-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ଜିଲ୍ଲା

ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ୮୯ତମ ଜୟନ୍ତୀ ଅବସରରେ ସମ୍ବଲପୁରୀ ନାଟ୍ୟ ଦିବସ ପାଳିତ

05-May-2023



ସମ୍ବଲପୁର( ସଂଜୀବ ପାଣିଗ୍ରାହୀ)
 ମହାନ ସାହିତ୍ଯିକ ତଥା ନାଟ୍ୟକାର ନାଟ୍ୟହୀରା ଡ. ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ୮୯ତମ ଜୟନ୍ତୀ ଅବସରରେ ସମ୍ବଲପୁରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଅନ୍ୟା ପକ୍ଷରୁ ଆଜି ସମ୍ବଲପୁରୀ ନାଟ୍ୟ ଦିବସ ପାଳିତ ହୋଇଯାଇଛି। ଡ. ଦ୍ୱାରିକାନାଥ ନାୟକଙ୍କ ଅଧ୍ୟକ୍ଷତାରେ ହୋଟେଲ ଡଲଫିନ୍‌ର ସଭାକକ୍ଷରେ ଆୟୋଜିତ ଏହି ସଭାରେ ଆଲୋଚକ ଭାବରେ ଯୋଗଦେଇ ବରିଷ୍ଠ ନାଟ୍ୟାଭିନେତା ଗବେଷକ ଡ. ଶ୍ୟାମ ସୁନ୍ଦର ଧର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ମଙ୍ଗଳୁ ଚରଣଙ୍କ ନାଟକ ଯୋଗୁଁ ସମ୍ବଲପୁରୀ ସାହିତ୍ୟର ଗାରିମା ବଢି ପାରିଛି। ତାଙ୍କ ନାଟକ ଗୁଡିକ ପ୍ରାୟତଃ ବାସ୍ତବ ଜୀବନର ଭିତ୍ତି ଉପରେ ଆଧାରିତ। ସେଥିପାଇଁ ସେ ଗୁଡିକ ଦର୍ଶକମାନଙ୍କୁ  ଜୀବନ୍ତ ଅନୁଭୂତି ପ୍ରଦାନ କରି ବିପୁଳ ଦର୍ଶକୀୟ ପ୍ରଶଂସା ଲାଭ କରିବାରେ ସକ୍ଷମ ହୋଇପାରିଛି।ସ୍ଥାନୀୟ କଥାକୁ ସାର୍ବଜନୀନ କରିବାରେ ମଙ୍ଗଳୁ ସାହିତ୍ଯ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ଦର୍ଶାଇ  ଅନ୍ୟତମ ଆଲୋଚକ ତଥା ମଙ୍ଗଳୁ ଚରଣ ସାହିତ୍ୟ ଗବେଷକ ଡ. ଗୌରିଦାସ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ,ତାଙ୍କ ଜୟନ୍ତୀ ଦିନକୁ ସମଗ୍ର ପଶ୍ଚିମ ଓଡିଶାରେ ସମ୍ବଲପୁରୀ ନାଟ୍ୟ ଦିବସ ଭାବରେ ପାଳନ କରାଯିବା ଉଚିତ। ମଙ୍ଗଳୁ ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରି ସେ କହିଥିଲେ ଯେ, ବିସ୍ଥାପନ ଉପରେ ସେ ଯେଭଳି ସାହିତ୍ଯ ସୃଷ୍ଟି କରିଛନ୍ତି ତା’ର ପଟାନ୍ତର ନାହିଁ। ସମାଜର ନିଷ୍ପେଷିତ ଅତ୍ୟାଚାରିତ ଅବହେଳିତ ଗୋଷ୍ଠିର ଜୀବନ ସଂଘର୍ଷ ତଥା ସେମାନଙ୍କ ଦୁଃଖପୂର୍ଣ ଜୀବନଚର୍ଯ୍ୟା ମଙ୍ଗଳୁ ଚରଣଙ୍କ ନାଟକ ଗୁଡିକରେ ଅତି ହୃଦୟସ୍ପର୍ଶି ଭାବରେ ଉପସ୍ଥାପିତ ହୋଇଛି ବୋଲି ମତ ବ୍ୟକ୍ତ କରିବା ସହ ସେ ତାଙ୍କ ବ୍ୟକ୍ତିଗତ ଜୀବନରେ ଜଣେ ଦରଦୀ ଓ ସ୍ନେହୀ ବ୍ୟକ୍ତି ଥିଲେ ବୋଲି ସଭାରେ ଆଲୋଚନା ହୋଇଥିଲା। ପ୍ରକାଶ ଥାଉକି ଏହି ଅବସରରେ ପ୍ରଥମ ସମ୍ବଲପୁରୀ ନାଟକ 'ଗୌତିଆ ବାବୁ’ର ରଚୟିତା ମିଶ୍ର ଭାତୃତୟଙ୍କ ବଂଶଧର ସନ୍ତୋଷ ମିଶ୍ରଙ୍କ ଦ୍ୱାରା ପ୍ରକାଶିତ ମଙ୍ଗଳୁ ଚରଣଙ୍କ ନାଟକ ‘ଦଦରା ଦରପନ୍‌’ର ଲୋକାର୍ପଣ କରାଯାଇଥିଲା। ଅନ୍ୟା ପକ୍ଷରୁ ଶ୍ରୀ ମିଶ୍ରଙ୍କୁ ଏଥି ସକାଶେ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା।ସୌଭାଗ୍ୟବନ୍ତ ମହାରଣା,ଅଖିଳ ବିଶ୍ବାଳ,ସୁଶୀଲ ପାଣିଗ୍ରାହୀ,ଚିତ୍ରସେନ ମିଶ୍ର ପ୍ରମୁଖ ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ।ସଂଗୀତଜ୍ଞ ବିଜୟ କୁମାର ମିଶ୍ର ଦଦରା ଦର୍‌ପନ ଓ ଉଡଲାପତର୍‌ ବୁଡଲା ଡଙ୍ଗା ନାଟକର କିଛି ଗୀତ ପରିବେଷଣ କରିଥିଲେ। ସଭା ପ୍ରାରମ୍ଭରେ ଡ. ସିଦ୍ଧାର୍ଥ ପଣ୍ଡା ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିଲେ। ସଭାରେ ପଣ୍ଡିତ ଲକ୍ଷ୍ମୀନାରାୟଣ ସାଂସ୍କୃତିକ ସଂସଦ,କଖଗ,ଚେତନା ନାଟ୍ୟ ଅନୁଷ୍ଠାନ,ମଂଚନାୟକ,ଶବ୍ଦ ସାଂସ୍କୃତିକ ସଂସଦ,ଜନନାଟ୍ୟ ମଂଚ ଆଦି ନାଟ୍ୟ ଅନୁଷ୍ଠାନର ସଭ୍ୟମାନଙ୍କ ସମେତ ମଙ୍ଗଳୁ ଚରଣଙ୍କ ନାଟକରେ ଅଭିନୟ କରିଥିବା ତଥା ତାଙ୍କ ନାଟକ ସହ ଜଡିତ ଥିବା ବହୁ ନାଟ୍ଯପ୍ରେମି ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like