-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
13-Mar-2023
ବଲାଙ୍ଗିର,(ପ୍ରେରଣା ଖବର) - ମାଲପଡା ନାଗରିକ କମିଟିର ବୈଠକ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷତଃ ମାଲପଡାର ରାସ୍ତା ଗୁଡିକ ବହୁ ଦିନରୁ ମରାମତି ହେଉନଥିବାରୁ ଖାଲ ଖମାରେ ଭର୍ତ୍ତି ହୋଇଅଛି ଓ ଲୋକେ ଅନେକ ସମୟରେ ନାନା ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । ଏଣୁ ଏହି ରାସ୍ତା ଗୁଡିକ ଶିଘ୍ର ମରାମତି କରିବା ପାଇଁ ପୌର ପାଳିକାକୁ ପତ୍ରାଳାପ କରିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହା ବ୍ୟତିତ ମାଲପଡାର ନାଳନର୍ଦ୍ଦମା ଗୁଡିକ ମାସ ମାସ ଧରି ସଫା କରାଯାଉନଥିବାରୁ ଏଠାରେ ମଶାର ପ୍ରାଦ୍ୟୁର୍ଭାବ ବୃଦ୍ଧି ପାଉଅଛି ଓ ଲୋକେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏଣୁ ନାଳ ନର୍ଦ୍ଦମା ରେ ମଶା ତେଳ ଦେଇ ସଫା କରିବା ପାଇଁ ପୌର ପାଳିକାର ଦୃଷ୍ଟି ଆକର୍ଷଣ କରାଯିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହା ବ୍ୟତିତ ମାଲପଡାରେ ଲୋକଙ୍କ ଚିତ୍ତ ବିନୋଦନ ପାଇଁ ପାର୍କ ନ ଥିବାରୁ ଶିଘ୍ର ଏକ ପାର୍କ ନିର୍ମାଣ କରାଯିବା ପାଇଁ ପୌର ପାଳିକା ଏଥିରେ ଶିଘ୍ର ବିହିତ ପଦକ୍ଷେପ ନେବାକୁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହିତ ହୋଇଥିଲା । ଉକ୍ତ ଆଲୋଚନାରେ ଭବାନି ଶଙ୍କର ଶତପଥି, ପ୍ରଫେସର ତରୁଣ କୁମାର ମିଶ୍ର, ଉପ-ସଭାପତି ଗୋପବନ୍ଧୁ ପୁରୋହିତ, ସଂପାଦକ ପଂଚାନନ ସେଠ, ଶ୍ୟାମ ସୁନ୍ଦର ଆଚାର୍ଯ୍ୟ, ବାସୁଦେବ ନାଗ, ଅଶୋକ କୁମାର ଚାନ୍ଦ, ଦେବଜ୍ୟୋତି ଯୋଷୀ ଆଦି ଏହି ଆଲୋଚନାରେ ଭାଗ ନେଇଥିଲେ ।