-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Dec-2020
ରେଢାଖୋଲ(ଅନୀଲ କୁମାର ପୃଷ୍ଟି)- ସମ୍ବଲପୁର ଜିଲ୍ଲା ସାମ୍ବାଦିକ ୟୁନିୟନ ର ଦ୍ୱିବାର୍ଷିକ ସାଧାରଣ ପରିଷଦ ବୈଠକ ରେଢାଖୋଲ ଓ ନାକଟିଦେଉଳ ୟୁନିଟ୍ ତରଫରୁ ନାକଟିଦେଉଳ ସ୍ଥିତ ବନବିଭାଗ ଡାକବଙ୍ଗଳା ନର୍ସରୀଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ସଭାରେ ଜିଲ୍ଲା ସଭାପତି ଶିବପ୍ରସାଦ ମେହେର ସଭାପତିତ୍ୱ କରିଥିଲେ । ଏଥିରେ ଓୟୁଜେର ରାଜ୍ୟସାଧାରଣ ସଂପାଦକ ଅଶୋକ କୁମାର ନନ୍ଦ ମୁଖ୍ୟ ଅତିଥ ଭାବରେ ଯୋଗଦେଇ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଅଲୋକପାତ କରିବା ସହ ଆଗାମି ଦିନରେ ସାମ୍ବାଦିକ ମାନଙ୍କର ସମସ୍ତ ଦାବୀକୁ ସରକାରଙ୍କ ଠାରେ ଉପସ୍ଥାପିତ ସଂଘ ମାଧ୍ୟମରେ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାରେ ଯେଉଁ ସାମ୍ବାଦିକ ମାନଙ୍କର ସ୍ୱାସ୍ଥ୍ୟବୀମା ମିଳିପାରିନାହିଁ କିପରି ମିଳିବ , ସ୍ୱାସ୍ଥ୍ୟ ବୀମାର ପରିମାଣ ୨ ଲକ୍ଷରୁ ୫ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି , କୋରନାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା , ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ ଆଦି ଦାବୀକୁ ସରକାରଙ୍କଠାରେ ଉପସ୍ଥାପିତ କରାଯିବାକୁ ସ୍ଥିର ହୋଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଅମୁଲ୍ୟ କୁମାର ସ୍ୱାଇଁ କୋଷାଧ୍ୟକ୍ଷ , ଜୟନ୍ତ ଖଡିରତ୍ନ ,ଉପସଭାପତି , ସଂଜୟ ମିଶ୍ର ସାଧାରାଣ ସଂପାଦକ ସୁବାସ ନାଥ ଶର୍ମା ସଂପାଦକ , ଶଙ୍କର ପୃଷ୍ଟି ସଂପାଦକ , ମନୋଜ ରାଜ ସଂଗଠନ ସଂପାଦକ , ଦିନେଶ ମହାରଣା କୋଷାଧ୍ୟକ୍ଷ ପ୍ରମୁଖ ଯୋଗଦେଇ ନିଜ ନଜର ମତାମତ ରଖିଥିଲେ ।
ପୂର୍ବରୁ ମନୋନୟନ କମିଟି ମାଧ୍ୟମରେ ସଂଘର ସଭାପତି , ସାଧାରଣ ସଂପାଦକ ତଥା ଅନ୍ୟାନ୍ୟ ପଦପଦବୀ ପାଇଁ ସଂଘର ସଦସ୍ୟ ମାନଙ୍କୁ ମନୋନୀତ କରାଯାଇଥିଲା । ସଭାପତି ଭାବରେ ପ୍ରଭାତ ବେହେରା , ଉପସଭାପତି ଭାବରେ ଜୟନ୍ତ ଖଡିରତ୍ନ ଓ ହେମନ୍ତ ରାଉତ , ସାଧାରଣ ସଂପାଦକ ଭାବରେ ରାଜେଶ ବିଭାର ,ସଂପାଦକ ଭାବରେ ପ୍ରଦୀପ ମିଶ୍ର ଓ କନ୍ଦର୍ପ ବେହେରା ,କୋଷାଧ୍ୟକ୍ଷ ତପନ୍ ଦାଶ୍ , ସଂଗଠନ ସଂପାଦକ ରାଜେନ୍ଦ୍ର ନାୟକ , କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ରାଧାମୋହନ ଷଡଙ୍ଗୀ , ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ସଂଜୟ କୁମାର ମିଶ୍ର , ଜାତୀୟ ପରିଷଦ ସଦସ୍ୟ ଶଚିକାନ୍ତ ସାହୁ ଙ୍କ ନାମକୁ ଘୋଷଣା କରାଯାଇଥିଲା । ରମାକାନ୍ତ ମହାନନ୍ଦ ସ୍ୱାଗତ ଭାଷଣ ଦେବା ସହ , କନ୍ଦର୍ପ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ସଂଘର ସଭ୍ୟ ସାମ୍ବାଦିକ ଶରତ ପ୍ରଧାନ , ବିଜୟ ବେହେରା ସରୋଜ ସାହୁ , ରୋହିତ ଭୋଇ ,ଅରୁଣ କୁମାର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ ।