-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
08-Apr-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସ୍ବଚ୍ଛ ଭାରତ ସଙ୍ଗଠନ ର ସୋନପୁର -ମନମୁଣ୍ଡା ର ଉପଦେଷ୍ଟା ତଥା ଉଭୟ ଅଞ୍ଚଳ ରେ ପ୍ରାଣୀ ଚିକିତ୍ସାଳୟ ରେ ଦୀର୍ଘ ବର୍ଷ ଧରି ଉତ୍ତମ ସେବା ଦେଇ ଉତ୍ତମ ସମ୍ପର୍କ ରଖିଆସିଥିବା ଡା.ସୁନୀଲ ମହାପାତ୍ର ଙ୍କ ପୁତ୍ର ସୋମ୍ୟ (ବାପୁନି ) 32 ଙ୍କ ର ବିୟୋଗରେ ଆଜି ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ମନମୁଣ୍ଡା ଶୈବ ପୀଠ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଥିଲା l ସ୍ୱଚ୍ଛ ଭାରତ ଉଦ୍ୟୋକ୍ତl ତଥା ଅନ୍ୟତମ ପ୍ରତିଷ୍ଠାତା ସୟଦ ଅଲିମୁଲ ଇସଲାମ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ସଂଗଠନ ର ସମସ୍ତ ସଦସ୍ୟ ଙ୍କ ସମେତ ସୋନପୁର ମନମୁଣ୍ଡା ଅଞ୍ଚଳ ର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ମନମୁଣ୍ଡl ୟଙ୍ଗ ଷ୍ଟାର କ୍ଲବ ର ସଦସ୍ୟ ଯୋଗ ଦେଇ ସ୍ବର୍ଗତ ସୋମ୍ୟ (ବାପୁନି) ର କ୍ରୀଡା, ରକ୍ତ ଦାନ କ୍ଷେତ୍ରରେ ଥିବା ଉଲ୍ଲେଖନୀୟ ଅବଦାନ ଉପରେ ସ୍ମୃତି ଚାରଣ କରିଥିଲେ l ଏବଂ ଡା. ମହାପାତ୍ର, ପୁତ୍ର ବଧୂ ଓ ତାଙ୍କ ଆତ୍ମୀୟ ସ୍ୱଜନ ଙ୍କୁ ଧର୍ଯ୍ୟ ସାହସ ଶକ୍ତି ପ୍ରଦାନ ପାଇଁ ଓ ସ୍ବର୍ଗୀୟ ସୋମ୍ୟ ଙ୍କ ଅମର ଆତ୍ମା ଶାନ୍ତି ସଦଗତି ପାଇଁ ଫଟୋ ଚିତ୍ର ରେ ଧୂପ ଦୀପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ସାମୁହିକ ପ୍ରାର୍ଥନା କରଯାଇଥିଲାl l