-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
05-Mar-2023
କର୍ଲାମୁଣ୍ଡା: (ପ୍ରଦିପ କୁମାର ସାହୁ)କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଲୋକ ସେବା ଦିବସ ପାଳିତ ହୋଇଯାଇଛି।ବ୍ଲକ କାର୍ଯଳୟ ଠାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷ୍ୟା କୁନି ସାହୁ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ,ସ. ମାଲପଡା ସରପଞ୍ଚ ବରୁଣ ଛତ୍ରୀଆ ପ୍ରମୁଖ ଯୋଗ ଦେଇ ବିଜୁବାବୁଙ୍କ ସ୍ମୁତିଚାରଣ କରିବା ସହ ଲୋକ ସେବା ଦିବସ ପାଳନ ର ଉଦେଶ୍ୟ ଉପରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମ ରେ ଜିପିଇଓ ଯୁଗଳ କିଶୋର ନାଏକ ସଭା ପରିଚାଳନା କରିଥିଲେ। ସେହିପରି ରିଷିଡା ପଞ୍ଚାୟତ ରେ ଅନୁଷ୍ଠିତ ଉତ୍ସବରେ ସରପଞ୍ଚ ସେବତୀ ରଣା, ନାଏବ ସରପଞ୍ଚ ନରେଶ ଦାଶ୍, ଗ୍ରାମ ରୋଜଗାର ସେବକ ଶିଶିର କୁମାର ଗହୀରଓ ମିଶନ ଶକ୍ତି ର କର୍ମ କର୍ତ୍ତା ମାନେ ଯୋଗ ଦେଇଥିଲେ।