-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
07-Mar-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଚମ୍ପାମାଲ ପ୍ରସିଦ୍ଧ ଶୈବ ପୀଠ ଚମ୍ପେଶ୍ୱର ମନ୍ଦିର ରେ ପଞ୍ଚ ଦୋଳ ମହୋତ୍ସବ ମହା ମସିହା ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି l ଚତୁର୍ଥ ଦିନ ସନ୍ଧ୍ୟା ରେ ସଂସ୍କୃତିକ କାର୍ଯ୍ୟକ୍ରମ ଭକ୍ତି ଆରାଧନା ସଂଗୀତ ପରିବେଷଣ ହୋଇଥିବା ବେଳେ ବରଗଡ ସାଂସଦ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଜରିଆରେ କେନ୍ଦ୍ର କୁ ପତ୍ର ଗଲେ ଅର୍ଥ ର ବରାଦ ହୋଇ ପାରିବ ବୋଲି ପ୍ରକାଶ କରିବା ସହ ଉପସ୍ଥିତ ଜନସାଧାରଣ ଙ୍କୁ ଦୋଳ ପୂର୍ଣ୍ଣିମା ଓ ହୋଲି ର ଶୁଭେଚ୍ଛା ଜଣାଇଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ଦୋଳଯାତ୍ରା ମହୋତ୍ସବ କମିଟୀ ସଭାପତି କିଶୋର ହୋତା ପରିଚାଳନା କରିଥିବା ବେଳେ ଯୁଗଳ କିଶୋର ମିଶ୍ର, ଇଂ ଆଶ୍ରୟ ମହାନନ୍ଦ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଆନନ୍ଦ ବାରିକ, ଜେଲ ଅଧିକ୍ଷକ ଅଞ୍ଜଳି ପଟେଲ, ଶ୍ୟାମ ସୁନ୍ଦର ପଣ୍ଡା ପ୍ରମୁଖ ଅଥିତି ଭାବରେ ଯୋଗ ଦେଇ ସଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l ମନ୍ଦିର ବାହାରେ ସେଲ୍ଫି ଜୋନ ଓ ଷ୍ଟେଚ୍ୟୁ ବେଶ ଆକର୍ଷଣ ହେଉଥିବାର ଦେଖିବାକୁ ମିଳିଥିଲା l ଦୋଳ ପୂର୍ଣ୍ଣିମା ଦିନ ବାବା ଚମ୍ପେଶ୍ୱର ଦୋଳ ରେ ଝୁଲିବା ପରେ ମନ୍ଦିର ରୁ ବାହାରି ମେଳଣ ପଡିଆ କୁ ଯାଇ ସେଠାରେ ହରିହର ଭେଟ ସମ୍ପନ୍ନ ହେବ ବୋଲି ଜଣାଯାଇଛି l