-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
15-Mar-2023
ବଲାଙ୍ଗିର ଜିଲ୍ଲା ପୁଇତଲା ଥାନା ଅନ୍ତର୍ଗତ ବୈରସର ସ୍ଥିତ ଟୋଲଗେଟ ପାଖରେ ଏକ ମାଲ୍ ବୋଝେଇ ଗାଡ଼ି ରେ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଛି ।
ଘଟଣା ରେ କେହି ମୃତାହତ ହୋଇନଥିଲେ ହେଁ ବୋଝେଇ ହୋଇଥିବା ସାମଗ୍ରୀ ପୋଡ଼ି ନଷ୍ଟ ହୋଇଛି ।
ସୂଚନା ଅନୁସାରେ ଆଜି ସକାଳେ କଟକ ରୁ ବିଭିନ୍ନ ସାମଗ୍ରୀ ନେଇ ଏକ ଛଅ ଚକିଆ ଟ୍ରକ ( ଓ ଡି ୦୩ ଏକ୍ସ ୬୨୯୨) ବଲାଙ୍ଗିର ଅଭିମୁଖେ ଆସୁଥିଲା । ଟୋଲ ଗେଟ ପାଖରେ କୌଣସି କାରଣରୁ ହଠାତ୍ ନିଆଁ ଲାଗିଥିଲା । ଖବର ପାଇ ବଲାଙ୍ଗୀର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା।