-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
05-Mar-2023
ସମ୍ବଲପୁର,( ସଂଜୀବ ପାଣିଗ୍ରାହୀ)
ମହାନ ସ୍ବାଧୀନତା ସଂଗ୍ରାମୀ ଜାତୀୟ ବୀର ସୁରେନ୍ଦ୍ର ସାଏଂକର ୧୩୯ ତମ ପୁଣ୍ୟତିଥି ଅବସରେ ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ଭାରତୀ ସମାଜ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଆଜି ବୁଢାରଜା ଉଲଗୁଲାନ ସ୍ମାରକୀ ବିକାଶ ଅଭିଯାନ ଆରମ୍ଭ କରାଯାଇଛି।
ବୁଢାରାଜା ପାହାଡ ଉପରେ ଥିବା ଉଲଗୁଲାନ ସ୍ମାରକୀ ଅଂଚଲର ଆଜି ଭାରତୀ ସମାଜ ପକ୍ଷରୁ ସଫେଇ କରାଯିବା ସହ ଫୁଲ ଏବଂ ଗଛ ଲଗାଯାଇଥିଲା। ପ୍ରତି ରବିବାର ସକାଳ ୮ ଟାରେ ଶ୍ରମଦାନକରି ଅଂଚଲର ବିକାଶ କରିବା ପାଇଁ ଭାରତୀ ସମାଜ ପକ୍ଷରୁ ଯୋଜନା କରାଯାଇଛି। ଏହାଦ୍ବାରା ସମାଜର ସହଭାଗିତା ବ୍ରୁଦ୍ଧି କରିବା ସହ
ବୀର ସୁରେନ୍ଦ୍ର ସାଏଂକର ସ୍ବାଧୀନତା ସଂଗ୍ରାମ ଏବଂ ସହଯୋଗୀ ବୀର ସଂଗ୍ରାମୀ ମାନଂକ ବଲିଦାନ ବିଷୟରେ ସଚେତନତା କରିବା ପାଇଁ ଲକ୍ଷ୍ଯ ରଖାଯାଇଛି। ଭାରତୀ ସମାଜ ସମ୍ବଲପୁର ଶାଖା ସଂଯୋଜକ କାର୍ତ୍ତିକ ପ୍ରସାଦ ବହିଦାରଂକ ନେତ୍ରୁତ୍ଵରେ ଅନୁଷ୍ଠିତ ଉଲଗୁଲାନ ସ୍ମାରକୀ ବିକାଶ କାର୍ଯ୍ୟକ୍ରମରେ ସଂଚାଲକ ଭବାନୀଶ ଭୋଇ, ସୁଶ୍ମିତ କୁମାର ପଣ୍ଡା, ଶାନ୍ତନୁ ପାଢ଼ୀ, ସୁଚନ୍ଦନ ମିଶ୍ର, ସୁଶାନ୍ତ କୁମାର ବହିଦାର ପ୍ରମୁଖ ସାମିଲ ହୋଇଥିଲେ।