-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
04-May-2023
ତୁଷୁରା,(ପଞ୍ଚାନନ ନାଏକ)- ବଲାଙ୍ଗୀର ମୋବାଇଲ ଟିମ ଓ ତୁଷୁରା ଅବକାରୀ ବିଭାଗ ମିଳିତ ଭାବେ ଗୁରୁବାର ପେଟ୍ରୋଲିଂ କରୁଥିବା ବେଳେ ଗୁଡ଼ଭେଲାବ୍ଳକ ଅନ୍ତର୍ଗତ ସିରାବାହାଲ ଛକଠାରେ ୯ କେଜି ଗଞ୍ଜେଇ ଜବତ କରିବା ସହ ଏକ ବାଇକ ନମ୍ବର ଓଆର- ୧୩-୯୫୫୭ ର ଚାଳକ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କଣ୍ଟାମାଳ ଥାନା ଅଧିନସ୍ଥ ଟପନା ଗ୍ରାମର ସୁମନ ମହାନନ୍ଦ(୨୩ ବର୍ଷ)କୁ ଅବକାରୀ ବିଭାଗ ଗିରଫ କରିଛି। ଏହି ପେଟ୍ରୋଲିଂରେ ବଲାଙ୍ଗୀର ସଦର ଇନିସପେକ୍ଟର ସରୋଜ କୁମାର ପରିଡା, ଏସଆଇ ମଞ୍ଜୁଲତା ଏକା, ତୁଷୁରା ଅବକାରୀ ଥାନାଧିକାରୀ ବାଣୀ ସୁନା, ଏଏସଆଇ ଡୁଲେଶ୍ବର କୁମୁରା, କନେଷ୍ଟବଳ ରମାଶୁ ଷଡ଼ଙ୍ଗୀ, ବିଭୂତି ଭୂଷଣ ଭୋଇ, ଆଶିଷ ବାଗ ଆଦି ସାମିଲ ଥିଲେ।