-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
13-Mar-2023
ବିନିକା(ହିମାଂଶୁ ଶେଖର ପୁଟେଲ) ବାଇକ ଦୁର୍ଘଟଣାରେ ଆହତ ହୋଇ ସମ୍ବଲପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିବା ଜଣେ ଓଆଇଏସଏଫ କର୍ମଚାରୀଙ୍କ ମୃତ୍ୟୁ ହେବା ଘଟଣା ନିଜ ଗ୍ରାମ ଶଙ୍କରା ସମେତ ସାରା ବିନିକା ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି ।ଘଟଣାଟି ହେଉଛି ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରା ଗ୍ରାମର । ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକୁରିଟି ଫୋର୍ସ ଭାବେ ତାଳଚେର ଠାରେ କାର୍ଯ୍ୟ କରୁଥିବା ଶଙ୍କରା ଗ୍ରାମର ସୁଜିତ କର୍ଣ୍ଣ ଗତ ୯ତାରିଖରେ ଏକ ବାଇକ ଯୋଗେ ଲଛିପୁର ପଟକୁ ଯାଉଥିବା ବେଳେ ବିପରୀତ ପଟରୁ ଆସୁଥିବା ଲୁପୁରସୀଙ୍ଗା ଗ୍ରାମର ବାଇକ ଆରୋହୀ ମାନୁ ଖଣ୍ଡଗିରିଙ୍କ ସହ ହନୁମାନ ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଉଭୟେ ଗାଡିରୁ ଛିଟିକି ପଡି ଆହତ ହୋଇଥିଲେ ।ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ସୋନପୁର ଡାକ୍ତରଖାନାକୁ ନେଇଥିଲେ ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ସୁଜିତ କୁ ସମ୍ବଲପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା ।ହେଲେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଆଜି ଅପରାହ୍ନରେ ତାଙ୍କର ମରଶରୀରକୁ ଗ୍ରାମକୁ ଅଣାଯିବା ପରେ ଶତାଧିକ ଲୋକ ଆଖିରୁ ଲୁହ ଗଡ଼ାଇ ଶେଷ ଦର୍ଶନ କରିଥିଲେ । ସମ୍ପୁର୍ଣ୍ଣ ଭାବରେ ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।ସ୍ଥାନୀୟ ଶ୍ୱସାନ ଘାଟରେ ତାଙ୍କର ଅନ୍ତେଷ୍ଟ୍ରିକ୍ରିୟା ସଂପନ୍ନ କରାଯାଇଛି । ବାପା କରୁଣା କର୍ଣ୍ଣ ମୁଖାଗ୍ନୀ ପ୍ରଦାନ କରିଥିଲେ ।ସୂଚନା ଯୋଗ୍ୟ ପରିବାର କହିଲେ ଘରର ୩ଭାଇ,୩ଭଉଣୀ ଓ ବାପା ମା ଙ୍କ ବୋଝ ସମ୍ଭାଳି ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ।