-+91-9937148622 |
prerana_bgr@rediffmail.com |
Sunday 5th July 2026 |
R.N.I. Regd No. ODIODI/2010/46693
Breaking News
04-Mar-2023
ବଲାଙ୍ଗୀର(ପ୍ରେରଣା ଖବର) ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବୁବେଲ ଗ୍ରାମରେ ଚଳିତ ବର୍ଷର ଦୋଳ ମହୋତ୍ସବ ଆରମ୍ଭ ହୋଇଛି । ଏ ଅବସରରେ କଂସ ରାଜ ଦରବାର ର ସୁନାମଧନ୍ୟ କଳାକାର ଅନିଲ କୁମାର ନାଏକ ଓ ତାଙ୍କ ଦଳଙ୍କ ଦ୍ୱାରା ଆୟୋଜିତ ହୋଇଛି । ପ୍ରଥମ ଦିନରେ ମହାରାଜା ଉଗ୍ରସେନଙ୍କ ଦରବାର ମୁଖ୍ୟ ଅତିଥି ଭାବରେ ସ୍ମାରକ ମିଶ୍ର ସଭାପତି ଜିଲ୍ଲା କେନ୍ଦ୍ରିୟ ସମବାୟ ବ୍ୟାଙ୍କ ବଲାଙ୍ଗିର ଓ ସମ୍ମାନିତ ଅତିଥି ସାନନ୍ଦ କୁମାର ମିଶ୍ର ଜିଲ୍ଲା କଂଗ୍ରେସ କୃଷକ ମୋର୍ଚ୍ଚା ସଭାପତି ତଥା ବୁବେଲ ଗ୍ରାମ ପଂଚାୟତ ସରପଂଚ ସବିତା ମିଶ୍ର ଉପସ୍ଥିତ ଥିଲେ ।
ଦରବାରରେ ବଂଶୀଧର ନାଏକ ସଂଯୋଜନା କରିଥିବା ବେଳେ ବୁବେଲ ଗ୍ରାମ୍ୟ କମିଟି ତଥା ଦୋଳ ମହୋତ୍ସବ ପରିଚାଳନା କମିଟିର ଟିକେଶ୍ୱର ସାଏ, ମହାଦେବ ତୁମୁନିଆ, ରାମାନନ୍ଦ ପଧାନ, ପ୍ରହଲ୍ଲାଦ ଡାଙ୍ଗ, ତିର୍ଥ ନାଗ, ଶୋଭାବନ ନାଏକ, ରଙ୍ଗାଧର ନାଏକ, ବିମ୍ବାଧର ବାଗ, ଗ୍ରାମର ସମସ୍ତ ଯୁବ ସ୍ୱେଚ୍ଛାସେବୀ ଓ ମହିଳା ସଂକିର୍ତ୍ତନ୍ୟ ମଣ୍ଡଳୀର ସଭ୍ୟ / ସଭ୍ୟାବୃନ୍ଦ ସହଯୋଗିତା କରିଥିଲେ । ପ୍ରଥମ ଦିନରେ ମହାରାଜା ଉଗ୍ରେସନଙ୍କ ଦରବାର, ଦେବକୀ ବସୁଦେବଙ୍କ ବିବାହ, ଶୂନ୍ୟବାଣୀ ପରେ କଂସଙ୍କ ଦ୍ୱାରା ଉଗ୍ରେସନଙ୍କୁ ରାଜଗାଦିରୁ ବିତାଡିତ ଓ କଂସ ସିଂହାସନ ଆରୋହଣ ପରିବେଷଣ ହୋଇଥିଲା ।