-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||     

HOME   ଜିଲ୍ଲା

ଦାଦନ ଖଟିବାକୁ ଯାଇ ୨୦ ବର୍ଷୀୟା ଝିଅ ନିଖୋଜ, ଦାଦନ ପରିବାର ର କରୁଣ ଚିତ୍ର

07-Dec-2020



ବଲାଙ୍ଗୀର-କଣ୍ଟାବାଞ୍ଜି (ପ୍ରେରଣା ଖବର) -ବଲାଙ୍ଗୀର ଜିଲ୍ଲାରେ ଦାଦନ ନିର୍ଯାତନାର କାହାଣୀ ଅନେକ। ବାହାର ରାଜ୍ୟକୁ ଇଟା ଗଢ଼ିବାକୁ ଯାଉଥିବା ଶ୍ରମିକ ସେଠାକୁ ଗଲେ ନିର୍ଯାତନାର ଶିକାର ହେଉଛି। ସେଠି ମୃତ୍ୟୁବରଣ ବି କରୁଛି। ଆଉ ଏହି ଖବର ଶୁଣି ଗାଁରେ ଥିବା ପରିବାର ଲୋକ ମାନସିକ ଚିନ୍ତାରେ ଭାରସାମ୍ୟ ହରାଇ ବସି ଜୀବନ ହରାଇବାକୁ ପଛାଉ ନାହାଁନ୍ତି । ଏଭଳି ଏକ ଘଟଣା ଏବେ ବଲାଙ୍ଗୀର ଜିଲ୍ଲାରେ ସାମ୍ନାକୁ ଆସିଛି। ତୁରେକେଲା ବ୍ଲକ ପଖନମୁଣ୍ଡା ଗାଁର ୨୦ ବର୍ଷୀୟା ଝିଅ ଜାମିନୀର ଏବେ ପତ୍ତା ମିଳୁନି। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସାଙ୍ଗରେ ଯାଇଥିବା ଶ୍ରମିକ ଫେରିବା ପରେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଏହାପରେ ମାନସିକ ଚିନ୍ତାରେ ଜୀବନ ହାରିଛନ୍ତି ଝିଅର ବାପା ଶୁକ୍ରୁ ମାଝୀ ଓ ଜେଜେବାପା ରେଞ୍ଜର ମାଝୀ। ଏପଟେ ଚାଳ କୁଡ଼ିଆ ଘର ଅଗଣାରେ ବାହୁନି ବାହୁନି କାନ୍ଦୁଛନ୍ତି ଦୁଇ ବିଧବା ମହିଳା।

ପଖନମୁଣ୍ଡା ଗାଁର ଶୁକ୍ରୁ ମାଝୀ ଦିନମଜୁରିଆ। ସ୍ତ୍ରୀ, ୨୦ ବର୍ଷର ଝିଅ ଜାମିନୀ ଓ ତାଙ୍କ ବୁଢ଼ା ବାପା, ମା’ଙ୍କୁ ନେଇ ତାଙ୍କ ପରିବାର ଥିଲା। ନିହାତି ଗରିବ ଶୁକ୍ରୁ ନିଜ ବୁଢ଼ା ବାପା, ମା’ଙ୍କ ଦେଖାରେଖା କରିବାକୁ ସମୟ ଦେଉଥିଲେ। ଏପଟେ ପରିବାରରେ ଦୁଇମୁଠା ଖାଇବା ଅଭାବ ହେଉଥିବାରୁ ୨୦ ବର୍ଷର ଝିଅ ଦାଦନ ସର୍ଦ୍ଦାର ବିରଞ୍ଚି ମାଝୀଠାରୁ ଅଗ୍ରିମ ଟଙ୍କା ନେଇ ଦାଦନ ଯିବାକୁ ଘରୁ ଗୋଡ଼ କାଢ଼ିଥିଲା। ନିଜ ଗାଁର ତୁଲାରାମ ପରିବାର ସହ ଦାଦନ ଯାଇଥିଲା। ଗତ କିଛିମାସ ତଳେ ତୁଲାରାମର ପରିବାର ଗାଁକୁ ଫେରିଥିଲେ। ହେଲେ ଜାମିନୀ ଆଉ ଗାଁକୁ ଫେରିନଥିଲା। ଝିଅ ସଂପର୍କରେ ପରିବାର ଲୋକ ପଚାରିବାରୁ ଦାଦନ ସର୍ଦ୍ଦାର ବିରଞ୍ଚି ଓ ତୁଲାରାମ ସେଠାରେ ତାର ମୃତ୍ୟୁ ହୋଇଥିବା କହିଥିଲେ।

ତେବେ ତାଙ୍କ ଝିଅକୁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ସନ୍ଦେହ କରି ବାପା, ଜେଜେବାପା ତୁରେକେଲା ଥାନାକୁ ଏତଲା ଦେବାକୁ ଯାଇଥିଲେ। ତୁରେକେଲା ଥାନା ପୁଲିସ ଆନ୍ଧ୍ରପ୍ରଦେଶର ଘଟଣା କହି ଏତଲା ଗ୍ରହଣ କରିନଥିଲା। ବାରମ୍ବାର ଦୌଡ଼ିଥିଲେ ବି ସେମାନେ କୌଣସି ସୁଫଳ ପାଇନଥିଲେ। ଶେଷରେ ନିରାଶ ହୋଇ ଝିଅକୁ ଝୁରିଝୁରି ବାପା, ମା’ ସହ ଜେଜେବାପା, ଜେଜେମା’ କାନ୍ଦୁଥିଲେ। କିଛିଦିନ ପରେ ମାନସିକ ଚିନ୍ତାରେ ଶୁକ୍ରୁଙ୍କର ମୃତ୍ୟୁ ହୋଇଥିବା ବେଳେ ପରେ ବୁଢ଼ା ବାପା ରେଞ୍ଜର ମଧ୍ୟ ନାତୁଣୀ ଓ ପୁଅଙ୍କ ପାଇଁ ଚିନ୍ତାରେ ମୃତ୍ୟୁବରଣ କରିଛନ୍ତି। ବର୍ତ୍ତମାନ ମୃତ ଶୁକ୍ରୁଙ୍କ ବିଧବା ସ୍ତ୍ରୀ ଚମ୍ପା ମାଝୀ, ମୃତ ରେଞ୍ଜରଙ୍କ ବିଧବା ସ୍ତ୍ରୀ ଖମେଲ ମାଝୀ ଘରେ ରହି ଦୁର୍ଦ୍ଦିନରେ କାଳ କାଟୁଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026

You Might Also Like