-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
08-Apr-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଦେଉଳି ଗ୍ରାମରେ ଚାରି ଶମ୍ଭୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ କରଡାପଡା କପିଳେଶ୍ଵର ବାବା,ମେଣ୍ଡାମାଳ ଗୁପ୍ତେଶ୍ୱର ବାବା,ଜୁରାମୁଣ୍ଡା ସିଦ୍ଧେଶ୍ୱର ବାବା ଓ ଲୁହାଖଣ୍ଡି ରାମେଶ୍ବର ବାବା ଙ୍କ ଭେଟ ଉତ୍ସବ ଅନୁଷ୍ଠିତ ହେଉଥିଲା। ଏହି ଅବସରରେ ଚାରି ଶମ୍ଭୁ ଙ୍କ ଏକତ୍ର ପୂଜାର୍ଚ୍ଚନା କରାଯାଇଥିଲା। ପାଣି ଦଣ୍ଡ, ଧୂଳି ଦଣ୍ଡ ସାଙ୍ଗକୁ ରାତିରେ ବିଭିନ୍ନ ଦଣ୍ଡ ସୁଆଙ୍ଗ ପରିବେଶିତ ହୋଇଥିଲା। ପୂର୍ବାହ୍ନରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ମୁଖ୍ୟ ଛକ ଦେଇ ଶୋଭାଯାତ୍ରା ସହକାରେ ଦେଉଳି ଗ୍ରାମ ପର୍ଯ୍ୟନ୍ତ ଚାରି ଶମ୍ଭୁ ଙ୍କ ଶୋଭାଯାତ୍ରା ହୋଇଥିଲା। ଏହା ଦେଖିବାକୁ ଆଖପାଖ ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟକ ଲୋକ ସମାଗମ ହୋଇଥିଲେ।