-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
06-Mar-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ସୋନପୁର ଘୋଡାଘାଟ ପଡ଼ା ନିବାସୀ ଶ୍ରୀ ବିପିନ ବିହାରୀ ଶତପଥୀ ଙ୍କ ଗତକାଲି ଶନିବାର ବିଳମ୍ବିତ ରାତିରେ ପରଲୋକ ହୋଇ ଯାଇଛି। ସେ ତାଙ୍କ କର୍ମମୟ ଜୀବନ ସତ୍ୟନାରାୟଣ ବସ୍ତ୍ରାଳୟ (ସୋସାଇଟି) ରେ ଅତିବାହିତ କରିବା ସହ ବୁଣାକାର ମାନଙ୍କ ମଧ୍ୟରେ ବେଶ୍ ପ୍ରୀୟଭାଜନ ହୋଇ ପାରିଥିଲେ।ସେ ଜଣେ ଧର୍ମପାରାୟଣ, ଭଦ୍ର ଓ ମେଲାପି ବ୍ୟକ୍ତି ଥିବା ବେଳେ ତାଙ୍କ ମୃତ୍ୟୁରେ ସହରରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କ ପାଖରେ ପାଞ୍ଚ ପୁତ୍ର, ପୁତ୍ର ବଧୂ, ଦୁଇ ଝିଅ ଓ ଜ୍ବାଇଁ ମାନେ ଉପସ୍ଥିତ ଥିବା ବେଳେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନ କୁ ଯାଇ ଅନ୍ତିମ ଦର୍ଶନ କରିଥିଲେ ଓ ପରେ ପରେ ସ୍ଥାନୀୟ ଗୋକର୍ନେଶ୍ୱର୍ ଘାଟ ଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କର ବଡ଼ ପୁଅ ହିମାଂଶୁ ଶତପଥୀ ମୁଖାଗ୍ନି ଦେଇଥିଲେ ।