-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
10-Mar-2023
ବଲାଙ୍ଗିର (ପ୍ରେରଣା ଖବର): ଆଜି ଅପରାହ୍ଣ ପ୍ରାୟ ସାଢେ ୪ ଟା ସମୟରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ସିନଖମନ୍ ପାଖ ଜଲିଆ ରାଣୀବନ୍ଧ ଠାରେ ସଇଁତଳା ପଟୁ ଆସୁଥିବ ଏକ ବାଇକ୍ କୁ ସାମନା ପଟୁ ଆସୁଥିବl ଏକ ଅଜଣା ବୋଲେରୋ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା l ବାଇକ୍ ଆରୋହୀଙ୍କ ନାମ ଅଭିମନ୍ୟୁ ସତପଥୀ (୪୫) ଓ ସେ ବଲାଙ୍ଗିର ସହର ରାଧାରାଣୀପଡାର ବାସୀନ୍ଦା ବୋଲି ଜଣାପଡିଛି l ବାଇକ୍ ପଛରେ ବସିଥିବା ଯୁବକଙ୍କ ନାମ ଡିଙ୍ଗର ରଣା ଓ ସେ ସିଲେଟ ପଡା ଗାଁ ର l ଦୂର୍ଘଟଣାରେ ଦୁଇ ଯୁବକଙ୍କ ଗୋଡ ଛିଣ୍ଡି ଯାଇଥିବା ବେଳେ ଦୁର୍ଘଟଣା ପରେ ଦେଓଗାଁ ଅଗ୍ନିଶମ ବିଭାଗ ଗୁରୁତର ଦୁଇ ଜଣଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ରେ ଭର୍ତ୍ତି କରିଥିଲେ l ତେବେ ଏମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର୍ ତାଙ୍କୁ ବଡ ଡାକ୍ତରଖାନାକୁ ରେଫର୍ କରିଥିବା ସୂଚନା ମିଳିଛି l