-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
11-Mar-2023
(ସଂଜୀବ ପାଣିଗ୍ରାହୀ)
ଭବିଷ୍ୟତରେ କାମରେ ଆସିବ ଭାବି ଛୋଟ ଛୋଟ ଛୁଆମାନେ ବାପା ମାଁଙ୍କ ଠାରୁ ପଇସା ନେଇ କୁପିରେ ସଂଚୟ କରିଥାନ୍ତି | ଏମିତିକି ନିଜର ପକେଟ ମନିରୁ କିଛି ପଇସା ସଂଚୟ କରି କୁପିରେ ଭର୍ତ୍ତି କରିଥାନ୍ତି | ତେବେ ଦୀର୍ଘ ବର୍ଷ ଧରି ସଂଚିଥିବା ପଇସାକୁ ଜଣେ ଶିଶୁକୁ ଦାନ କରିଛନ୍ତି ଦଶମ ଶ୍ରେଣୀ ଛାତ୍ରୀ | ଯାହା ଆଜି ସମ୍ବଲପୁରରେ ଚର୍ଚ୍ଚାର ବିଷୟ ପାଲଟିଛି | ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲାରିପାଲି ଗାଁର ଅମର ତାଣ୍ଡିଆଙ୍କ ଝିଅ ରାକ୍ଷୀ ଦୀର୍ଘ ବର୍ଷ ହେବ ଏକ କୁପିରେ ପଇସା ସଂଚୁଥିଲେ | ତେବେ ସାହୁ କଲୋନୀର 7 ବର୍ଷର ଶିଶୁ ମାନବ ଦାସଙ୍କ ଆଖିରେ ସମସ୍ୟା ଥିବା ଜାଣିବାକୁ ପାଇଥିଲେ ରାକ୍ଷୀ | ଏପରିକି ଚିକିତ୍ସା ନହେଲେ ମାନବ ଦୃଷ୍ଟି ଶକ୍ତି ହରାଇବେ ଜାଣିବାକୁ ପାଇ ରାକ୍ଷୀ ଘରେ କାନ୍ଦି ପକାଇଥିଲେ | ଫଳରେ ବାପାଙ୍କୁ ଅନୁରୋଧ କରିବା ସହ ତାଙ୍କର କୁପିକୁ ମାନବକୁ ଦେବାକୁ ଅନୁରୋଧ କରିଥିଲେ | ତେବେ ସେବା ସ୍ବେଚ୍ଛାସେବୀ ସଂଗଠନର କର୍ଣ୍ଣଧାର ଅମର ତାଣ୍ଡିଆ ସବୁବେଳେ ଏପରି କାର୍ଯ୍ୟକୁ ପ୍ରସଂଶା କରୁଥିବାବେଳେ ନିଜ ରାସ୍ତାରେ ଝିଅ ଚାଲୁଥିବା ଦେଖି ଖୁସି ପ୍ରକଟ କରିବା ସହ କୁପି ଦାନ କରିବାକୁ ସହମତି ଦେଇଥିଲେ |ଫଳରେ ମାଟ୍ରିକ ପରୀକ୍ଷାରେ ବ୍ୟସ୍ତଥିବାରୁ ବାପାଙ୍କୁ କୁପି ଦାନ କରିବା ପାଇଁ ପଠାଇଥିଲେ ରାକ୍ଷୀ | ଯାହା ଆଜି ତାଙ୍କୁ ଜଣେ ଦରଦୀ ମଣିଷର ଆଖ୍ୟା ଦେଇଛି |