-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
11-Mar-2023
ସିନ୍ଧେକେଲା(ଅନୀଲ କୁମାର ତ୍ରିପାଠୀ ): ଐତିହ୍ଯ ସମ୍ପହ୍ନ ରାଣୀପୁର ଝରିଆଲ ଯୋଗିନୀ ପୀଠକୁ ପୁଣି ବିଦେଶୀ ପର୍ଯ୍ଯଟକଙ୍କ ଆଗମନ ହୋଇଛି। ରାଜ୍ଯ ରାଜଧାନୀ ଠାରୁ ୪୫୦ କି:ମି ଓ ଜିଲ୍ଲା ସଦର ମହକୁମା ଠାରୁ ୧୦୫ କି:ମି ଦୁରରେ ଅବସ୍ଥିତ ନେସନାଲ ହେରିଟେଜ ୬୪ ଯୋଗିନୀ ପୀଠ ଉପରେ ସରକାର ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଦୃଷ୍ଟି ସହଜରେ ପଡିପାରେ ନାହିଁ। ସେଥିପାଇଁତ ଷଷ୍ଠ ରୁ ନବମ ଶତାବ୍ଦୀ ମଧ୍ଯରେ ନିର୍ମିତ ରାଣୀପୁର ଝରିଆଲ ଯୋଗିନୀ ପୀଠ ଏବେବି ସାଧାରଣ
ସୁବିଧାରୁ ବି ବଞ୍ଚିତ। ହେଲେ ସମଗ୍ର ପୃଥିବୀରେ ଥିବା ଚାରୋଟି ଯୋଗିନୀ ପୀଠରୁ ରାଣୀପୁର ଝରିଆଲ ଅନ୍ୟତମ ସମଗ୍ର ଦେଶରେ ଥିବା ଲାଲ ପୋଡା ଇଟାରେ ତିଆରି ମନ୍ଦିର ମାନଙ୍କ ମଧ୍ଯରୁ ସୁଉଚ୍ଚ ଇନ୍ଦ୍ରଲାଟ ମନ୍ଦିର ସେହିପରି ଭାବରେ ଏତେବଡ ବିସ୍ତୀର୍ଣ୍ଣ ପାହାଡ ଓ ପାହାଡରେ ବିଭିନ୍ନ ଦିଗ କୁ ମୁହଁ କରି ଛିଡା ହୋଇଥିବା ଛୋଟ ବଡ ପଥର ନିର୍ମିତ ମନ୍ଦିର ଏମିତ ଅନେକ କିଛି ତନ୍ମଧ୍ୟରୁ ଏ ଅଞ୍ଚଳର ଜନସାଧାରଣଙ୍କ ଆସ୍ଥା ଓ ବିଶ୍ବାସର ପ୍ରତିକ ଥିବାରୁ ପ୍ରତ୍ୟେକ ଦିନ ରାଜ୍ଯ ତଥା ରାଜ୍ଯ ବାହାରୁ ସୋମେଶ୍ବର ମହାଦେବଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ। ଏହାବାଦ ଐତିହାସିକ, କବି , ଗବେଷକ, ତାନ୍ତ୍ରିକ
ଓ ପର୍ଯ୍ୟଟକ ମାନଙ୍କୁ ସ୍ବତନ୍ତ୍ର ଭାବେ ଆକୃଷ୍ଟ କରିଥାଏ ଏହି ପୀଠ । ବର୍ଷର ବିଭିନ୍ନ ସମୟରେ ଏହି ପୀଠକୁ ଆସିଥାନ୍ତି ବିଦେଶୀ ପର୍ଯ୍ଯଟକ ତେବେ କରୋନା କଟକଣା ପରେ ଏବେ ପୁଣି ବିଦେଶୀ ପର୍ଯ୍ଯଟକଙ୍କ ଆଗମନ ଉଭୟ ଯୋଗିନୀ ପ୍ରେମୀ ଓ ଅଞ୍ଚଳବାସୀଙ୍କୁ ଉତ୍ସାହିତ କରିଛି। ଏହି ବିଦେଶୀ ପର୍ଯ୍ଯଟକ ମାନେ ଫ୍ରାନ୍ସ ଓ ଇଂଲଣ୍ଡ ରୁ ଆସିଥିବା ରାଣୀପୁର ଝରିଆଲ ଟ୍ରଷ୍ଟ କମିଟିର ଆବାହକ ଅନୀଲ କୁମାର ତ୍ରିପାଠୀଙ୍କ ଠାରୁ ସୁଚନା ମିଲିଛି।