-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
09-Mar-2023
ବୀରମହାରାଜପୁର, (ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତ ଅନ୍ତର୍ଗତ ଟିକିରାପଡା ଠାରେ ଏକ କମ୍ପ୍ୟୁଟର ଏପ୍ଲିକେସନ ସେଣ୍ଟର ଉଦଘାଟିତ ହୋଇଯାଇଛି। ଜିଲ୍ଲା ପୂର୍ବତନ ଉଚ୍ଚଶିକ୍ଷା ପରାମର୍ଶଦାତା ଡ.ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କେନ୍ଦ୍ରକୁ ଶୁଭ ଉଦଘାଟନ କରିଥିଲେ। ସୁବଳୟା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସ୍ବଣ୍ଣଲତା ବେହେରା , ସଶିବିମ ପ୍ରଧାନ ଆଚାର୍ଯ୍ଯ ଚମ୍ପେଶ୍ଵର ବୁଦ୍ଧିଆ, ସଶିବିମ ଶିକ୍ଷକ ପିତାମ୍ବର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି କେନ୍ଦ୍ର ଓ କେ ସି ଏଲ ଆନୁକୁଲ୍ୟରେ ଏବଂ ଓଡିଶା ରାଜ୍ଯ ମୁକ୍ତ ବିଦ୍ୟାଳୟ ଓ ଏସ ଓ ୟୁ ଦ୍ବାରା ସ୍ବୀକୃତି ପ୍ରାପ୍ତ । ଏହି କାର୍ଯ୍ୟକ୍ରମରେ ବିଶ୍ବଜିତ ସାହୁ,ଚନ୍ଦ୍ର ଶେଖର ନାଏକ,ବିଜୟ କର୍ଣ୍ଣ, ବରୂଣ ଦେହୁରି,ତୁଷାର ସାହୁ,ସମିର ସାହୁ,ବିକ୍ରମ ସାହୁ,ରାକେଶ ପଧାନ ଯୋଗ ଦେଇଥିଲେ । ନବାରୁଣ ଦେବଦତ୍ତ ଶତପଥି ସଭା ପରିଚାଳନା କରିଥିବା ବେଳେ ଚମ୍ପେଶ୍ଵର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।