଯଥା – ଶ୍ରୀ ଜି.କ୍ରୀଷ୍ଣମୋହନ (ମାଇକ୍ରୋସଫ୍ଟ୍‌, ହାଇଦ୍ରାବାଦ), ଶ୍ରୀ ସ୍ୱରାଜ ଧର (ଏଚ୍‌.ପି.), ଡା.ଯତୀନ ଖେର୍ (ସ୍ନାୟୁ ବିଶେଷଜ୍ଞ, ଜବଲପୁର), ଶ୍ରୀମତୀ କେ.ରମ୍ୟା ବିଭିନ୍ନ ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଏବଂ ଛାତ୍ରଛାତ୍ରୀମାନେ ଆଲୋଚନାରେ ସକ୍ରିୟ ଯୋଗଦାନ କରିଥିଲେ । ଏହି ହେଲ୍‌ମ୍ ଟକ୍ ସିରିଜ୍‌ର ବିଭିନ୍ନ ପର୍ଯ୍ୟାୟରେ ବିକାଶ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନ୍ସ୍ ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଜି.ଭାସ୍କର ରାଓ, ଏକ୍‌ଜିକ୍ୟୁଟିଭ୍ ଡାଇରେକ୍ଟର୍ସ୍ ଶ୍ରୀ ଡି.ନାଗେଶ୍ୱର ରାଓ ଓ ଶ୍ରୀ ଭି.ଶ୍ରୀନିବାସ, ଡାଇରେକ୍ଟର ଡ.ସମରେନ୍ଦ୍ର ନାଥ ପଣ୍ଡା ପ୍ରମୁଖ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବକ୍ତା ଏବଂ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପ୍ରତ୍ୟେକ କାର୍ଯ୍ୟକ୍ରମରେ ହାର୍ଟ୍‌ଫୁଲ୍‌ନେସ୍ ପଦ୍ଧତିରେ ହୃଦୟକୁ କେନ୍ଦ୍ର କରି ଛାତ୍ରଛାତ୍ରୀଙ୍କୁ ଧ୍ୟାନକ୍ରିୟା ଉପରେ ମାର୍ଗଦର୍ଶନ କରାଯାଉଥିଲା । ଏହି ଶୃଙ୍ଖଳାରେ ଭାଗ ନେଇଥିବା ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ-ଅଧ୍ୟାପିକାମାନେ ନିଶ୍ଚିତଭାବରେ ଜୀବନକୁ ଏକ ନୂଆଁ ଦୃଷ୍ଟିରେ ଦେଖିବା ପାଇଁ ଆବଶ୍ୟକ ଉପାଦାନ ପାଇପାରିବେ ବୋଲି ଶ୍ରୀ ଜି.ଭାସ୍କର ରାଓ ମତପୋଷଣ କରିଥିଲେ । ଉଦ୍‌ଯାପନ କାର୍ଯ୍ୟକ୍ରମରେ ଡା.ଯତୀନ ଖେର୍ ବକ୍ତା ଭାବରେ ଯୋଗଦେଇ ‘ଅନ୍‌ଲକ୍ ୟୋର୍ ବ୍ରେନ୍ ଥ୍ରୁ ମେଡିଟେସନ୍‌’ ଶୀର୍ଷକ ଉପରେ ଆଲୋଚନା କରି ସ୍ନାୟୁ ବିଜ୍ଞାନ ଓ ବିଧିବଦ୍ଧ ଧ୍ୟାନକ୍ରିୟା ମଧ୍ୟରେ ଥିବା ପ୍ରତ୍ୟକ୍ଷ ସମ୍ପର୍କକୁ ସରଳ ଭାଷାରେ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ଡି.ନାଗେଶ୍ୱର ରାଓ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସକ୍ରୀୟ ଯୋଗଦାନ ଏବଂ ହାର୍ଟ୍‌ଫୁଲ୍‌ନେସ୍ ର  ସମାଜ ପ୍ରତି ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ଡ.ସମରେନ୍ଦ୍ର ନାଥ ପଣ୍ଡା ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀ ଏବଂ ବିକାଶ ଟେକ୍ନିକାଲ୍ କ୍ୟାମ୍ପସ୍ ର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା, ସଂଯୋଜକ ଙ୍କୁ କାର୍ଯ୍ୟକ୍ରମର ସଫଳତା ପାଇଁ ସାଧୁବାଦ ଜଣାଇଥିଲେ । ୬ ସପ୍ତାହ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ସଂଯୋଜନା ଦାୟିତ୍ୱ ହାର୍ଟ୍‌ଫୁଲ୍‌ନେସ୍‌, ଓଡ଼ିଶା ସଂଯୋଜିକା ଶ୍ରୀମତୀ କେ.ରମ୍ୟା ଏବଂ ବିକାଶ ଡିଗ୍ରୀ କଲେଜର ଉପାଧ୍ୟକ୍ଷ ଶ୍ରୀ ଆର.ଏସ୍‌.ଭି. କ୍ରୀଷ୍ଣା ତୁଲାଇଥିଲେ । 
 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026

You Might Also Like

           
  ଶି‍କ୍ଷା ଓ ନିଯୁକ୍ତି  

୯୩% ମାର୍କ ରଖ୍ ସଫଳତା ପାଇଲେ ସନ୍ଦୀପ

           
  ଶି‍କ୍ଷା ଓ ନିଯୁକ୍ତି  

ଆଜିଠାରୁ ହେବ ସକାଳୁଆ ସ୍କୁଲ