-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
05-Mar-2023
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ଆଜି ପ୍ରମାଦ ପୁରୁଷ ତଥା ମହାନାୟକ ବିଜୁ ପଟ୍ଟନାୟକ ଙ୍କ ଜନ୍ମଦିନ ଅବସରରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ପୂର୍ବତନ ବିଜେଡି ସାଂସଦ ତଥା ହାଉସିଂ ବୋର୍ଡ ଅଧ୍ୟକ୍ଷ ଶ୍ରୀ କଲିକେଶ ନାରାୟଣ ସିଂଦେଓ ଙ୍କ ସମର୍ଥକ ମାନେ ଫଳ ବଣ୍ଟନ କରିଥିବା ଜଣାପଡିଛି। ଯୁବ ନେତା ଶିବାନନ୍ଦ ପରିଛା ଙ୍କ ନେତୃତ୍ୱ ରେ ଏହି ଫଳ ବଣ୍ଟନ କରାଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ପୁରୁଖା ନେତା ପ୍ରଦୀପ ପୁରୋହିତ, ଆଲୋକ ପାଣିଗ୍ରାହୀ,ଇନ୍ଦୁଭୂଷଣ ଠାକୁର,ବାସୁଦେବ ପାଢ଼ୀ, ରିଙ୍କୁ ପୁରୋହିତ, ଗୋପ ମେହେର, ବିଞ୍ଜାଲୁ ସାହୁ, ଶିବ ପଟ୍ଟନାୟକ, ପ୍ରତାପ ମେହେର, ପିକୁ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।